ସେଲିବ୍ରେଟିଙ୍କ ଦାମି ବାଇକ୍‌, ଦାମ୍ ଶୁଣିଲେ ଘୁରିଯିବ ମଥା

ମୁମ୍ବାଇ: ଷ୍ଟାଇଲିସ୍‌ ବାଇକ୍‌ କାହାକୁ ଭଲ ନ ଲାଗେ କୁହନ୍ତୁ ତ ! ତା ହେଲେ ଏଥିରୁ ବଲିଉଡ୍‌ ଅଭିନେତାମାନେ କେମିତି ବା ବାଦ୍‌ ପଡ଼ିବେ। ଦାମିକିଆ କାର୍‌ ବ୍ୟବହାର କରୁଥିବା ଏହି ସେଲିବ୍ରେଟିମାନେ ବି ବାଇକ୍‌ର ଦିୱାନା। ଆଉ ତାଙ୍କ ବାଇକ୍‌ର ଦାମ୍‌ ବି ଖୁବ୍‌ ଅଧିକ । ତାହେଲେ ଚାଲନ୍ତୁ ଜାଣିବା ଅଭିନେତାମାନେ ଧରୁଥିବା ବଇକ୍‌ଗୁଡ଼ିକର ଦାମ୍ କେତେ । ସଲମାନ ଖାନ୍‌: ଦବଙ୍ଗ ଖାନ୍‌ଙ୍କୁ ସାଧାରଣତଃ ଆମେ ଷ୍ଟାଇଲିସ୍‌ ଅନ୍ଦାଜରେ ଆମେ ଦେଖିଥାଉ। […]

ede

ede

Rakesh Mallick
  • Published: Saturday, 24 February 2018
  • Updated: 24 February 2018, 05:37 PM IST

Sports

Latest News

ମୁମ୍ବାଇ: ଷ୍ଟାଇଲିସ୍‌ ବାଇକ୍‌ କାହାକୁ ଭଲ ନ ଲାଗେ କୁହନ୍ତୁ ତ ! ତା ହେଲେ ଏଥିରୁ ବଲିଉଡ୍‌ ଅଭିନେତାମାନେ କେମିତି ବା ବାଦ୍‌ ପଡ଼ିବେ। ଦାମିକିଆ କାର୍‌ ବ୍ୟବହାର କରୁଥିବା ଏହି ସେଲିବ୍ରେଟିମାନେ ବି ବାଇକ୍‌ର ଦିୱାନା। ଆଉ ତାଙ୍କ ବାଇକ୍‌ର ଦାମ୍‌ ବି ଖୁବ୍‌ ଅଧିକ । ତାହେଲେ ଚାଲନ୍ତୁ ଜାଣିବା ଅଭିନେତାମାନେ ଧରୁଥିବା ବଇକ୍‌ଗୁଡ଼ିକର ଦାମ୍ କେତେ ।

ସଲମାନ ଖାନ୍‌: ଦବଙ୍ଗ ଖାନ୍‌ଙ୍କୁ ସାଧାରଣତଃ ଆମେ ଷ୍ଟାଇଲିସ୍‌ ଅନ୍ଦାଜରେ ଆମେ ଦେଖିଥାଉ। ସାଧାରଣତଃ ସଲମାନ୍ ନିଜ ବ୍ରାଣ୍ଡ ବିଙ୍ଗ ହ୍ୟୁମାନ୍‌ ବାଇକ୍‌ ହିଁ ଚଲାନ୍ତି । କିନ୍ତୁ ସେ ସ୍ପୋର୍ଟ୍ସ ବାଇକ୍‌ର ବି ବହୁତ ସଉକ୍ ରଖନ୍ତି। ସେଇଥି ପାଇଁ  ତାଙ୍କ ପାଖରେ ଅନେକ ସ୍ପୋର୍ଟ୍ସ ବାଇକ୍‌ ଅଛି। ଯାହାର ମୂଲ୍ୟ ୧୦ରୁ ୨୦ ଲକ୍ଷ ଟଙ୍କା । ଆଉ ତାଙ୍କର ପସନ୍ଦର ବ୍ରାଣ୍ଡ ହେଉଛି ୟାମାହା ଆର୍‌-୧। ତାଙ୍କପାଖରେ ୧୮୦୦ ଆରଜେଟ୍‌ ବାଇକ୍‌ଟିଏ ମଧ୍ୟ ଅଛି ଯାହାର ମୂଲ୍ୟ ୧୬ ଲକ୍ଷ ଟଙ୍କା।

ସାହିଦ୍ କପୁର: ସାହିଦ୍‌ କପୁରଙ୍କୁ ବାଇକ୍‌ ରାଇଡିଂ ବହୁତ ଭଲଲାଗେ। ସେଥିପାଇଁ ସାହିଦ୍‌ ନିଜ ବିବାହ ପରେ  “ହାର୍ଲ ଡେବିଡ୍‌ସନ୍‌ ଫ୍ୟାଟ୍‌ ବୟ” ବାଇକ୍‌ କିଣିଛନ୍ତି। ଯାହାର ମୂଲ୍ୟ ୧୫ ଲକ୍ଷ ଟଙ୍କା। ଏହାଛଡା ତାଙ୍କ ପାରେ ଆଉ ଏକ ୟାମାହା ଏମ୍‌ଟି-୦୧ ବି ଅଛି।

ଜନ୍‌ ଆବ୍ରାହମ୍‌: ଜନ୍‌ ବାଇକ୍‌ ଚଲେଇବାକୁ ଖୁବ୍‌ ଭଲ ପାଆନ୍ତି। ସେଥିପାଇଁ ପାଖରେ ରଖିଛନ୍ତି ଅନେକ ବ୍ରାଣ୍ଡର ଗାଡ଼ି। କିନ୍ତୁ ତାଙ୍କର ସବୁଠାରୁ ପସନ୍ଦିଦା ବାଇକ୍‌ ହେଉଛି ‘ୟାମାହା ବି ମେକ୍ସ’ । ଯାହାର ମୂଲ୍ୟ ୩୦ ଲକ୍ଷ ଟଙ୍କା।

ବିବେକ୍‌ ଓବରୟ:  ବିବେକ ଓବରୟଙ୍କ ପାଖରେ ରହିଛି ଡ୍ୟୁକାଟି ୧୦୯୬ ଓ ଡ୍ୟୁକାଟି ୧୦୯୮ । ଏହି ବ୍ରାଣ୍ଡେଡ୍‌ ବାଇକ୍‌ର ମୂଲ୍ୟ ୪୫ ଲକ୍ଷ ଟଙ୍କା।

ରଣବୀର କପୁର: କାର୍‌ରେ ଯିବା ରଣବୀର କପୁରଙ୍କୁ ଅଧିକ ପସନ୍ଦ । ତଥାପି ତାଙ୍କ ପାଖରେ ଅଛି ହାର୍ଲେ ଡେଇଡ୍‌ସନ୍‌ ବାଇକ୍‌। ଏହି ବାଇକ୍‌ ସଞ୍ଜୟ ଦତ୍ତ ତାଙ୍କୁ ଉପହାର ଦେଇଛନ୍ତି । ଯାହର ମୂଲ୍ୟ ୫ଲକ୍ଷରୁ ଆରମ୍ଭ କରି ୫୩ ଲକ୍ଷ ପର୍ଯ୍ୟନ୍ତ।

ଆର୍‌ ମାଧବନ: ଅଭିନେତା ଆର୍‌ ମାଧବନ୍‌ଙ୍କ ପାଖରେ ୧୩୦୦ ଆର୍‌ ବାଇକ୍‌ ଅଛି। ଯାହାର ମୂଲ୍ୟ ପାଖାପାଖି ୨୪ ଲକ୍ଷ ଟଙ୍କା।

ସଞ୍ଜୟ ଦତ୍ତ: ସଞ୍ଜୟ ଦତ୍ତଙ୍କ ପାଖରେ ବି ଅନେକ ଦାମୀ ବାଇକ୍‌ ଅଛି। ସେଥିମଧ୍ୟରୁ ତାଙ୍କ ପାଖରେ ଥିବା ହାର୍ଲେ ଡେଭିଡ୍‌ସନ୍ ଫ୍ୟାଟ୍‌ ବୟ ବାଇକ୍‌ର ମୂଲ୍ୟ ୧୫ ଲକ୍ଷ ଟଙ୍କା । ଏବଂ ତାଙ୍କ ସବୁଠାରୁ ପ୍ରିୟ ବାଇକ୍‌ ଡୁକାଟି ମୁସ୍ତିଷ୍ଟ୍ରାର ମୂଲ୍ୟ ୧୪ ଲକ୍ଷ ଟଙ୍କା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos