ସନ୍ନି ଲିଓନି ଦେଲେ ଫୋନ୍‌ ନମ୍ବର, ହଟହଟା ହେଲେ ଯୁବକ

ମୁମ୍ବାଇ: ଭାବନ୍ତୁ ତ ଆପଣଙ୍କ ପାଖକୁ ସକାଳରୁ ରାତି ଯାଏ ଘନ ଘନ ଫୋନ୍ ଆସୁଛି। କାହିଁକି ନା ଆପଣଙ୍କ ଫୋନ୍‌ ନମ୍ବରଟି ସିଜଲିଂ ହଟ୍‌ ହିରୋଇନ୍‌ ସନ୍ନି ଲିଓନିଙ୍କ ନମ୍ବର ବୋଲି ପ୍ରଚାର ହୋଇଯାଇଛି। ବ୍ୟାକୁଳ ସନ୍ନି ପ୍ରଶଂସକ ଆପଣଙ୍କୁ ରାତି ଅଧିଆ ଫୋନ୍‌ କରି ଯଦି କ’ଣ କରୁଛ ବୋଲି ପଚାରିଦିଅନ୍ତି, ଆପଣଙ୍କ ଅବସ୍ଥା କ’ଣ ହେବ କହିଲେ। ଏଭଳି ଘଟଣା ସତରେ ଘଟିଛି ଦିଲ୍ଲୀର ପୁନୀତ ଅଗ୍ରୱାଲଙ୍କ ସହିତ। ଆଜ୍ଞା ହଁ, ଶୁକ୍ରବାର […]

sunny

sunny

Subrat Kumar Nayak
  • Published: Tuesday, 30 July 2019
  • Updated: 30 July 2019, 09:51 PM IST

Sports

Latest News

ମୁମ୍ବାଇ: ଭାବନ୍ତୁ ତ ଆପଣଙ୍କ ପାଖକୁ ସକାଳରୁ ରାତି ଯାଏ ଘନ ଘନ ଫୋନ୍ ଆସୁଛି। କାହିଁକି ନା ଆପଣଙ୍କ ଫୋନ୍‌ ନମ୍ବରଟି ସିଜଲିଂ ହଟ୍‌ ହିରୋଇନ୍‌ ସନ୍ନି ଲିଓନିଙ୍କ ନମ୍ବର ବୋଲି ପ୍ରଚାର ହୋଇଯାଇଛି। ବ୍ୟାକୁଳ ସନ୍ନି ପ୍ରଶଂସକ ଆପଣଙ୍କୁ ରାତି ଅଧିଆ ଫୋନ୍‌ କରି ଯଦି କ’ଣ କରୁଛ ବୋଲି ପଚାରିଦିଅନ୍ତି, ଆପଣଙ୍କ ଅବସ୍ଥା କ’ଣ ହେବ କହିଲେ।

ଏଭଳି ଘଟଣା ସତରେ ଘଟିଛି ଦିଲ୍ଲୀର ପୁନୀତ ଅଗ୍ରୱାଲଙ୍କ ସହିତ। ଆଜ୍ଞା ହଁ, ଶୁକ୍ରବାର ରିଲିଜ୍‌ ହୋଇଥିବା ଫିଲ୍ମ ‘ଅର୍ଜୁନ୍‌ ପଟିଆଲା’ର ଏକ ଦୃଶ୍ୟରେ ସନ୍ନି ମୁଖ୍ୟ ଚରିତ୍ର ଦିଲ୍‌ଜିତ୍‌ ଦୋସାଞ୍ଜଙ୍କୁ ତାଙ୍କ ଫୋନ୍‌ ନମ୍ବର ଦେବାପରେ ଏହି କାଣ୍ଡ ଆରମ୍ଭ ହୋଇଛି।

ପୁନୀତ ଦିନକୁ ଏବେ ୧୫୦ରୁ ଊର୍ଦ୍ଧ୍ୱ ଫୋନ୍ କଲ୍‌ ପାଉଛନ୍ତି। ଅଶ୍ଲୀଳ ମେସେଜ୍‌ ଏବଂ କଲ୍‌ ସବୁ ଆସିବାରେ ଲାଗିଛି। ପୁନୀତ ସେତେବେଳେ ମୁଣ୍ଡରେ ହାତଦେଲେ ଯେତେବେଳେ ସେ ଜାଣିଲେ ଯେ, ଲୋକେ ଭାବିନେଇଛନ୍ତି ସେ ହେଉଛନ୍ତି ସନ୍ନି ଲିଓନି।

ପ୍ରକୃତରେ ଫିଲ୍ମରେ ଅଚଳ ନମ୍ବର ହିଁ ଦିଆଯାଇଥାଏ ବା ଏଭଳି ଏକ ନମ୍ବର ଯାହା ଫିଲ୍ମର ପ୍ରମୋଶନ୍‌ ପାଇଁ ଉଦ୍ଦିଷ୍ଟ ଥିବ। କିନ୍ତୁ ଏ କ୍ଷେତ୍ରରେ ଏକ ସଚଳ ଫୋନ୍‌ ନମ୍ବର ଦିଆଯାଇଥିଲା। ଏବେ ପୁନୀତ ‘ଅର୍ଜୁନ୍‌ ପଟିଆଲା’ ଫିଲ୍ମର ନିର୍ମାତାକୁ କୋର୍ଟକୁ ଟାଣିବାକୁ ଯୋଜନା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos