ତା’ହେଲେ ଏଥିପାଇଁ ଫସି ଯାଇଛନ୍ତି ମନ୍ଦିରା

ମୁମ୍ବାଇ: ବଲିଉଡ୍‌ରେ ଏମିତି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ସୁନ୍ଦର ଓ ଦକ୍ଷ, କିନ୍ତୁ ଅସଫଳ। ସେମିତି କିଛି ଅଭିନେତ୍ରୀ ମାନଙ୍କ ମଧ୍ୟରୁ ମନ୍ଦିରା ବେଦୀ ଜଣେ। ମନ୍ଦିରାଙ୍କୁ ଖୁବ୍‌ କମ୍‌ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିବାର ଆପଣମାନେ ଦେଖିଥିବେ। ପ୍ରାୟତଃ ଫିଲ୍ମରେ ସେ ସାଇଡ୍‌ ହିରୋଇନ୍‌ ନହେଲେ ଖଳନାୟିକା ଭୂମିକାରେ ଅଭିନୟ କରିଛନ୍ତି। ଏତେ ସୁନ୍ଦର ଓ ଦକ୍ଷ ଅଭିନେତ୍ରୀ କାହିଁକି ଲିଡ୍‌ରେ ଅଭିନୟ କରନ୍ତି ନାହିଁ ବୋଲି ଆପଣ ଭାବୁଥିବେ। ଆପଣଙ୍କ ମନରେ ଆସୁଥିବା ସେହି ପ୍ରଶ୍ନର ଉତ୍ତର ନିଜେ ମନ୍ଦିରା ଦେଇଛନ୍ତି। ଅର୍ଥାତ କାହିଁକି ଲିଡ୍‌ ରୋଲରେ ଅଭିନୟ କରିବାର ସୁଯୋଗ ସେ ପାଆନ୍ତି ନାହିଁ ବୋଲି ମନ୍ଦିରା ନିଜେ କହିଛନ୍ତି।

ଛୋଟ ଚୁଟି ପାଇଁ ସେ କୌଣସି ଗୁରୁତ୍ୱପୂର୍ଣ୍ଣ ଭୂମିକା ବା ଲିଡ୍‌ ରୋଲରେ ଅଭିନୟ କରିପାରନ୍ତି ନାହିଁ। ଏଥିପାଇଁ ତାଙ୍କୁ କେବଳ ପୋଲିସ ଅଫିସର ଭୂମିକା ଦିଆଯାଏ। ଛୋଟ ଚୁଟି ପାଇଁ ସେ ଏକ ପ୍ରକାର ଫସି ଯାଇଛନ୍ତି ବୋଲି କହିଛନ୍ତି ମନ୍ଦିରା।

ଆଗକୁ ତାଙ୍କର ଏକ ତେଲୁଗୁ ଫିଲ୍ମ ଆସୁଛି ‘ଅଦଂଗ୍‌ଥି’। ଏହି ଫିଲ୍ମରେ ମଧ୍ୟ ମନ୍ଦିରା ଜଣେ ପୋଲିସ ଅଫିସର ଭୂମିକାରେ ଅଭିନୟ କରିଛନ୍ତି।

ଛୋଟ ଚୁଟି ପାଇଁ ଏତେ ସମସ୍ୟା ଦେଖା ଯାଉଥିବାରୁ ସେ କେବେ ତାଙ୍କ ହେୟାର ଷ୍ଟାଇଲ୍‌ ବଦଳାଇବାକୁ ମନ ବଳାଇ ନାହାଁନ୍ତି କି ବୋଲି ପଚରାଯିବାରେ ସେ କହିଥିଲେ,“କେବେ ନୁହେଁ, ଯେତେ ସମସ୍ୟା ହେଉନା କାହିଁକି ମୁଁ କେବି ବି ମୋ ହେୟାର ଷ୍ଟାଇଲ୍‌ ବଦଳାଇବି ନାହିଁ। ଛୋଟ ଚୁଟି ଥିବା ମହିଳା ଯେ କେବେ କାହାର ପ୍ରେମିକା, ପତ୍ନୀ ଏବଂ ମାଆ ହୋଇପାରିବନି ସେ ଚିନ୍ତାଧାରାକୁ ମୁଁ ବଦଳାଇବାକୁ ଚାହୁଁଛି।”