ନେହା କକ୍କରଙ୍କୁ ମିଳିଲା ଭ୍ୟାଲେଣ୍ଟାଇନ୍‌ ସରପ୍ରାଇଜ୍‌

ନୂଆଦିଲ୍ଲୀ: ବଲିଉଡ୍‌ର ଲୋକପ୍ରିୟ ଗାୟିକା ନେହା କକ୍କର ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି। ହିମାଂଶ କୋହଲିଙ୍କ ସହିତ ତାଙ୍କର ବ୍ରେକଅପ୍‌ ପରେ ଫ୍ୟାନ୍ସମାନେ ନେହାଙ୍କୁ ଅନେକ ସପୋର୍ଟ ମଧ୍ୟ କରିଛନ୍ତି। ତେବେ ଆଜି ଭାଲେନ୍‌ଟାଇନ୍‌ ଡେ ନେହାଙ୍କ ପାଇଁ ହୋଇଛି ସ୍ପେଶାଲ୍। ନେହାଙ୍କୁ ଜଣେ ବ୍ୟକ୍ତି ଆଜିର ଦିନରେ ପ୍ରପୋଜ୍‌ କରିଛନ୍ତି। ସେ ପୁଣି ଏମିତି ସେମିତି ନୁହେଁ, ଆଣ୍ଠୁ ମାଡ଼ି ହାତରେ ଫୁଲତୋଡ଼ା ଓ ଗିପ୍ଟ ନେଇ ସେ ନେହାଙ୍କୁ ତାଙ୍କର ମନର କଥା କହିଛନ୍ତି। ଯାହାର […]

neha2

neha2

Puspanjali Panda
  • Published: Thursday, 14 February 2019
  • Updated: 14 February 2019, 06:26 PM IST

Sports

Latest News

ନୂଆଦିଲ୍ଲୀ: ବଲିଉଡ୍‌ର ଲୋକପ୍ରିୟ ଗାୟିକା ନେହା କକ୍କର ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି। ହିମାଂଶ କୋହଲିଙ୍କ ସହିତ ତାଙ୍କର ବ୍ରେକଅପ୍‌ ପରେ ଫ୍ୟାନ୍ସମାନେ ନେହାଙ୍କୁ ଅନେକ ସପୋର୍ଟ ମଧ୍ୟ କରିଛନ୍ତି। ତେବେ ଆଜି ଭାଲେନ୍‌ଟାଇନ୍‌ ଡେ ନେହାଙ୍କ ପାଇଁ ହୋଇଛି ସ୍ପେଶାଲ୍। ନେହାଙ୍କୁ ଜଣେ ବ୍ୟକ୍ତି ଆଜିର ଦିନରେ ପ୍ରପୋଜ୍‌ କରିଛନ୍ତି। ସେ ପୁଣି ଏମିତି ସେମିତି ନୁହେଁ, ଆଣ୍ଠୁ ମାଡ଼ି ହାତରେ ଫୁଲତୋଡ଼ା ଓ ଗିପ୍ଟ ନେଇ ସେ ନେହାଙ୍କୁ ତାଙ୍କର ମନର କଥା କହିଛନ୍ତି।

ଯାହାର ଏକ ଭିଡିଓ ନେହା ତାଙ୍କ ସୋଶାଲ ମିଡିଆ ଆକାଉଣ୍ଟରେ ଶେଆର୍‌ କରିଛନ୍ତି। ଗୀତ ଗାଇବା ବ୍ୟତୀତ ଚୁଲ୍‌ବୁଲି ଗୁଣ ପାଇଁ ମଧ୍ୟ ଜଣାଶୁଣା ନେହା ଏହାକୁ ନେଇ ଅତ୍ୟନ୍ତ ଖୁସି ଥିବା ଜଣାପଡ଼ିଛି।

ଜାଣିଛନ୍ତି, ନେହାଙ୍କୁ ପ୍ରପୋଜ କରିଥିବା ବ୍ୟକ୍ତି ଜଣକ କିଏ ?

ବାସ୍ତବରେ ସେ ହେଉଛନ୍ତି ନେହାଙ୍କ ସହକର୍ମୀ ଦୀପାଂଶୁ ନାରଙ୍ଗ୍‌। ଦୀପାଂଶୁ ହାଥରେ ଫୁଲତୋଡ଼ା ଧରି ଆଣ୍ଠେଇ ନେହାଙ୍କୁ ଭାଲେନ୍‌ଟାଇନ୍‌ ଡେ’ର ଶୁଭେଚ୍ଛା ଜଣାଇଛନ୍ତି। ଯାହାର ଭିଡିଓ ନେହା ତାଙ୍କର ଅଫିସିଆଲ୍‌ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି।

ଏହି ଭିଡିଓରେ ଦୀପାଂଶୁ ହାତରେ ଫୁଲତୋଡ଼ା ଧରି ନେହାଙ୍କୁ ପ୍ରେମ ଦିବସର ଶୁଭେଚ୍ଛା ଜଣାଇଛନ୍ତି।

କହିଛନ୍ତି, “ମୁଁ ମୋ ଜୀବନରେ ତୁମଠାରୁ ଭଲ ଓ ସ୍ନେହୀ ଝିଅ ଦେଖି ନାହିଁ। ତୁମର ଏହି ଭଲପାଇବା ଓ ସ୍ନେହ ପାଇଁ ତୁମକୁ ବହୁତ ବହୁତ ଧନ୍ୟବାଦ।”
ନେହା ଏହି ଭିଡିଓଟିକୁ ଶେଆର୍ କରି ଲେଖିଛନ୍ତି, “ବ୍ୟାକ୍‌ ଷ୍ଟେଜ୍‌ରେ ଶେଷ ରାତି..ଭାଲେନ୍‌ଟାଇନ୍‌ ଡେ ସରପ୍ରାଇଜ୍‌। ମୁଁ ବହୁତ ଭାଗ୍ୟବାନ୍‌ ଯେ ମୋତେ ଦୀପାଂଶୁ ପରି ‘ନେହାର୍ଟ’ ମିଳିଛନ୍ତି। ଲଭ୍‌ ମାଇ ନେହାର୍ଟସ୍‌।”

ନେହାର୍ଟର ଅର୍ଥ କ’ଣ ଜାଣନ୍ତି ? ଏହାର ଅର୍ଥ, ନେହାଙ୍କୁ ଭଲ ପାଇଥିବା ଲୋକ।

ଏହି ଭିଡିଓଟି ସୋଶାଲ ମିଡିଆରେ ନେହା ପୋଷ୍ଟ କରିବା ପରେ ଗୋଟିଏ ଘଣ୍ଟାରେ ଏହାକୁ ୬ ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos