ପାକିସ୍ତାନରେ ଗୀତ ଗାଇ ଫସିଗଲେ ମିକା!

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଗାୟକ ମିକା ସିଂହ ପାକିସ୍ତାନର କରାଚିରେ ଗୀତ ଗାଇ ଫସି ଯାଇଛନ୍ତି। ଏନେଇ ତାଙ୍କର ଏକ ଭିଡିଓ ଭାଇରାଲ୍ ହୋଇଥିବା ବେଳେ ଭାରତୀୟମାନେ ତାଙ୍କୁ ଖୁବ୍ ସମାଲୋଚନା କରିଛନ୍ତି। ସୋଶାଲ୍ ମିଡିଆରେ ତାଙ୍କୁ ଟ୍ରୋଲ୍‌ କରାଯାଉଛି। ସୂଚନା ଅନୁଯାୟୀ, ମିକା ତିନି ଦିନିଆ ପାକିସ୍ତାନ ଗସ୍ତରେ ଯାଇଛନ୍ତି। ଏଥିପାଇଁ ଜୁଲାଇ ୨୯ ତାରିଖରେ ତାଙ୍କୁ ଭିଜା ପ୍ରଦାନ କରାଯାଇଥିଲା। ଏ ଭିଡିଓ ଦେଖିବା ପରେ ଜଣେ ଭାରତୀୟ ଟ୍ୱିଟର୍ ବ୍ୟବହାରକାରୀ ଲେଖିଛନ୍ତି, ଆମେ […]

mikka

mikka

Chinmayee Roy
  • Published: Sunday, 11 August 2019
  • Updated: 11 August 2019, 01:03 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଗାୟକ ମିକା ସିଂହ ପାକିସ୍ତାନର କରାଚିରେ ଗୀତ ଗାଇ ଫସି ଯାଇଛନ୍ତି। ଏନେଇ ତାଙ୍କର ଏକ ଭିଡିଓ ଭାଇରାଲ୍ ହୋଇଥିବା ବେଳେ ଭାରତୀୟମାନେ ତାଙ୍କୁ ଖୁବ୍ ସମାଲୋଚନା କରିଛନ୍ତି। ସୋଶାଲ୍ ମିଡିଆରେ ତାଙ୍କୁ ଟ୍ରୋଲ୍‌ କରାଯାଉଛି। ସୂଚନା ଅନୁଯାୟୀ, ମିକା ତିନି ଦିନିଆ ପାକିସ୍ତାନ ଗସ୍ତରେ ଯାଇଛନ୍ତି। ଏଥିପାଇଁ ଜୁଲାଇ ୨୯ ତାରିଖରେ ତାଙ୍କୁ ଭିଜା ପ୍ରଦାନ କରାଯାଇଥିଲା।

ଏ ଭିଡିଓ ଦେଖିବା ପରେ ଜଣେ ଭାରତୀୟ ଟ୍ୱିଟର୍ ବ୍ୟବହାରକାରୀ ଲେଖିଛନ୍ତି, ଆମେ ଜାଣିଛୁ ତୁମ ସମୟ ଖରାପ ଚାଲିଛି। କିନ୍ତୁ ଏତେ ବି ଖରାପ ଚାଲିନି ଯେ, ତୁମେ ଯେଉଁଠି ପାରି ସେଠି ଗୀତ ଗାଇବ। ଆଉ ଜଣେ ଲେଖିଛନ୍ତି, ଟଙ୍କା ପାଇଁ ଏଭଳି ଲୋକମାନେ ଯେକୌଣସି ସ୍ଥାନକୁ ଯାଇପାରିବେ। କେହି କେହି ତ ତାଙ୍କୁ ଦେଶଦ୍ରୋହୀ ମଧ୍ୟ କହିଛନ୍ତି।

https://twitter.com/nailainayat/status/1160273105207660544

ପାକିସ୍ତାନର ଜଣେ ମହିଳା ସାମ୍ବାଦିକ ନାଇଲା ଇନାୟତ ଟ୍ୱିଟ୍‌ରରେ ମିକାଙ୍କ ଭିଡଓ ଶେଆର୍‌ କରି ଲେଖିଥିଲେ, ଖୁସି ଲାଗୁଛି ଯେ ଜେନେରାଲ୍ ମୁଶରଫ୍‌ଙ୍କ ସଂପର୍କୀୟଙ୍କ କରାଚି ସ୍ଥିତ ଘରେ ମେହନ୍ଦୀ କାର୍ଯ୍ୟକ୍ରମରେ ଗାୟକ ମିକା ସିଂହ ଗୀତ ପରିବେଷଣ କରୁଛନ୍ତି।

https://twitter.com/Faakhir_Mehmood/status/1159761327772098560

ଅନ୍ୟପକ୍ଷରେ ଏ ଘଟଣା ନେଇ ପାକିସ୍ତାନୀ ଗାୟକ ଫାଖିର ମେହମୁଦ ତାଙ୍କରି ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ ଏହି ଭିଡିଓକୁ ଟ୍ୱିଟର୍‌ରେ ପୋଷ୍ଟ୍ କରି ଲେଖିଛନ୍ତି, କଶ୍ମୀର ଏବେ ପୂରା ବନ୍ଦୀ ହୋଇଯାଇଛି। କିନ୍ତୁ ଜଣେ ଭାରତୀୟ ଏଠାକୁ ଆସି ଗୀତ ଗାଉଛନ୍ତି ଓ ଟଙ୍କା ନେଇ ଚାଲି ଯାଉଛନ୍ତି। କିନ୍ତୁ ତାଙ୍କର କିଛି ହେଉ ନାହିଁ। ଧର୍ମ ଓ ଦେଶଭକ୍ତି କେବଳ ଗରିବଙ୍କ ପାଇଁ ଲାଗୁ ହୋଇଛି।

https://twitter.com/Shruti_Nagpal09/status/1160274132010844160

https://twitter.com/vikassirohiwal/status/1160281231805825030

https://twitter.com/Hindu_Vedas/status/1160274965272264705

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଠାଇ ଦେବା ସହିତ ଏଥିରୁ ଲଦାଖକୁ କାଢ଼ି ନେଇ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରି ଦେଇଛନ୍ତି। ଏହା ପରେ ଖପ୍ପା ହୋଇଯାଇଛି ପାକିସ୍ତାନ। ଏଥିପାଇଁ ପାକିସ୍ତାନ ସରକାର ଭାରତ ସହିତ ସମସ୍ତ ପ୍ରକାର ବ୍ୟବସାୟିକ ଓ ସାଂସ୍କୃତିକ ସଂପର୍କ ଛିନ୍ନ କରି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos