ରେଖାଙ୍କ ମଥାର ସିନ୍ଦୁର ସଞ୍ଜୟଙ୍କର ନୁହେଁ; ରହସ୍ୟ ଏବେବି ରହସ୍ୟ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରେଖାଙ୍କ ମଥାର ସିନ୍ଦୁର କୌଣସି ଗୁପ୍ତ ରହସ୍ୟଠାରୁ କିଛି କମ୍ ନୁହେଁ। କାରଣ ୧୯୯୧ରେ ତାଙ୍କ ସ୍ୱାମୀ ମୁକେଶ ଅଗ୍ରୱାଲଙ୍କ ମୃତ୍ୟୁ ହୋଇସାରିଛି। ୧୯୯୦ରେ ସେ ଦିଲ୍ଲୀର ଏହି ଶିଳ୍ପପତିଙ୍କୁ ବିବାହ କରିଥିଲେ। ତାଙ୍କ ମଥାର ସିନ୍ଦୁରକୁ ନେଇ ରହିଛି ଅନେକ କାହାଣୀ। କୁହାଯାଏ ଅମିତାଭ ବଚ୍ଚନଙ୍କ ପାଇଁ ସେ ସିନ୍ଦୁର ନାଉଛନ୍ତି। ସେ ଦୁହିଁଙ୍କ ପ୍ରେମ କାହାଣୀ ସଂପର୍କରେ ସିନେପ୍ରେମୀମାନେ ଅଜଣା ନ ଥିବେ! ଏହି ଆଲୋଚନା ବଳୟକୁ ଶୈଳେନ୍ଦ୍ର ସିଂ, […]

rekha-sanjay

rekha-sanjay

Rakesh Mallick
  • Published: Monday, 06 March 2017
  • Updated: 06 March 2017, 01:13 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରେଖାଙ୍କ ମଥାର ସିନ୍ଦୁର କୌଣସି ଗୁପ୍ତ ରହସ୍ୟଠାରୁ କିଛି କମ୍ ନୁହେଁ। କାରଣ ୧୯୯୧ରେ ତାଙ୍କ ସ୍ୱାମୀ ମୁକେଶ ଅଗ୍ରୱାଲଙ୍କ ମୃତ୍ୟୁ ହୋଇସାରିଛି। ୧୯୯୦ରେ ସେ ଦିଲ୍ଲୀର ଏହି ଶିଳ୍ପପତିଙ୍କୁ ବିବାହ କରିଥିଲେ। ତାଙ୍କ ମଥାର ସିନ୍ଦୁରକୁ ନେଇ ରହିଛି ଅନେକ କାହାଣୀ। କୁହାଯାଏ ଅମିତାଭ ବଚ୍ଚନଙ୍କ ପାଇଁ ସେ ସିନ୍ଦୁର ନାଉଛନ୍ତି। ସେ ଦୁହିଁଙ୍କ ପ୍ରେମ କାହାଣୀ ସଂପର୍କରେ ସିନେପ୍ରେମୀମାନେ ଅଜଣା ନ ଥିବେ! ଏହି ଆଲୋଚନା ବଳୟକୁ ଶୈଳେନ୍ଦ୍ର ସିଂ, କମଲ ହାସନ, ପ୍ରଯୋଜକ ରାଜୀବ କୁମାରଙ୍କ ନାଁ ମଧ୍ୟ ଆସିଛି। ତେବେ ରବିବାର ଦିନ ଇଣ୍ଟରନେଟ୍‌ରେ ହଠାତ୍ ନ୍ୟୁଜ୍ ବ୍ରେକ୍ ହେଲା ଯେ ରେଖା ସଞ୍ଜୟ ଦତ୍ତଙ୍କୁ ନିଜ ହୃଦୟରୁ ସ୍ୱାମୀ ଭାବେ ମନେ କରନ୍ତି ଓ ତାଙ୍କରି ନାଁର ସିନ୍ଦୁର ମଥାରେ ଲଗାଉଛନ୍ତି। ଏକଥା ରେଖାଙ୍କ ଉପରେ ୟାସର ଉସ୍‌ମାନଙ୍କ ଲିଖିତ ‘ଦ ଅନ୍‌ଟୋଲ୍ଡ ଷ୍ଟୋରୀ ଆଜ୍‌ ଦ ସୋର୍ସ ଅଫ୍‌ ଦ ନ୍ୟୁଜ୍‌’ ଲେଖା ଯାଇଛି ବୋଲି କୁହାଗଲା। ତେବେ ଉସ୍‌ମାନ ଆଜି ଏ ଖବରକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି,“ଏହା ସଂପୂର୍ଣ୍ଣ ଭୁଲ! ମୋ ବହିରେ ଏମିତି କିଛି କଥା ଲେଖାଯାଇନି। ଲୋକେ ଏହାକୁ ଠିକ୍ ଭାବେ ପଢ଼ି ନାହାନ୍ତି।’

ସେ ତାଙ୍କ ବହିରେ ଲେଖାଯାଇଥିବା ଘଟଣା ଉଲ୍ଲେଖ କରି କହିଛନ୍ତି,“ରେଖା ଓ ସଞ୍ଜୟ ଦତ୍ତ ଏକ ଫିଲ୍ମରେ ଏକତ୍ର କାମ କରିଛନ୍ତି। ବୋଧହୁଏ ଏହାର ନାଁ ଜମୀନ ଆସ୍‌ମାନ୍ (୧୯୮୪)। ସେହି ସମୟରେ ସେମାନଙ୍କ ମଧ୍ୟରେ ସଂପର୍କ ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏପରିକି କିଛି ଲୋକ କହିଲେ ଯେ ସେମାନେ ବାହା ହୋଇଯାଇଛନ୍ତି। ଏହି ଆଲୋଚନା ଏତେ ଜୋର୍ ଧରିଲା ଯେ ଶେଷରେ ସଞ୍ଜୟ ଦତ୍ତ ଏକ ପତ୍ରିକାରେ ଏହାକୁ ଖଣ୍ଡନ କରିଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story