ଅଭିନେତାଙ୍କୁ ଏୟାର ପୋର୍ଟରେ ଆକ୍ରମଣ

ବେଙ୍ଗାଲୁରୁ: ଅଭିନେତା ବିଜୟ ସେତୁପତି ଏବଂ ତାଙ୍କ ଟିମକୁ ବାଙ୍ଗାଲୋରୁ ବିମାନବନ୍ଦରରେ ଆକ୍ରମଣ ହୋଇଛି। କେହି ଜଣେ ଅଜଣା ବ୍ୟକ୍ତି ଆସି ହଠାତ୍ ଏହି ଆକ୍ରମଣ କରିଛି। ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ, ସେତୁପତି ତାଙ୍କ ସହଯୋଗୀମାନଙ୍କ ଯାଉଥିବା ବେଳେ ହଠାତ୍ ଜଣେ ବ୍ୟକ୍ତି ପଛରୁ ଆସି ତାଙ୍କ ଉପରକୁ ଚଢ଼ି ଯାଇଥିଲା। ତୁରନ୍ତ ସୁରକ୍ଷାକର୍ମୀ ଆସି ଆକ୍ରମଣକାରୀଙ୍କୁ କାବୁ କରି ନେଇଥିଲେ। ଏକ ଫିଲ୍ମ ନିର୍ମାଣ ପାଇଁ ବୁଧବାର ସକାଳେ ସେତୁପତି […]

vijay1

Tapas Behera
  • Published: Thursday, 04 November 2021
  • , Updated: 04 November 2021, 06:09 PM IST

ବେଙ୍ଗାଲୁରୁ: ଅଭିନେତା ବିଜୟ ସେତୁପତି ଏବଂ ତାଙ୍କ ଟିମକୁ ବାଙ୍ଗାଲୋରୁ ବିମାନବନ୍ଦରରେ ଆକ୍ରମଣ ହୋଇଛି। କେହି ଜଣେ ଅଜଣା ବ୍ୟକ୍ତି ଆସି ହଠାତ୍ ଏହି ଆକ୍ରମଣ କରିଛି। ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ, ସେତୁପତି ତାଙ୍କ ସହଯୋଗୀମାନଙ୍କ ଯାଉଥିବା ବେଳେ ହଠାତ୍ ଜଣେ ବ୍ୟକ୍ତି ପଛରୁ ଆସି ତାଙ୍କ ଉପରକୁ ଚଢ଼ି ଯାଇଥିଲା। ତୁରନ୍ତ ସୁରକ୍ଷାକର୍ମୀ ଆସି ଆକ୍ରମଣକାରୀଙ୍କୁ କାବୁ କରି ନେଇଥିଲେ। ଏକ ଫିଲ୍ମ ନିର୍ମାଣ ପାଇଁ ବୁଧବାର ସକାଳେ ସେତୁପତି ବେଙ୍ଗାଲୁରୁରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ପୁଲିସ ଘଟଣାକୁ ଗମ୍ଭୀରତାର ସହ ନେଇଛି।

ଆକ୍ରମଣ କାରଣ ଜଣାପଡ଼ି ନାହିଁ।  ପରେ ଅଭିନେତା ସେତୁପତି ଓ ତାଙ୍କ ଟିମ୍‌କୁ କଡ଼ା ସୁରକ୍ଷା ମଧ୍ୟରେ ପୁଲିସ ଛାଡ଼ିଥିଲା। ତେବେ ସେତୁପତି ଏନେଇ ଥାନାରେ କୌଣସି ଅଭିଯୋଗ କରି ନାହାନ୍ତି।

Related story