ମୁମ୍ବାଇ: ୯୦ ଦଶକର ହଟ୍ ନାୟିକା ମମତା କୁଲକର୍ଣ୍ଣିଙ୍କୁ ନେଇ ପୋଲିସର ମୁଣ୍ଡବ୍ୟଥା। ଅଭିନେତ୍ରୀରୁ ଡ୍ରଗ୍ସ ସ୍ମଗଲର ପାଲଟି ଥିବା ମମତାଙ୍କ ସୁରାକ୍ ପାଉନି ପୋଲିସ। ସେପଟେ ବାରମ୍ବାର ସମନ୍ ପରେ ମମତା ଅଦାଲତରେ ହାଜର ହେଉ ନ ଥିବାରୁ ତାଙ୍କୁ ପଳାତକ ଘୋଷଣା କରାଯିବା ନେଇ ବିଚାର ଚାଲିଛି। ତାଙ୍କୁ ଫେରାର ଅଭିଯୁକ୍ତଭାବେ ଘୋଷଣା କରାଯାଉ ବୋଲି ଆଜି ପୋଲିସ ମୁମ୍ବାଇର ଥାଣେ କୋର୍ଟଙ୍କୁ ଅନୁରୋଧ କରିଥିଲେ ମଧ୍ୟ କୋର୍ଟ ଏହି ମାମଲାର ଶୁଣାଣି ଗୁରୁବାର ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି।
ଏହି ମାମଲାରେ ଗୁରୁବାର ଚୂଡ଼ାନ୍ତ ଶୁଣାଣି ହେବ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ ଏଫିଡ୍ରାଇନ୍ ଡ୍ରଗ୍ସ୍ ବେଆଇନ କାରବାରରେ ମମତା ମୁଖ୍ୟ ଅଭିଯୁକ୍ତ ଥିବା ମୁମ୍ବାଇ ପୋଲିସ କହିଛି। ମମତାଙ୍କ ନାମରେ ୨୦୦୦ କୋଟି ଟଙ୍କାର ଡ୍ରଗ୍ସ୍ କାରବାର ନେଇ ପୋଲିସ ପାଖରେ ଅଭିଯୋଗ ରହିଛି। ଏହି ବେଆଇନ କାରବାରରେ ମମତାଙ୍କ ମୁଖ୍ୟ ସହଯୋଗୀଙ୍କୁ ପୂର୍ବରୁ କେନିଆରୁ ଗିରଫ କରାଯାଇଛି। ହେଲେ ମମତାଙ୍କ ସୁରାଗ୍ ପାଉନି ପୋଲିସ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Entertainment
ମହଙ୍ଗା ପଡ଼ିଲା ବିନା ହେଲମେଟରେ ରିଲ୍ସ; ରାନୀ ପ୍ରିୟଦର୍ଶିନୀଙ୍କ ଗାଡ଼ି ଜବତ
ବିନା ହେଲମେଟରେ ସ୍କୁଟି ଚଳାଇ ରିଲ୍ସ କରି ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ ରାନୀ ପ୍ରିୟଦର୍ଶିନୀ।
Tollywood
'ଛୁପାନା ଭି ନେହିଁ ଆତା, ଜତାନା ଭି ନେହିଁ ଆତା...' ରଶ୍ମୀକା-ବିଜୟଙ୍କ ଡେଟିଂ ଫଟୋ ଭାଇରାଲ୍
ଉଭୟ ଡେଟିଂ ଚର୍ଚ୍ଚାକୁ ଖଣ୍ଡନ କରି ଆସୁଥିଲେ ମଧ୍ୟ ସେମାନଙ୍କର କିଛି ଫଟୋ ସେଶାଲ ମିଡିଆରେ ଭାଇରାଲ୍ ହେଉଛି।
Bollywood
ରାଗିଗଲେ ଏଆର୍ ରହମାନ, ନୋଟିସ୍ ପଠାଇଲେ, ଚେତାବନୀ ଦେଲେ
ଦୀର୍ଘ ୨୯ ବର୍ଷର ବିବାହ ପରେ ଏଆର୍ ରହମାନ ନିଜ ପତ୍ନୀ ସାଇରା ବାନୁଙ୍କ ଠାରୁ ଅଲଗା ହୋଇଛନ୍ତି। ଦୁହିଁଙ୍କ ଛାଡପତ୍ରକୁ ନେଇ ଅନେକ ପ୍ରକାରର ଖବର ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Entertainment
ଫିଲ୍ମ ନିର୍ଦ୍ଦେଶକ ବବି ଇସଲାମଙ୍କୁ ହତ୍ୟା ଧମକ, କାହିଁକି କହିଲେ ମନୋଜ ଓ ତାଙ୍କ ଟିମ୍ ଦାୟୀ ରହିବେ
ଯଦି ତାଙ୍କର କିଛି କ୍ଷତି ହେଲା, ତା’ହେଲେ ମନୋଜ ମିଶ୍ର ଓ ତାଙ୍କ ଟିମ୍ ଦାୟୀ ରହିବେ ବୋଲି କାହିଁକି କହିଲେ ବବି?
Bollywood
ଭୋଟ ଦେଉଛି ବଲିଉଡ; ସବୁଠୁ ଆଗରେ ଖିଲାଡ଼ି କୁମାର
ବଲିଉଡର ଖିଲାଡି କୁମାର ଭୋଟ ଦେବାରେ ଆଗୁଆ ରହିଛନ୍ତି। ଆଜି ସକାଳୁ ସକାଳୁ ସେ ଜୁହୁ ବୁଥ୍ରେ ପହଞ୍ଚି ସେଠାରେ ଭୋଟ ଦେଇଛନ୍ତି।