ଟୁଇଟ୍‌ କରି ସହାୟତା ମାଗୁଛନ୍ତି ମଲ୍ଲିକା !

ମୁମ୍ୱାଇ: ହଟ୍‌ ମଲ୍ଲିକାଙ୍କୁ ଦରାକର ହେଲ୍ପ। ସେ ପୁଣି ଆମ ତମ ଭଳି ସାଧାରଣ ଲୋକଙ୍କର ନୁହେଁ । ସ୍ୱରାଷ୍ଟ୍ର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସାହାଯ୍ୟ ଭିକ୍ଷା କରିଛନ୍ତି ଏହି ଚୁଲ୍‌ବୁଲି ଅଭିନେତ୍ରୀ। ନିଜ ନଟି ଅନ୍ଦାଜରେ ସମସ୍ତଙ୍କୁ କ୍ଲିନ୍‌ ବୋଲ୍ଡ କରୁଥିବା ମଲ୍ଲିକା ଏମିତି କି ସ୍ଥିତିରେ ପଡିଲେ ଯେ, ଶେଷରେ ତାଙ୍କୁ ଦକ୍ଷା ଭିକ୍ଷା କରିବାକୁ ପଡିଲା। ଏମିତି ପ୍ରଶ୍ନରେ ଆପଣଙ୍କ ମନ ଗୁରେଇ ତୁରେଇ ହେବଣି। ଅବଶ୍ୟ ହେବନି ବା କାହିଁକି ଯେ, […]

tweet

tweet

Rakesh Mallick
  • Published: Sunday, 18 February 2018
  • Updated: 18 February 2018, 12:29 PM IST

Sports

Latest News

ମୁମ୍ୱାଇ: ହଟ୍‌ ମଲ୍ଲିକାଙ୍କୁ ଦରାକର ହେଲ୍ପ। ସେ ପୁଣି ଆମ ତମ ଭଳି ସାଧାରଣ ଲୋକଙ୍କର ନୁହେଁ । ସ୍ୱରାଷ୍ଟ୍ର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସାହାଯ୍ୟ ଭିକ୍ଷା କରିଛନ୍ତି ଏହି ଚୁଲ୍‌ବୁଲି ଅଭିନେତ୍ରୀ। ନିଜ ନଟି ଅନ୍ଦାଜରେ ସମସ୍ତଙ୍କୁ କ୍ଲିନ୍‌ ବୋଲ୍ଡ କରୁଥିବା ମଲ୍ଲିକା ଏମିତି କି ସ୍ଥିତିରେ ପଡିଲେ ଯେ, ଶେଷରେ ତାଙ୍କୁ ଦକ୍ଷା ଭିକ୍ଷା କରିବାକୁ ପଡିଲା। ଏମିତି ପ୍ରଶ୍ନରେ ଆପଣଙ୍କ ମନ ଗୁରେଇ ତୁରେଇ ହେବଣି। ଅବଶ୍ୟ ହେବନି ବା କାହିଁକି ଯେ, ଯେତେହେଲେ ଆପଣ ବି ତାଙ୍କର ଜଣେ ଫ୍ୟାନ୍‌ ନାଁ । ତା ହେଲେ ଆସନ୍ତୁ ଜାଣିବା ବାସ୍ତବ କଥାଟି କ’ଣ ।

ବଲିଉଡ୍‌ର ଏହି ଆଇଟମ୍‌ ଗର୍ଲ କିଛି ଦିନ ହେବ ଫିଲ୍ମ ଦୁନିଆରୁ ଦୂରେଇ ରହିଥିଲେ। ହେଲେ ଏଥର ମାତ୍ର ଗୋଟିଏ ଟ୍ୱିଟ୍‌ ତାଙ୍କୁ ଚର୍ଚ୍ଚା ପରିଧିକ ପୁଣି ଟାଣି ଆଣିଛି। ମଲ୍ଲିକା ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଟ୍ୱିଟ୍‌ କରି ସାହାଯ୍ୟ ପାଇଁ ନିବେଦନ କରିଛନ୍ତି। ବେସରକାରୀ ସଂଗଠନ ‘ଫ୍ରୀ-ଏ-ଗର୍ଲ-ଇଣ୍ଡିଆରେ ସେ କାମ କରୁଛନ୍ତି। ଏହି ସଂସ୍ଥା ଶିଶୁ ଚାଲାଣ ଓ ଯୌନ ଶୋଷଣ ବିରୋଧରେ କାମ କରୁଛି। ମଲ୍ଲିକା ନିକଟରେ ଏହି ବିଷୟକୁ ନେଇ ସଂସ୍ଥାକୁ ସହଯୋଗ କରିବା ପାଇଁ ବିଦେଶ ମନ୍ତ୍ରୀ ସୁଷମାଙ୍କୁ ସହାୟତା ମାଗିଛନ୍ତି। ମଲ୍ଳିକା ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ୍‌ କରି ‘ଫ୍ରୀ-ଏ-ଗର୍ଲ’ଏନ୍‌ଜିଓର କୋ-ଫାଉଣ୍ଡରଙ୍କ ଭିସା ପାଇଁ ସହାୟତା ମାଗିଛନ୍ତି। ବାରମ୍ୱାର ଭିସା ପାଇଁ ଆବେଦନ କରିବା ସତ୍ତ୍ୱେ ତାଙ୍କ ଆବେଦନକୁ ରଦ୍ଧ କରାଯାଉଥିବାରୁ ସେ ସୁଷମାଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ, ମଲ୍ଲିକା ସେରାୱତ ‘ସ୍କୁଲ ଫର୍‌ ଜଷ୍ଟିସ୍‌’ର ବ୍ରାଣ୍ଡ ଆମ୍ୱାସେଡର। ଏହି ସ୍କୁଲ ଜରିଆରେ  ଫ୍ରୀ-ଏ-ଗର୍ଲ ନାମକ ଏନିଜିଓ ସଂସ୍ଥା କାମ କରୁଛି। ଏହି ସଂସ୍ଥା ବେଶ୍ୟାବୃତ୍ତିରୁ ମୁକ୍ତ କରାଯାଇଥିବା ଝିଅମାନଙ୍କୁ ଶିକ୍ଷା, ପ୍ରଶିକ୍ଷଣ ଓ ସମର୍ଥନ ଦେବା ସହ ସାମାଜିକ ପରିବର୍ତ୍ତନ ଦିଗରେ କାମ କରୁଛି। ଅସହାୟ ଝିଅଙ୍କୁ ଓକିଲାତି ପଢାଇ ନ୍ୟାୟ ବ୍ୟବସ୍ଥା କ୍ଷେତ୍ରରେ କାର୍ଯ୍ୟ କରିବା ଲାଗି ଯୋଗ୍ୟ ବନାଉଛନ୍ତି । ମଲ୍ଲିକାଙ୍କ କହିବା ଅନୁସାରେ “ଏହି ଏନ୍‌ଜିଓ ଭାରତୀୟ ଶିଶୁ ଓ ମହିଳା କଲ୍ୟାଣ ପାଇଁ ଭଲ କାମ କରୁଛି। ଏଥିପାଇଁ ମୁଁ ଚାହୁଁଛି ସରକାର ଏହି ଏନ୍‌ଜିଓର କୋ- ଫାଉଣ୍ଡରଙ୍କୁ ଭାରତୀୟ ଭିସା ଦେବାରେ ସାହାଯ୍ୟ କରୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos