୨କୋଟି ଲୋକ ଦେଖିସାରିଲେଣି ଅକ୍ଷୟ-ରଜନୀକାନ୍ତ ଅଭିନୀତ ୨.୦ର ଟ୍ରେଲର

ମୁମ୍ବାଇ: ପ୍ରସିଦ୍ଧ ନିର୍ଦ୍ଦେଶକ ଶଙ୍କରଙ୍କର ବହୁପ୍ରତୀକ୍ଷିତ ଫିଲ୍ମ୨.୦ର ରିଲିଜ୍‌ ତାରିଖ ପାଖେଇ ଆସୁଥିବାବେଳେ ଏହାର ଟ୍ରେଲର ଆଜି ରିଲିଜ୍‌ ହୋଇଛି। ଟେକ୍ନୋଲୋଜି ସମ୍ପର୍କିତ କାହାଣୀକୁ ନେଇ ନିର୍ମିତ ଏହି ଫିଲ୍ମ ୨୦୧୭ ମସିହାରେ ରିଲିଜ୍‌ ହେବାର ଥିଲା, କିନ୍ତୁ କିଛି ଟେକ୍ନିକାଲ୍‌ କାରଣରୁ ଘୁଞ୍ଚିଚାଲିଥିଲା। ଏବେ ଏହା ଚଳିତ ମାସ ୨୯ ତାରିଖରେ ରିଲିଜ୍‌ ହେବା ଚୂଡ଼ାନ୍ତ ହେବା ପରେ ଆଜି ଟ୍ରେଲର ରିଲିଜ୍ ହୋଇଛି। ଉଭୟ ୩ଡି ଏବଂ ୪ଡି ଅଡିଓ ସହିତ ଚେନ୍ନାଇଠାରେ ଆୟୋଜିତ […]

rajni-2.0

rajni-2.0

Subrat Kumar Nayak
  • Published: Saturday, 03 November 2018
  • Updated: 03 November 2018, 05:47 PM IST

Sports

Latest News

ମୁମ୍ବାଇ: ପ୍ରସିଦ୍ଧ ନିର୍ଦ୍ଦେଶକ ଶଙ୍କରଙ୍କର ବହୁପ୍ରତୀକ୍ଷିତ ଫିଲ୍ମ୨.୦ର ରିଲିଜ୍‌ ତାରିଖ ପାଖେଇ ଆସୁଥିବାବେଳେ ଏହାର ଟ୍ରେଲର ଆଜି ରିଲିଜ୍‌ ହୋଇଛି। ଟେକ୍ନୋଲୋଜି ସମ୍ପର୍କିତ କାହାଣୀକୁ ନେଇ ନିର୍ମିତ ଏହି ଫିଲ୍ମ ୨୦୧୭ ମସିହାରେ ରିଲିଜ୍‌ ହେବାର ଥିଲା, କିନ୍ତୁ କିଛି ଟେକ୍ନିକାଲ୍‌ କାରଣରୁ ଘୁଞ୍ଚିଚାଲିଥିଲା। ଏବେ ଏହା ଚଳିତ ମାସ ୨୯ ତାରିଖରେ ରିଲିଜ୍‌ ହେବା ଚୂଡ଼ାନ୍ତ ହେବା ପରେ ଆଜି ଟ୍ରେଲର ରିଲିଜ୍ ହୋଇଛି।

ଉଭୟ ୩ଡି ଏବଂ ୪ଡି ଅଡିଓ ସହିତ ଚେନ୍ନାଇଠାରେ ଆୟୋଜିତ ଏକ ଭବ୍ୟ ଉତ୍ସବରେ ଏହି ଟ୍ରେଲର ରିଲିଜ୍‌ କରାଯାଇଛି। ମାତ୍ର କିଛି ସମୟରେ ଅକ୍ଷୟ ଏବଂ ରଜନୀଙ୍କ ଫ୍ୟାନ୍‌ ଏହାକୁ ଭାଇରାଲ କରିବାକୁ ଆରମ୍ଭ କରିଛନ୍ତି ଏବଂ ଶେଷଖବର ସୁଦ୍ଧା ଏହାକୁ ୨ କୋଟିରୁ ଊର୍ଦ୍ଧ୍ୱ ଲୋକ ଦେଖିସାରିଲେଣି। ସମଗ୍ର ଫିଲ୍ମ ୩ଡିରେ ଶୁଟିଂ କରାଯାଇଥିବାରୁ ଏହାର ଅସଲି ମଜା ୩ଡିରେ ହିଁ ନିଆଯାଇପାରିବ ବୋଲି ନିର୍ମାତାଙ୍କ ପକ୍ଷରୁ କୁହାଯାଇଛି। ଏପରିକି ୨ ମିନିଟ୍‌ର ଟ୍ରେଲରରେ ଭିଏଫ୍‌ଏକ୍ସ କାମ ପ୍ରଶଂସନୀୟ ହୋଇପାରିଛି, ଯାହାକି ‘ଠଗ୍‌ସ ଅପ୍ ହିନ୍ଦୁସ୍ତାନ’ରେ ସମ୍ଭବ ହୋଇପାରିନଥିଲା।

ଏଥିରେ ଏପରି କିଛି ଦୃଶ୍ୟ ଅଛି ଯାହା ପୂର୍ବରୁ ନିର୍ମିତ ସାଇ-ଫାଇ ବିଭାଗ ଫିଲ୍ମଠାରୁ ଏହାକୁ ଭିନ୍ନ କରିପାରିଛି।

https://youtu.be/_qOl_7qfPOM

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos