ବାପା ହେବା ପରେ ଝିଅର ପ୍ରଥମ ଫଟୋ ଶେୟାର୍‌ କଲେ ନୀଲ୍ ନିତିନ୍‌ ମୁକେଶ୍, ଜାଣନ୍ତୁ କ’ଣ ରଖିଛନ୍ତି ଝିଅର ନାଁ

ମୁମ୍ବାଇ: ଡଟର୍ସ ଡେ’ ଅବସରରେ ବଲିଉଡ ଅଭିନେତା ନୀଲ୍ ନିତିନ୍‌ ମୁକେଶ୍ ନିଜ ଝିଅର ପ୍ରଥମ ଫଟୋ ଶେୟାର୍‌ କରିଛନ୍ତି। ଗତ ୨୦ ତାରିଖରେ ନୀଲ୍‌ଙ୍କ ପତ୍ନୀ ରୁକ୍ମିଣୀ ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲ୍‌ରେ ଏହି କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ଗତକାଲି ନୀଲ୍‌ ଟ୍ୱିଟ୍‌ ଜରିଆରେ ଝିଅର ନାଁ’ର ନୁରଭି ନୀଲ୍‌ ମୁକେଶ ରହିଛି ବୋଲି ସୂଚନା ଦେଇଛନ୍ତି।

‘ନୁରଭି’ ଏକ ସୁଗନ୍ଧିତ ଫୁଲର ନାଁ।  କିଛି ସ୍ଥାନରେ ‘ନୁରଭି’ର ଅର୍ଥ ଅମୂଲ୍ୟ ବୋଲି ମଧ୍ୟ କୁହାଯାଇଛି।
ଏବେ ସୋଶାଲ୍‌ ମିଡିଆରେ ନୀଲ୍‌ ନିତିନ୍‌ ମୁକେଶ୍‌ଙ୍କର ଏକ ଫଟୋ ଭାଇରାଲ ହୋଇଛି, ଯେଉଁଥିରେ ତାଙ୍କ କୋଳରେ ଝିଅ ନୁରଭିଙ୍କୁ ଦେଖିବାକୁ ମଳିଛି।
ନୀଲ୍‌ ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି, ‘ରୁକ୍ମିଣୀ ଓ ମୁଁ, ଝିଅ ନୁରଭି ଜନ୍ମ ହେବାର ଖୁସି ଖବର ଜଣାଇ ବହୁତ ଗର୍ବ ଅନୁଭବ କରୁଛୁ। ଏହାକୁ ନେଇ ପୂରା ମୁକେଶ ପରିବାର ଅତ୍ୟନ୍ତ ଖୁସି ଅଛି। ଭଗବାନଙ୍କ ଆଶୀର୍ବାଦରୁ ଉଭୟ ମା’ ଓ ଝିଅ ସୁସ୍ଥ ଅଛନ୍ତି।’ ହସ୍ପିଟାଲରୁ ବାହାରିବାବେଳେ ନିଜ ନବଜାତ କନ୍ୟା ସହ ଉଭୟ ନୀଲ୍‌ ଓ ତାଙ୍କ ପତ୍ନୀ କ୍ୟାମେରାରେ କଏଦ ହୋଇଥିଲେ।

ଉଲ୍ଲେଖଯୋଗ୍ୟ, ନୀଲ୍‌ ଓ ରୁକ୍ମିଣୀ ୨୦୧୭ ଫେବୃଆରୀରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଏମାନଙ୍କର ଆରେଞ୍ଜ୍‌ ମ୍ୟାରେଜ ହୋଇଥିଲା। ନୀଲ୍‌ ଚଳିତ ବର୍ଷ ଏପ୍ରିଲ୍‌ରେ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସୂଚନା ଦେଇଥିଲେ ଯେ ସେ ଖୁବ୍‌ ଶୀଘ୍ର ବାପା ହେବାକୁ ଯାଉଛନ୍ତି।

ଆହୁରି ପଢ଼ନ୍ତୁ

ଚାଇନାର ଦାବି, କୁକୁଡାରେ ରହିଛି କରୋନା ଭାଇରସ!

ମହଙ୍ଗା ହେଉଛି ଖାଦ୍ୟ ସାମଗ୍ରୀର ଦାମ, ମୁଦ୍ରାସ୍ଫୀତି ହାର ୬.୯୩ ପ୍ରତିଶତ ବୃଦ୍ଧି

ଦ୍ୱିତୀୟ ଟେଷ୍ଟ: ବର୍ଷା ଯୋଗୁ ଅଟକିଲା ଖେଳ, ପାକିସ୍ତାନ ୮୫/୨

ସ୍ୱତନ୍ତ୍ର ସଚିବ ଅଜୟ ଦାସଙ୍କୁ ଗିରଫ କଲା ଭିଜିଲାନ୍ସ

କଂଗ୍ରେସ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ବିଜେପି

ବେଙ୍ଗାଲୁରୁ ଦଙ୍ଗାକୁ ନେଇ ଆସିଲା ଚାଞ୍ଚଲ୍ୟକର ତଥ୍ୟ, ଏଫଆଇଆରରେ ୫ ଅଭିଯୁକ୍ତ

ମୁମ୍ବାଇ ସ୍ୱପ୍ନ ସାକାର କରିବାକୁ ୪୫ ହଜାର ଟଙ୍କାରେ ଛୁଆକୁ ବିକିଲା ମା’

ଏଚ୍-୧ବି ଭିସା ବ୍ୟାନ ନିୟମରେ କୋହଳ କଲା ଟ୍ରମ୍ପ ପ୍ରଶାସନ

ପିପିଇ କିଟ ପିନ୍ଧି କୋଭିଡ ଲକ୍ଷଣ ଥିବା ଜଣେ ଲୋକଙ୍କୁ ବାଇକରେ ହସ୍ପିଟାଲ ନେଲେ ଟିଏମସି ନେତା

ଆଖିକୁ ଦିଶେନାହିଁ, କିନ୍ତୁ ୟୁପିଏସସି ପରୀକ୍ଷାରେ ବାଜିମାତ କଲେ ଏହି ଯୁବତୀ

ମହନ୍ତ ନିତ୍ୟ ଗୋପାଳ ଦାସଙ୍କୁ କରୋନା, ମୋଦିଙ୍କ ସହ ଷ୍ଟେଜ ଶେୟାର କରିଥିଲେ

‘ସଡ଼କ-୨’କୁ ୫୦ ଲକ୍ଷରୁ ଅଧିକ ଡିସ୍‌ଲାଇକ୍‌