ପୁଣି ଥରେ ପରଦାରେ ନଜର ଆସିବେ ଶ୍ରୀସନ୍ତ

ମୁମ୍ବାଇ: ବିଗ୍‌ବସ୍‌-୧୨ରେ ନଜର ଆସିଥିବା କ୍ରିକେଟର୍ ଓ ଅଭିନେତା ଶ୍ରୀସନ୍ତଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଖୁସି ଖବର। ଖୁବ୍‌ ଶୀଘ୍ର ଶ୍ରୀସନ୍ତ ଟେଲି ଦୁନିଆକୁ କମ୍‌ ବ୍ୟାକ୍‌ କରିବାକୁ ଯାଉଛନ୍ତି। ଚର୍ଚ୍ଚା ହେଉଛି ଯେ ଶ୍ରୀସନ୍ତ କୁଆଡ଼େ ଡ୍ୟାନ୍ସ ରିୟାଲିଟି ଶୋ’ ‘ନଚ୍ ବଲିଏ’ର ନୂଆ ସିଜିନ୍‌ରେ ନଜର ଆସିବେ। ଏକ ଗଣମାଧ୍ୟମକୁ ସାକ୍ଷତକାର ଦେଉଥିବା ସମୟରେ ଶ୍ରୀସନ୍ତ କନ୍‌ଫର୍ମ କରିଥିଲେ ଯେ ତାଙ୍କୁ ପତ୍ନୀ ଭୂବନେଶ୍ୱରୀଙ୍କ ସହ ‘ନଚ୍‌ ବଲିଏ’ରେ ସାମିଲ ହେବାକୁ ଅଫର୍‌ ମିଳିଛି। https://www.instagram.com/p/BsfIBdbA04_/?utm_source=ig_web_copy_link […]

shreesanth

shreesanth

Chinmayee Roy
  • Published: Thursday, 04 April 2019
  • Updated: 04 April 2019, 02:07 PM IST

Sports

Latest News

ମୁମ୍ବାଇ: ବିଗ୍‌ବସ୍‌-୧୨ରେ ନଜର ଆସିଥିବା କ୍ରିକେଟର୍ ଓ ଅଭିନେତା ଶ୍ରୀସନ୍ତଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଖୁସି ଖବର। ଖୁବ୍‌ ଶୀଘ୍ର ଶ୍ରୀସନ୍ତ ଟେଲି ଦୁନିଆକୁ କମ୍‌ ବ୍ୟାକ୍‌ କରିବାକୁ ଯାଉଛନ୍ତି। ଚର୍ଚ୍ଚା ହେଉଛି ଯେ ଶ୍ରୀସନ୍ତ କୁଆଡ଼େ ଡ୍ୟାନ୍ସ ରିୟାଲିଟି ଶୋ’ ‘ନଚ୍ ବଲିଏ’ର ନୂଆ ସିଜିନ୍‌ରେ ନଜର ଆସିବେ। ଏକ ଗଣମାଧ୍ୟମକୁ ସାକ୍ଷତକାର ଦେଉଥିବା ସମୟରେ ଶ୍ରୀସନ୍ତ କନ୍‌ଫର୍ମ କରିଥିଲେ ଯେ ତାଙ୍କୁ ପତ୍ନୀ ଭୂବନେଶ୍ୱରୀଙ୍କ ସହ ‘ନଚ୍‌ ବଲିଏ’ରେ ସାମିଲ ହେବାକୁ ଅଫର୍‌ ମିଳିଛି।

https://www.instagram.com/p/BsfIBdbA04_/?utm_source=ig_web_copy_link

ହେଲେ ଶୋ’ର ଅଫର୍‌ ଉପରେ ଶ୍ରୀସନ୍ତ ଏବେ ଯାଏଁ କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି। ଶ୍ରୀସନ୍ତ କହିଛନ୍ତି, ‘ହଁ ଏହା ସତ ଯେ ମୋତେ ନିର୍ମାତା ଶୋ’ରେ ସାମିଲ୍‌ ହେବାକୁ ପଚାରିଛନ୍ତି। ହେଲେ ମୁଁ ଏବେ ଯାଏଁ କୌଣସି ନିଷ୍ପତ୍ତି ନେଇନାହିଁ, ଏବେ ମୁଁ ଏ ବିଷୟରେ ବିଚାର କରୁଛି। କାରଣ ମୁଁ ମ୍ୟାଚ୍‌ ଫିକ୍ସିଂ ମାମଲାରେ ମିଳିଥିବା ଦଣ୍ଡ ଉପରେ ବିସିସିଆଇର ନିଷ୍ପତ୍ତିର ଅପେକ୍ଷା କରିଛି।’

https://www.instagram.com/p/BvdSFXTgNu_/?utm_source=ig_web_copy_link

ଶ୍ରୀସନ୍ତ ଆହୁରି କହିଛନ୍ତି, ‘ବିସିସିଆଇର ଆଦେଶ କେବେ ବି ଆସିପାରେ ଓ ‘ନଚ୍‌ ବଲିଏ’ ଶୋ‘ ପାଖାପାଖି ୩ ରୁ ୪ ମାସ ଧରି ଚାଲିବ। ତେଣୁ ମୋ ପାଇଁ ବର୍ତ୍ତମାନ କାହାକୁ ବି ସମୟ ଦେବା କଷ୍ଟକର।’

ସୂଚନାଯୋଗ୍ୟ କିଛି ଦିନ ତଳେ ସୁପ୍ରିମ୍‌କୋର୍ଟ ଶ୍ରୀସନ୍ତଙ୍କ ଉପରେ ଆଇପିଏଲ୍ ମ୍ୟାଚ୍‌ ଫିକ୍ସିଂ ଅଭିଯୋଗରେ ଲାଗିଥିବା ଆଜୀବନ ବ୍ୟାନ୍‌କୁ ହଟାଇ ଦେଇଛନ୍ତି। ଏଥିସହ ସୁପ୍ରିମ୍‌କୋର୍ଟ ବିସିସିଆଇକୁ ଶ୍ରାସନ୍ତଙ୍କ ଆଜୀବନ ବ୍ୟାନ୍ ଉପରେ ପୁନଃବିଚାର କରିବାକୁ ଆଦେଶ ମଧ୍ୟ ଦେଇଛନ୍ତି।

https://www.instagram.com/p/BcyX_qElRlA/?utm_source=ig_web_copy_link

ଅନ୍ୟପକ୍ଷରେ ଦେଖିବାରୁ ଗଲେ, ଏହା ଶ୍ରୀସନ୍ତଙ୍କର ପ୍ରଥମ ଡ୍ୟାନ୍ସ ରିୟାଲିଟି ଶୋ’ ନୁହେଁ। ‘ବିଗ୍‌ବସ୍‌‌ରେ ଆସିବା ପୂର୍ବରୂ ସେ ଡ୍ୟାନ୍ସ ଶୋ’ ‘ଝଲକ୍ ଦିଖଲା ଜା’ର ପ୍ରତିଯୋଗୀ ହୋଇଥିଲେ।  ଏହା ପରେ ସେ ‘ବିଗ୍‌ବସ୍‌’ ଓ ‘ଖତ୍‌ରୋଁ କେ ଖିଲାଡ଼ି’ରେ ବି ଭାଗ ନେଇଥିଲେ। ‘ବିଗ୍‌ବସ୍‌’ ପରେ ଶ୍ରୀସନ୍ତଙ୍କର ଫ୍ୟାନ୍‌ ଫଲୋଇଂ ବହୁତ ବଢ଼ିଯାଇଛି। ତେଣୁ ସେମାନେ ଶ୍ରୀସନ୍ତଙ୍କୁ ପୁଣିଥରେ ପରଦାରେ ଦେଖିବାକୁ ଚାହୁଁଛନ୍ତି।  ଏହାକୁ ଦୃଷ୍ଟିରେ ରଖି ନିର୍ମାତା ଶ୍ରୀସନ୍ତଙ୍କୁ ଏହି ଶୋ’ର ଅଫର୍‌ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos