ଗୋରା ହେବାକୁ ମୁହଁରେ କ୍ରିମ୍ ବୋଳୁ ଥିଲେ ନବାଜୁଦ୍ଦିନ

ମୁମ୍ୱାଇ: ନିଜ ଅଭିନୟ ପାଇଁ ବମଲିଉଡ୍ରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରି ପାରିଛନ୍ତି ନବାଜୁଦ୍ଦିନ ସିଦ୍ଦିକି। ତେବେ ତାଙ୍କ ଭଳି ଅଭିନେତାଙ୍କୁ ମଧ୍ୟ କଳାଗୋରା ଭେଦଭାବର ଶିକାର ହେବାକୁ ପଡ଼ିଛି। କ୍ୟାରିୟର ଆରମ୍ଭରେ ଶରୀରର ରଙ୍ଗ ତାଙ୍କ ପାଇଁ ସାଜିଥିଲା ବାଧା। ଏକଥା ସେ ନିଜେ କହିଛନ୍ତି। ଏବେବି କିଛି ଲୋକଙ୍କ ମଧ୍ୟରେ କଳାଗୋରା ଭେଦଭାବ ରହିଥିବା ସେ କହିଛନ୍ତି।। ତେବେ କ୍ୟାରିୟର ଆରମ୍ଭରେ ନୁହେଁ ଛୁଆ ବେଳେ ବି ସେ ଏଥିପାଇଁ ଅଡୁଆ ସ୍ଥିତିରେ […]

nawazuddin

Rakesh Mallick
  • Published: Saturday, 12 August 2017
  • , Updated: 12 August 2017, 08:02 PM IST

ମୁମ୍ୱାଇ: ନିଜ ଅଭିନୟ ପାଇଁ ବମଲିଉଡ୍ରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରି ପାରିଛନ୍ତି ନବାଜୁଦ୍ଦିନ ସିଦ୍ଦିକି। ତେବେ ତାଙ୍କ ଭଳି ଅଭିନେତାଙ୍କୁ ମଧ୍ୟ କଳାଗୋରା ଭେଦଭାବର ଶିକାର ହେବାକୁ ପଡ଼ିଛି। କ୍ୟାରିୟର ଆରମ୍ଭରେ ଶରୀରର ରଙ୍ଗ ତାଙ୍କ ପାଇଁ ସାଜିଥିଲା ବାଧା। ଏକଥା ସେ ନିଜେ କହିଛନ୍ତି। ଏବେବି କିଛି ଲୋକଙ୍କ ମଧ୍ୟରେ କଳାଗୋରା ଭେଦଭାବ ରହିଥିବା ସେ କହିଛନ୍ତି।। ତେବେ କ୍ୟାରିୟର ଆରମ୍ଭରେ ନୁହେଁ ଛୁଆ ବେଳେ ବି ସେ ଏଥିପାଇଁ ଅଡୁଆ ସ୍ଥିତିରେ ପଡ଼ିଥିଲେ। ଏ ସଂପର୍କରେ ସୂଚନା ଦେଇ ନବାଜୁଦ୍ଦିନ ଏକ ରୋଚକ କଥା କହିଛନ୍ତି।

ସେ କହିଛନ୍ତି ଯେ ଛୁଆ ବେଳେ ସମଷ୍ତେ ତାଙ୍କୁ କାଳିଆ ବୋଲି ଡାକୁ ଥିଲେ। ଏହା ତାଙ୍କୁ ଭଲ ଲାଗୁ ନ ଥିଲା। ସେ ବି ମନେ ମନେ ଗୋରା ହେବାକୁ ଚାହୁଁଥିଲେ। ତେଣୁ  ମାର୍କେଟରୁ କ୍ରିମ କିଣି ମୁହଁରେ ଲଗାଉ ଥିଲେ। କିନ୍ତୁ କେବେ ଗୋରା ହେଉ ନ ଥିଲେ। କାରଣ ସେହି କ୍ରିମ୍ ଗୁଡ଼ିକ ନକଲି ଥିଲା। ସେଗୁଡ଼ିକ ବଜାରରେ ଖୁବ ଶସ୍ତାରେ ମିଳୁଥିଲା। ବିଜ୍ଞାପନ ଦେଖି ସେ ସେହି କ୍ରିମ୍ କିଣୁଥିଲେ।

ନବାଜୁଦ୍ଦିନ କହିଛନ୍ତି ଯେ ଯେତେବେଳେ ଲୋକେ ତାଙ୍କ କାମକୁ ପ୍ରଶଂସା କରିବା ଆରମ୍ଭ କଲେ ସେତେବଳେ ସେ ଜାଣିଲେ ଯେ ଲୋକେ ମୁହଁ ନୁହେଁ କାମକୁ ଦେଖନ୍ତି। ତା'ପରେ ତାଙ୍କ ଆତ୍ମବିଶ୍ୱାସ ବଢିଲା।

Related story