ମହା ଶିବରାତ୍ରିରେ ଶୁଭକାମନା ଜଣାଇଲେ ବଲିଉଡ୍‌ ଷ୍ଟାର

ମୁମ୍ବାଇ: ସାରାଦେଶ ଆଜି ମହା ଶିବରାତ୍ରି ମନାଉଛି। ଏହି ଅବସରରେ ବିଟାଉନର ବହୁ ଷ୍ଟାର ଦେଶବାସୀଙ୍କୁ ଶିବରାତ୍ରିର ଅଭିନନ୍ଦନ ଜଣାଇଛନ୍ତି। ବିଗ୍ ବି ଅମିତାଭ ବଚ୍ଚନ ଦେଶବାସୀଙ୍କୁ ମହାଶିବରାତ୍ରିରେ ଟ୍ୱିଟରରେ ଶୁଭକାମନା ଜଣାଇବା ସହ ଶାନ୍ତି କାମନା କରିଛନ୍ତି।

ସେହିପରି ପ୍ରିୟଙ୍କା ଚୋପ୍ରା ଟ୍ୱିଟର ଲେଖିଛନ୍ତି,“ଦେଶ ଏବେ ଯେଉଁ ସ୍ଥିତିରେ  ଗତି କରୁଛି ମହାଦେବ ସମସ୍ତଙ୍କୁ ରକ୍ଷା କରନ୍ତୁ।”

ବଲିଉଡ୍‌ର ଚୁଲବୁଲି ଅଭିନେତ୍ରୀ ସୋନ କପୁର ଶିବରାତ୍ରିରେ ସମସ୍ତଙ୍କୁ ଶୁଭକାମନା ଜଣାଇଛନ୍ତି।