ଚେନ୍ନାଇ: ମିସ୍ରୁ ପାଲଟିଲେ ମିସେସ୍। ନବ ବଧୂ ସାଜିଲେ ନୟନତାରା। ସରିଲା ବହୁପ୍ରତିକ୍ଷିତ ବିବାହ। ନାଲି ଶାଢ଼ୀ ଓ ଚୁଡି ପିନ୍ଧି ବିଘ୍ନେଶଙ୍କ ସହ ନେଲେ ସାତ ଫେରା। ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ତାମିଲ୍ ଅଭିନେତ୍ରୀ ନୟନତାରା ଏବଂ ନିର୍ଦ୍ଦେଶକ ବିଘ୍ନେଶ ଶିବନ। ନିଜ ପରିବାର ଓ ବନ୍ଧୁପରିଜନଙ୍କ ଉପସ୍ଥିତିରେ ଦୁହେଁ ପରସ୍ପରଙ୍କୁ ଜୀବନସାଥୀ ରୂପେ ବାଛିଛନ୍ତି।
ନୟନତାରା ଓ ବିଘ୍ନେଶଙ୍କ ବିବାହର ପ୍ରଥମ ଫଟୋ ଏବେ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ସାମ୍ନାକୁ ଆସିଥିବା ଫଟୋରେ ନୟନତାରା ଲାଲ ରଙ୍ଗର ବ୍ରାଇଡାଲ ଶାଢ଼ୀ ପିନ୍ଧିଛନ୍ତି। ଏଥିସହ ମୁଣ୍ଡରେ ଗଜରା ଓ ନୀଳ ରଙ୍ଗର ହେବି ଜୁଏଲାରୀ ପିନ୍ଧି ବେଶ୍ ଆଟ୍ରାକ୍ଟ ଲାଗୁଛନ୍ତି। ସେହିପରି ବିଘ୍ନେଶ ମଧ୍ୟ ପାରମ୍ପରିକ ବିବାହ ପୋଷକରେ ବେଶ୍ ହ୍ୟାଣ୍ଡସନ ନଜର ଆସିଛନ୍ତି।
View this post on Instagram
ବିବାହ ଶେଷ ହେବା ପରେ ଉଭୟ ଶିବନ ଏବଂ ନୟନତାର ସେମାନଙ୍କ ଇନ୍ଷ୍ଟା ଆକାଉଣ୍ଟରେ ଦୁହିଁଙ୍କ ବିବାହ ବେଳର ଫଟୋ ଅପ୍ଲୋଡ୍ କରିଛନ୍ତି। ଦୁହେଁ ବିବାହ ଫଟୋ ଓ କ୍ୟାପ୍ସନ ଜରିଆରେ ନିଜର ଖୁସି ବ୍ୟକ୍ତ କରିଛନ୍ତି। ସେପଟେ ଫ୍ୟାନ୍ମାନେ ମଧ୍ୟ ନୟନତାରାଙ୍କୁ ବଧୂ ବେଶରେ ଦେଖି ବେଶ୍ ଖୁସି ଅଛନ୍ତି। ଉଭୟ ନୟନତାରା ଓ ବିଘ୍ନେଶଙ୍କ ୱେଣ୍ଡିଂ ଲୁକ୍ ଫ୍ୟାନ୍ମାନଙ୍କୁ ବେଶ୍ ପସନ୍ଦ ଆସିଛି। ସମସ୍ତେ ତାଙ୍କୁ ତାଙ୍କ ବିବାହ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।
ଖବର ଅନୁଯାୟୀ, ନୟନତାରା-ବିଘ୍ନେଶ ମହାବାଲିପୁରମରେ ଏକ ଲଗ୍ଜୁରୀ ରିସର୍ଟ ଆଜି ସକାଳେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିଛନ୍ତି।ଏହି ଷ୍ଟାର୍ ଦମ୍ପତିଙ୍କ ବିବାହରେ ରଜନୀକାନ୍ତ, ଶାହାରୁଖ୍ ଖାନ୍, ବିଜୟ ସେଥୁପତି, ମଣି ରତ୍ନମ୍ ଏବଂ ଶିବ କାର୍ତ୍ତିକେୟନ୍ ଭଳି ବଡ଼ ବଡ଼ ଷ୍ଟାର୍ ସାମିଲ ହୋଇଥିଲେ। ଉଭୟ ଏଠାରେ ବିବାହ କରିବେ ଏବଂ ଗ୍ରାଣ୍ଡ ରିସେପ୍ସନ୍ ଦେବେ।
View this post on Instagram
ଦୀର୍ଘ ୬ ବର୍ଷର ପ୍ରେମ ସମ୍ପର୍କ ପରେ ଶେଷରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଉଭୟ ବିଘ୍ନେଶ ଓ ନୟନତାରା ପୂର୍ବରୁ ସେମାନଙ୍କ ସମ୍ପର୍କକୁ ନେଇ ଦର୍ଶକଙ୍କୁ ସଂକେତ ଦେଇ ସାରିଥିଲେ। ଅନେକ ସମୟରେ ସେମାନେ ସୋସିଆଲ୍ ମିଡିଆରେ ଫଟୋ ଦେଇ ଚର୍ଚ୍ଚାରେ ରହୁଥିଲେ। ଗତ ମାସରେ ସେମାନେ ତିରୁପତି ମନ୍ଦିରକୁ ଯାଇଥିବାର ଏକ ଫଟୋ ବି ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ୨୦୨୧ ମସିହା ମାର୍ଚ୍ଚ ମାସରେ ନିଜ ପରିବାର ଲୋକଙ୍କ ଉପସ୍ଥିତିରେ ପରସ୍ପର ସହ ନିର୍ବନ୍ଧ କରିଥିଲେ ନୟନତାରା ଓ ବିଘ୍ନେଶ।
View this post on Instagram