ପ୍ରିୟଙ୍କାଙ୍କ ଚଗଲାମି: ଗାଳି ଖାଇଲେ ଅଭିଷେକ

ମୁମ୍ବାଇ:  ରାଣୀ ମୁଖାର୍ଜୀ ଓ ଅଭିଷେକ ବଚ୍ଚନ ପରସ୍ପରଙ୍କୁ ଭଲ ପାଉଥିଲେ। କଥା ବାହାଘର ପର୍ଯ୍ୟନ୍ତ ଯାଇଥିଲା। କିନ୍ତୁ ହଠାତ୍ କୌଣସି କାରଣରୁ ଉଭୟଙ୍କ ସଂପର୍କରେ ପଡ଼ିଥିଲା ଭଟ୍ଟା। ଅଭିଷେକ ବାହା ହୋଇଥିଲା ଐଶ୍ୱର୍ଯ୍ୟାଙ୍କୁ। ପରେ ରାଣୀ ବାହା ହୋଇଥିଲେ ଆଦିତ୍ୟ ଚୋପ୍ରାଙ୍କୁ। ରାଣୀ ଓ ଅଭିଷେକ ସଂପର୍କ ବିଷୟରେ ଯେଉଁ ସବୁ ଚର୍ଚ୍ଚା ଚାଲିଥିଲା ତାହା ସତ ନା ନାହିଁ ଜାଣିବା ପାଇଁ ଚେଷ୍ଟା କରିଥିଲେ ପ୍ରିୟଙ୍କା। ଥରେ ସୁଟିଂ ସେଟରେ ପ୍ରିୟଙ୍କା ଅଭିଷେକଙ୍କ ଭ୍ୟାନିଟି […]

priyaabhi

priyaabhi

Rakesh Mallick
  • Published: Monday, 03 April 2017
  • Updated: 03 April 2017, 11:14 AM IST

Sports

Latest News

ମୁମ୍ବାଇ:  ରାଣୀ ମୁଖାର୍ଜୀ ଓ ଅଭିଷେକ ବଚ୍ଚନ ପରସ୍ପରଙ୍କୁ ଭଲ ପାଉଥିଲେ। କଥା ବାହାଘର ପର୍ଯ୍ୟନ୍ତ ଯାଇଥିଲା। କିନ୍ତୁ ହଠାତ୍ କୌଣସି କାରଣରୁ ଉଭୟଙ୍କ ସଂପର୍କରେ ପଡ଼ିଥିଲା ଭଟ୍ଟା। ଅଭିଷେକ ବାହା ହୋଇଥିଲା ଐଶ୍ୱର୍ଯ୍ୟାଙ୍କୁ। ପରେ ରାଣୀ ବାହା ହୋଇଥିଲେ ଆଦିତ୍ୟ ଚୋପ୍ରାଙ୍କୁ।

ରାଣୀ ଓ ଅଭିଷେକ ସଂପର୍କ ବିଷୟରେ ଯେଉଁ ସବୁ ଚର୍ଚ୍ଚା ଚାଲିଥିଲା ତାହା ସତ ନା ନାହିଁ ଜାଣିବା ପାଇଁ ଚେଷ୍ଟା କରିଥିଲେ ପ୍ରିୟଙ୍କା। ଥରେ ସୁଟିଂ ସେଟରେ ପ୍ରିୟଙ୍କା ଅଭିଷେକଙ୍କ ଭ୍ୟାନିଟି ଭ୍ୟାନ୍‌ରୁ ତାଙ୍କ ମୋବାଇଲ୍ ଚୋରି କରି ନେଲେ। ତା’ପରେ ସେ ସେଥିରୁ ଅଭିଷେକଙ୍କ ନାଁରେ ରାଣୀଙ୍କ ପାଖକୁ ଏକ ମେସେଜ୍ ପଠାଇଲେ। ସେ ମେସେଜ୍‌ରେ ଲେଖିଲେ- ରାଣୀ ମୁଁ ଆଜି ତୁମକୁ ବହୁତ ମିସ୍ କରୁଛି। ମୁଁ ତୁମକୁ ଭେଟିବାକୁ ଚାହୁଁଛି। ତୁମେ ବି ମୋତେ ମିସ୍ କରୁଛ କି, ତୁମର ଅଭିଷେକ। ତା’ପରେ ପ୍ରିୟଙ୍କା ମୋବାଇଲ୍‌ଟିକୁ ନେଇ ଯଥା ସ୍ଥାନରେ ରଖିଦେଲେ। ମେସେଜ୍ ପାଇବା ପରେ ରାଣୀ ଫୋନ୍ କରି ଅଭିଷେକଙ୍କୁ ଗାଳି କଲେ। ଅଭିଷେକ ପ୍ରଥମେ କିଛି ବୁଝିପାରିଲେ ନାହିଁ। ପରେ ସେ ଜାଣିପାରିଲେ ଯେ ଏହା ପ୍ରିୟକାଙ୍କ କାମ। ରାଣୀଙ୍କୁ ଏ ବିଷୟରେ ଅବଗତ କରାଯିବା ପରେ ସେ ଶାନ୍ତ ପଡ଼ିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos