ମୁମ୍ୱାଇ: ବଲିଉଡ୍ର ଲୋକପ୍ରିୟ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ସ୍ୱାସ୍ଥ୍ୟାବସ୍ଥା ଟିକେ ବିଗିଡ଼ି ଯାଇଛି। ଏଥିପାଇଁ ସେ ଆମେରିକାରେ ଲସ୍ ଏଞ୍ଜେଲସ୍ରେ ଚିକିତ୍ସିତ ହେଉଛନ୍ତି।
୬୬ ବର୍ଷ ବୟସରେ ପହଞ୍ଚିଥିବା ବଲିଉଡ୍ର୍ ଏହି ପୂର୍ବତନ ଡ୍ୟାନ୍ସିଂ ଷ୍ଟାର୍ କିଛି ବର୍ଷ ଧରି ଅଣ୍ଟାରେ ଯନ୍ତ୍ରଣା ଭୋଗୁଥିଲେ। ସୂଚନା ଅନୁସାରେ, କିଛି ମାସ ଧରି ଏହି ଯନ୍ତ୍ରଣା ବଢ଼ି ଯାଇଥିଲା।
କିଛି ଦିନ ମୁମ୍ୱାଇରେ ଚିକିତ୍ସିତ ହେବା ପରେ ପରିବାର ବର୍ଗ ଅଧିକ ଭଲ ଚିକିତ୍ସା ପାଇଁ ତାଙ୍କୁ ଆମେରିକା ନେଇଛନ୍ତି।
ଖବର ଅନୁସାରେ, ମିଥୁନ୍ଙ୍କ ସାଙ୍ଗରେ ତାଙ୍କ ପୁଅ ମହାଅକ୍ଷୟ ଚକ୍ରବର୍ତ୍ତୀ ଓ ବୋହୂ ମଦାଳସା ଶର୍ମା ରହିଛନ୍ତି। ମିଥୁନ୍ଙ୍କ ସ୍ୱାସ୍ଥ୍ୟରେ ପୂର୍ବାପେକ୍ଷା ଉନ୍ନତି ଆସିଛି।
୨୦୧୬ରେ ମଧ୍ୟ ମିଥୁନ ଚିକିତ୍ସା ପାଇଁ ଲସ୍ ଏଞ୍ଜେଲସ୍ ଯାଇଥିଲେ। ଫିଲ୍ମ ‘ଲକି’ ପାଇଁ ଏକ ଷ୍ଟଣ୍ଟ୍ ସିନ୍ ଶୁଟ୍ କରୁଥିବା ସମୟରେ ତାଙ୍କର ଏହି ଅଣ୍ଟା ଯନ୍ତ୍ରଣା ଆରମ୍ଭ ହୋଇଥିଲା। ମିଥୁନ୍ଙ୍କୁ ଶେଷଥର ପାଇଁ ଏକ ରିୟାଲିଟି ଶୋ’ ର ଜଜ୍ ଭାବେ ଦେଖିବାକୁ ମିଳିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଯୌନ ନିର୍ଯାତନା ଅଭିଯୋଗରେ କଣ୍ଠଶିଳ୍ପୀ ସଞ୍ଜୟ ଚକ୍ରବର୍ତ୍ତୀ ଗିରଫ
କୋଲକାତାରେ ନିଜ ସଙ୍ଗୀତ ଶିକ୍ଷାକେନ୍ଦ୍ରର ନାବାଳିକା ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ। ଗିରଫ ଭୟରେ ମୁମ୍ବାଇରେ ଲୁଚିଥିଲେ କଣ୍ଠଶିଳ୍ପୀ ସଞ୍ଜୟ ଚକ୍ରବର୍ତ୍ତୀ। ସାଙ୍ଗ ଘରୁ ବାନ୍ଧିଲା କୋଲକାତା ପୁଲିସ।
Entertainment
ଘୋଷଣା ହେଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର; କିଏ କେଉଁ ପୁରସ୍କାର ପାଇଲେ ପଢ଼ନ୍ତୁ
୨୦୨୨ ମସିହା ପାଇଁ ବିଶିଷ୍ଟ ହାସ୍ୟ ଅଭିନେତା ଜୟରାମ ସାମଲଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ‘ମୋହନ ସ୍ୱାମୀ ଗୋସ୍ୱାମୀ ପୁରସ୍କାର ପ୍ରଦାନ କରାଯିବ।
National
ଆଇସିଏଫଟି-ୟୁନେସ୍କୋ ଗାନ୍ଧୀ ପଦକ - ଶାନ୍ତି ଓ ମାନବିକତାକୁ ସିନେମା ଜରିଆରେ ଶ୍ରଦ୍ଧାଞ୍ଜଳି
ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ)ର ୫୫ତମ ସଂସ୍କରଣରେ ସମ୍ମାନଜନକ ଆଇସିଏଫଟି-ୟୁନେସ୍କୋ ଗାନ୍ଧୀ ପଦକ ପାଇଁ ଆନୁଷ୍ଠାନିକ ଭାବେ ମନୋନୀତ ଚଳଚିତ୍ର ଗୁଡ଼ିକୁ ଉନ୍ମୋଚନ କରାଯାଇଛି, ଯାହା (ଇଣ୍ଟରନ୍ୟାସନାଲ୍ କାଉନ୍ସିଲ୍ ଫର୍ ଫିଲ୍ମ, ଟେଲିଭିଜନ ଆଣ୍ଡ ଅଡିଓଭିଜୁଆଲ୍ କମ୍ୟୁନିକେସନ୍ (ଆଇସିଏଫଟି) ପ୍ୟାରିସ୍ ଏବଂ ମିଳିତ ଜାତିସଂଘ ଶିକ୍ଷା, ବୈଜ୍ଞାନିକ ଓ ସାଂସ୍କୃତିକ ସଂଗଠନ (ୟୁନେସ୍କୋ)ର ମିଳିତ ସହଯୋଗରେ ପ୍ରସ୍ତୁତ କରାଯାଇଛି।
Entertainment
ବଢ଼ିଲା ଓଲିଉଡ୍ କଳି: ମନୋଜଙ୍କ ଆରୋପର ଜବାବ ଦେଲେ ସବ୍ୟସାଚୀ ଓ ତାପସ
ଫିଲ୍ମ ‘ଭୂଖା’କୁ ନେଇ ମନୋଜ ମିଶ୍ରଙ୍କ ମନ୍ତବ୍ୟରେ ସେ କହିଛନ୍ତି, ଭୂଖା ଫିଲ୍ମ ସେତେବେଳେ ଚହଳ ପକାଇଥିଲା। ବର୍ତ୍ତମାନ ସମୟ ପରି ସେତେବେଳେ ବେଶୀ ଫିଲ୍ମ ଫେଷ୍ଟିଭାଲ୍ ହେଉନଥିଲା। ତଥାପି ସ୍ପେନ୍ ଓ ଫ୍ରାନ୍ସରେ ପୁରସ୍କୃତ ହୋଇଥିଲା।
Entertainment
ଓଡ଼ିଆ ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ଏତଲା
ନିଜର ବ୍ୟକ୍ତିଗତ ଓ ରାଜନୈତିକ ଉଦ୍ଦେଶ୍ୟ ରଖି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ମନୋଜ ବଦନାମ କରୁଛନ୍ତି ବୋଲି କହିଛନ୍ତି ବରିଷ୍ଠ ଫିଲ୍ମ ନିର୍ଦ୍ଦେଶକମାନେ ଅଭିଯୋଗ କରିଛନ୍ତି।