ଫସି ଯାଇଛନ୍ତି ନୱାଜୁଦ୍ଦିନ୍‌; ସ୍ତ୍ରୀଙ୍କ ପଛରେ କରୁଥିଲେ ଏମିତି କାମ!

ମୁମ୍ବାଇ: ପୁଣି ଫସି ଯାଇଛନ୍ତି ଅଭିନେତା ନୱାଜୁଦ୍ଦିନ ସିଦ୍ଦିକ। ନିଜ ଆତ୍ମଜୀବନୀକୁ ନେଇ ବିବାଦ ଘେରକୁ ଆସିଥିବା ସିଦ୍ଦିକ ଏବେ ଚର୍ଚ୍ଚାକୁ ଆସିଛନ୍ତି ନିଜ ପତ୍ନୀଙ୍କ ପଛରେ ଗୁପ୍ତଚର ଲଗାଇ ଓ ବେଆଇନ୍ ଭାବେ ତାଙ୍କ ଫୋନ୍‌ କଲ୍‌ ଡାଟା ସଂଗ୍ରହ କରି।  ସେ କିଛି ଘରୋଇ ଗୁପ୍ତଚରଙ୍କ ସହାୟତାରେ ବେଆଇନ୍‌ ଭାବେ ତାଙ୍କ ପତ୍ନୀଙ୍କ ଫୋନ୍‌ କଲ୍‌ ଡାଟା ସଂଗ୍ରହ କରିଥିବା ଜଣାପଡ଼ିଛି। ଏନେଇ ଠାଣେ ପୋଲିସ୍‌ ତାଙ୍କୁ ଥାନାରେ ହାଜର ହେବାକୁ ନୋଟିସ୍‌ ଦେଇଛି। […]

nawaz

nawaz

Rakesh Mallick
  • Published: Saturday, 10 March 2018
  • Updated: 10 March 2018, 11:22 AM IST

Sports

Latest News

ମୁମ୍ବାଇ: ପୁଣି ଫସି ଯାଇଛନ୍ତି ଅଭିନେତା ନୱାଜୁଦ୍ଦିନ ସିଦ୍ଦିକ। ନିଜ ଆତ୍ମଜୀବନୀକୁ ନେଇ ବିବାଦ ଘେରକୁ ଆସିଥିବା ସିଦ୍ଦିକ ଏବେ ଚର୍ଚ୍ଚାକୁ ଆସିଛନ୍ତି ନିଜ ପତ୍ନୀଙ୍କ ପଛରେ ଗୁପ୍ତଚର ଲଗାଇ ଓ ବେଆଇନ୍ ଭାବେ ତାଙ୍କ ଫୋନ୍‌ କଲ୍‌ ଡାଟା ସଂଗ୍ରହ କରି।  ସେ କିଛି ଘରୋଇ ଗୁପ୍ତଚରଙ୍କ ସହାୟତାରେ ବେଆଇନ୍‌ ଭାବେ ତାଙ୍କ ପତ୍ନୀଙ୍କ ଫୋନ୍‌ କଲ୍‌ ଡାଟା ସଂଗ୍ରହ କରିଥିବା ଜଣାପଡ଼ିଛି। ଏନେଇ ଠାଣେ ପୋଲିସ୍‌ ତାଙ୍କୁ ଥାନାରେ ହାଜର ହେବାକୁ ନୋଟିସ୍‌ ଦେଇଛି। କିନ୍ତୁ ସେ ହାଜର ହୋଇନାହାନ୍ତି।

ମହାରାଷ୍ଟ୍ରର ଠାଣେ କ୍ରାଇମ୍‌ବ୍ରାଞ୍ଚ ବେଆଇନ୍‌ ଭାବେ ଫୋନ୍‌ କଲ୍‌ ଡାଟା ରେକର୍ଡ ଉପଲବ୍ଧ କରାଇଥିବା ଅଭିଯୋଗରେ ୧୧ଜଣଙ୍କୁ ଗିରଫ କରିବା ପରେ ନୱାଜୁଦ୍ଦିନଙ୍କ ନାଁ ସାମ୍ନାକୁ ଆସିଥିଲା। ସେମାନଙ୍କ ମଧ୍ୟରୁ କିଛି ଅଭିଯୁକ୍ତ ତାଙ୍କ ନାଁ ନେଇଥିଲେ।

ଆଗାମୀ ଫିଲ୍ମ ‘ଠାକ୍‌ରେ’କୁ ନେଇ ନୱାଜୁଦ୍ଦିନ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମଟି ବାଲା ସାହେବ୍‌ ଠାକ୍‌ରେଙ୍କ ଜୀବନୀ ଉପରେ ତିଆରି ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos