ଅକ୍ଷୟ ଓ ସାଇନାଙ୍କୁ ମାଓବାଦୀଙ୍କ ଧମକ, କାହିଁକି ଦେଲେ ଧମକ

ମୁମ୍ବାଇ: ନକ୍ସଲ ଆକ୍ରମଣରେ ସହିଦ ପରିବାରଙ୍କୁ ସହାୟତା କରିବାରୁ ସେଲିବ୍ରିଟିଙ୍କ ପାଖକୁ ଆସୁଛି ମାଓବାଦୀଙ୍କ ଧମକ। ଛତିଶଗଡ଼ରେ ଏଭଳି ମାଓ ଧମକ ମିଳିଛି ଅଭିନେତା ଅକ୍ଷୟ କୁମାର ଓ ବ୍ୟାଡମିଣ୍ଟନ ତାରକା ସାଇନା ନେହଓ୍ୱାଲଙ୍କୁ। ଏହି ଦୁଇ ସେଲିବ୍ରିଟିଙ୍କ ବିରୋଧରେ ପାମ୍ପଲେଟ୍ ମାଧ୍ୟମରେ ଧମକ ଦେଇଛନ୍ତି ମାଓବାଦୀ। ଏହି ଧମକପୂର୍ଣ୍ଣ ପ୍ରଚାର ପତ୍ରକୁ ଛତିଶଗଡ଼ ପୋଲିସ ନକ୍ସଲ ପ୍ରଭାବିତ ବସ୍ତର ଜିଲ୍ଲାର ବଲିଆଡିଲା ଅଞ୍ଚଳରୁ ଜବତ କରିଛି।

ଗତ ଏପ୍ରିଲରେ ଛତିଶଗଡ଼ର ସୁକମା ଜିଲ୍ଲାରେ ଘଟିଥିବା ବଡ଼ ଧରଣର ମାଓ ହମଲାରେ ୨୫ ଜଣ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ। ଏମାନଙ୍କ ପରିବାରକୁ ଅକ୍ଷୟ ଓ ସାଇନା ଯଥାକ୍ରମେ ୯ ଲକ୍ଷ ଓ ଏବଂ ୬ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବାକୁ ଘୋଷଣା କରିଥିଲେ। ଏହି ସହାୟତା ପ୍ରଦାନକୁ ବିରୋଧ କରି ମାଓବାଦୀମାନେ ଦୁଇ ସେଲିବ୍ରିଟିଙ୍କୁ ଧମକ ଦେଇଛନ୍ତି।