‘ମାଇଁ ନେମ୍‌ ଇଜ୍‌ ଲକ୍ଷ୍ମନ’ରେ ନଜର ଆସିବେ ରଣବୀର ସିଂହ

ମୁମ୍ବାଇ: ବଲିଉଡ୍‌ ଅଭିନେତା  ରଣବୀର ସିଂହଙ୍କୁ  ଆଗାମୀ ଫିଲ୍ମ ‘ମାଇଁ ନେମ୍‌ ଇଜ୍‌ ଲକ୍ଷ୍ମନ’ ରେ ଦେଖିବାକୁ ମିଳିବ। ‘ରାମ ଲକ୍ଷ୍ମନ’ର  ରିମେକ୍  ବନାଇବା ପାଇଁ ରୋହିତ ସେଟ୍ଟୀଙ୍କ ଇଚ୍ଛା ଥିଲା । କିନ୍ତୁ ‘ମାଇଁ ନେମ୍‌ ଇଜ୍‌ ଲକ୍ଷ୍ମନ’ ତେଲୁଗୁର ସୁପରହିଟ୍‌ ଫିଲ୍ମ ‘ଟେମ୍ପର’ ରିମେକ୍‌ ହେବ।  ଗତବର୍ଷ ‘ଟେମ୍ପର’ ସୁପରହିଟ୍‌ ଫିଲ୍ମ ହୋଇଥିଲା।

ରଣବୀର ସିଂହ ‘ଗୋଲମାଲ’ ସୁଟିଂ ଶେଷ ପରେ ‘ମାଇଁ ନେମ୍‌ ଇଜ୍‌ ଲକ୍ଷ୍ମନ’ ଫିଲ୍ମର ସୁଟିଂ କରିବେ।