ଚିହ୍ନିଲେ ଦେଖି ଅନୁଷ୍କା କିଏ ?

ମୁମ୍ୱାଇ: ସୋଶାଲ ମିଡିଆରେ ସେଲିବ୍ରେଟିଙ୍କର ପରି ଦେଖାଯାଉଥିବା ଅନେକ ଲୋକଙ୍କର ଫଟୋ ଭାଇରାଲ୍‌ ହେଉଥିବା ଆପଣ ଦେଖିବାକୁ ପାଉଥିବେ। କିନ୍ତୁ ବହୁତ କ୍ଷେତ୍ରରେ ଦୁହିଁଙ୍କର ମୁହଁ ସମ୍ପୁର୍ଣ୍ଣ ମିଶି ଯାଇଥାଏ। ଏପରି କିଛି ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ଆମେରିକାର ଜଣେ ସେଲିବ୍ରେଟି ଅବିକଳ ଅନୁଷ୍କା ଶର୍ମାଙ୍କ ପରି ଦେଖିବାକୁ, ଯାହାଙ୍କର ଫଟୋ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି। ପ୍ରକୃତରେ ଅନୁଷ୍କାଙ୍କ ପରି ଦେଖାଯାଉଥିବା ଏହି ସେଲିବ୍ରିଟି ଜଣକ ହେଉଛନ୍ତି, ଆମେରିକାର ଗାୟିକା ଜୁଲିଆ […]

anuska

anuska

Puspanjali Panda
  • Published: Monday, 04 February 2019
  • Updated: 04 February 2019, 06:06 PM IST

Sports

Latest News

ମୁମ୍ୱାଇ: ସୋଶାଲ ମିଡିଆରେ ସେଲିବ୍ରେଟିଙ୍କର ପରି ଦେଖାଯାଉଥିବା ଅନେକ ଲୋକଙ୍କର ଫଟୋ ଭାଇରାଲ୍‌ ହେଉଥିବା ଆପଣ ଦେଖିବାକୁ ପାଉଥିବେ। କିନ୍ତୁ ବହୁତ କ୍ଷେତ୍ରରେ ଦୁହିଁଙ୍କର ମୁହଁ ସମ୍ପୁର୍ଣ୍ଣ ମିଶି ଯାଇଥାଏ।

ଏପରି କିଛି ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ଆମେରିକାର ଜଣେ ସେଲିବ୍ରେଟି ଅବିକଳ ଅନୁଷ୍କା ଶର୍ମାଙ୍କ ପରି ଦେଖିବାକୁ, ଯାହାଙ୍କର ଫଟୋ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି।

ପ୍ରକୃତରେ ଅନୁଷ୍କାଙ୍କ ପରି ଦେଖାଯାଉଥିବା ଏହି ସେଲିବ୍ରିଟି ଜଣକ ହେଉଛନ୍ତି, ଆମେରିକାର ଗାୟିକା ଜୁଲିଆ ମାଇକଲ୍ସ୍‌।

ଇଣ୍ଟରନେଟ୍‌ରେ ଜଣେ ୟୁଜର୍‌ ଅନୁଷ୍କା ଓ ଜୁଲିଆଙ୍କ ଫଟୋକୁ ମିଶାଇ ସୋଶାଲ ମିଡିଆରେ ଅପଲୋଡ୍‌ କରିଛନ୍ତି। ଅପ୍‌ଲୋଡ୍‌ ହେବାର କିଛି ସେକେଣ୍ଡ ମଧ୍ୟରେ ହିଁ ଫଟୋଟି ଭାଇରାଲ୍‌ ହୋଇସାରିଛି। ଏହି ଫଟୋ ଭାଇରାଲ୍ ହେବା ପରେ ଆମେରିକାନ୍ ଗାୟିକା ଜୁଲିଆ ଏହାକୁ ଟ୍ୱିଟର୍‌ରେ ଟ୍ରେଣ୍ଡ କରିଥିଲେ।

 

 

View this post on Instagram

 

Aus makin my hair extra floofy

A post shared by Julia Michaels (@juliamichaels) on

ଯେଉଁଥରେ ଜଣେ ୟୁଜର୍‌ ଅନୁଷ୍କାଙ୍କୁ କମେଣ୍ଟ୍‌ କରି ଲେଖିଥିଲେ, "ନୁଷ୍କି କଣ ଏହା ସତରେ ଏହା ଆପଣ ଅଟନ୍ତି? ମୁଁ ଏହି ଫଟୋକୁ ଦେଖି ଦ୍ୱନ୍ଦ୍ୱରେ ରହିଛି। ଦୁହେଁ ବହୁତ ସୁନ୍ଦର ଦେଖିବାକୁ। ହାୟ ଜୁଲିଆ, ଆପଣଙ୍କୁ ଦେଖି ଖୁସି ଲାଗିଲା।"

ଅନୁଷ୍କା ଶର୍ମାଙ୍କ ପରି ଦେଖିବାକୁ ଜୁଲିଆଙ୍କର ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟକୁ ସର୍ଚ୍ଚ କରାଯାଉଛି। ତାଙ୍କର ସୋଶାଲ ମିଡିଆ ଆକାଉଣ୍ଟରେ ଅନେକ ଫଟୋ ରହିଛି। ଯେଉଁଥିରେ ସେ ଅବିକଳ ଅନୁଷ୍କାଙ୍କ ପରି ଦେଖା ଯାଉଛନ୍ତି। ଆମେରିକାନ୍ ସିଙ୍ଗର୍‌ ଜୁଲିଆ ଗୀତ ଗାଇବା ବ୍ୟତୀତ ଜଣେ ଲେଖିକା ମଧ୍ୟ। ୨୦୧୭ରେ ଜୁଲିଆ ମ୍ୟୁଜିକ୍‌ ୱାର୍ଲଡ୍‌ରେ ଡେବ୍ୟୁ କରିଥିଲେ। ତାଙ୍କର ପ୍ରଥମ ସୋଲୋ ଗୀତ 'ଇଶୁଜ୍‌' ୨୦୧୭ରେ ରିଲିଜ୍‌ ହୋଇଥିଲା।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos