ସମନ୍ଥାଙ୍କ ଠାରୁ ଛାଡ଼ପତ୍ର ପରେ 'ଲଭ୍‌ ଲେଟର୍‌' ଶେଆର କଲେ ନାଗା ଚୈତନ୍ୟ

ହାଇଦ୍ରାବାଦ: ସାଉଥର ସୁପରହିଟ୍‌ ଯୋଡି ନାଗା ଚୈତନ୍ୟ ଓ ସମନ୍ଥା ରୁଥପ୍ରଭୁ। ଦୁହେଁ ବିବାହ ଦୀର୍ଘ ୪ ବର୍ଷ ପରେ ଅଲଗା ହୋଇସାରିଛନ୍ତି। ଉଭୟଙ୍କ ହୋଇସାରିଛି ଛାଡପତ୍ର। ତେବେ ଛାଡପତ୍ରର ଦୀର୍ଘ ଅଢ଼େଇ ମାସର ପରେ ପ୍ରଥମ ଥର ପାଇଁ ନାଗା ଚୈତନ୍ୟ ସୋଶାଲ ମିଡିଆ ଜରିଆରେ ଆଗକୁ ଆସିଛନ୍ତି। ଆଉ ଶେଆର କରିଛନ୍ତି ‘ଲଭ୍‌ ଲେଟର୍‌’। ସୋଶାଲ ମିଡିଆରେ ସେତେଟା ଆକ୍ଟିଭ ରହୁନଥିବା ନାଗା ଏବେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେଆର କରିଛନ୍ତି। ସେ […]

Naga

Madhupriya Mistry
  • Published: Saturday, 20 November 2021
  • , Updated: 20 November 2021, 05:11 PM IST

ହାଇଦ୍ରାବାଦ: ସାଉଥର ସୁପରହିଟ୍‌ ଯୋଡି ନାଗା ଚୈତନ୍ୟ ଓ ସମନ୍ଥା ରୁଥପ୍ରଭୁ। ଦୁହେଁ ବିବାହ ଦୀର୍ଘ ୪ ବର୍ଷ ପରେ ଅଲଗା ହୋଇସାରିଛନ୍ତି। ଉଭୟଙ୍କ ହୋଇସାରିଛି ଛାଡପତ୍ର। ତେବେ ଛାଡପତ୍ରର ଦୀର୍ଘ ଅଢ଼େଇ ମାସର ପରେ ପ୍ରଥମ ଥର ପାଇଁ ନାଗା ଚୈତନ୍ୟ ସୋଶାଲ ମିଡିଆ ଜରିଆରେ ଆଗକୁ ଆସିଛନ୍ତି। ଆଉ ଶେଆର କରିଛନ୍ତି 'ଲଭ୍‌ ଲେଟର୍‌'।

ସୋଶାଲ ମିଡିଆରେ ସେତେଟା ଆକ୍ଟିଭ ରହୁନଥିବା ନାଗା ଏବେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେଆର କରିଛନ୍ତି। ସେ ନିକଟରେ ପଢ଼ିଥିବା ଏହି ବହିର ଫଟୋକୁ ଶେଆର କରିଛନ୍ତି। ଆଉ ଏହାକୁ ସେ 'ଲଭ୍‌ ଲେଟର୍‌ ଟୁ ଲାଇଫ୍‌' ବୋଲି କହିଛନ୍ତି।  ଏହି ବହିକୁ ଲେଖିଥିବା ଲେଖକଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ଆଉ କହିଛନ୍ତି ଏହି ବହି ତାଙ୍କ ପାଇଁ ଏକ ଗ୍ରୀନ୍‌ ଲାଇଟ୍‌ ଭଳି।

ଏହା ପୂର୍ବରୁ ନାଗା ଚୈତନ୍ୟ ସମନ୍ଥାଙ୍କ ଠାରୁ ଛାଡପତ୍ର ହୋଇଥିବା ନେଇ ପୋଷ୍ଟ ଶେଆର କରିଥିଲେ। ଯେଉଁଥିରେ ସେ ଛାଡପତ୍ରର କାରଣ ପାରସ୍ପରିକ ମତଭେଦ ବୋଲି କହିଥିଲେ। ଏହାପରେ ଦୀର୍ଘ ୪୫ ଦିନ ହେବ ଇନ୍‌ଷ୍ଟାଗ୍ରାମ ଠାରୁ ଦୂରେଇ ରହିଥିଲେ ନାଗା ଚୈତନ୍ୟ।

ସୋସିଆଲ ମିଡିଆରେ ଖୁବ୍ କମ୍ ସକ୍ରିୟ ରହୁଥିବା ନାଗା ସାକ୍ଷାତକାରରେ ଅନେକଥର କହିଛନ୍ତି ଯେ, ସେ ସୋସିଆଲ୍ ମିଡିଆଠାରୁ ଦୂରେଇ ରହିବା ପସନ୍ଦ କରନ୍ତି। କାରଣ ସେ ନିଜ ପ୍ରାଇଭେସି ପସନ୍ଦ କରନ୍ତି।  ସେ ନିଜ ଇନଷ୍ଟାଗ୍ରାମ ପେଜ୍‌ରେ ଏପର୍ଯ୍ୟନ୍ତ କେବଳ ୫୨ ଟି ଫଟୋ ପୋଷ୍ଟ କରିଛନ୍ତି, ଯାହା ମଧ୍ୟରୁ ଅନେକ ସାମନ୍ଥାଙ୍କ ସହ ସେୟାର କରାଯାଇଛି।

ସୂଚନା ମୁତାବକ, ନିଜ ବିବାହ ବାର୍ଷିକୀର କିଛି ଦିନ ପୂର୍ବରୁ ହିଁ ନାଗାଚୈତନ୍ୟ ଏବଂ ସମନ୍ଥା ଅଲଗା ହେବା ନେଇ ଘୋଷଣା କରିଥିଲେ। ଏହି ଦମ୍ପତ୍ତି ବିବାହ ହେବା ପୂର୍ବରୁ ପରସ୍ପରକୁ ଦୀର୍ଘ ୩ ବର୍ଷ ଧରି ଡେଟ୍‌ କରିଥିଲେ। ଏହାପରେ ୨୦୧୭ରେ ଗୋଆରେ ଉଭୟଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ କରିଥିଲେ।

ଛାଡପତ୍ର ପରେ ସାମନ୍ଥାଙ୍କୁ ନାଗା ଚୈତନ୍ୟ ଏବଂ ତାଙ୍କ ପରିବାର ତରଫରୁ ୨ ଶହ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। କିନ୍ତୁ ଏହାକୁ ନେବା ପାଇଁ ଅଭିନେତ୍ରୀ କରିଦେଇଥିଲେ ଏବଂ ଜୀବନରେ ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଇଥିଲେ।  ବର୍ତ୍ତମାନ ସାମନ୍ଥା ତାଙ୍କ କ୍ୟାରିଅରକୁ ଏକ ନୂଆ ମୋଡ଼ ଦେଇଛନ୍ତି ଏବଂ ସେ ଅନେକ ବ୍ୟାକ୍-ଟୁ-ବ୍ୟାକ୍ ଫିଲ୍ମରେ ସାଇନ୍‌ କରିଛନ୍ତି।

 

View this post on Instagram

 

A post shared by Chay Akkineni (@chayakkineni)

Related story