ନେଟ୍‌ଫ୍ଲିକ୍ସ ଆଣିଲା ମୋବାଇଲ୍‌ ପାଇଁ ଶସ୍ତା ପ୍ଲାନ୍‌

ନୂଆଦିଲ୍ଲୀ: ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ନେଟ୍‌ଫ୍ଲିକ୍ସ ଶେଷରେ ଭାରତରେ କେବଳ ମୋବାଇଲ ବ୍ୟବହାରକାରୀଙ୍କ ପାଇଁ ଶସ୍ତା ପ୍ଲାନ୍‌ ନେଇଆସିଛି। କିନ୍ତୁ ପୂର୍ବର ଗୁଜବ ଅନୁଯାୟୀ ଏହାର ମାସିକ ଦେୟ ୨୫୦ ଟଙ୍କା ନୁହେଁ, ୧୯୯ ଟଙ୍କାର ହେବ ବୋଲି ସ୍ଥିର କରାଯାଇଛି। ଅନ୍ୟପକ୍ଷରେ ଭାରତ ବ୍ୟତୀତ ଅନ୍ୟ କିଛି ଦେଶରେ ମଧ୍ୟ ଏହା ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯାଉଛି। ୧୯୯ ଟଙ୍କିଆ ପ୍ୟାକ୍‌ ସ୍ମାର୍ଟଫୋନ୍‌ ବ୍ୟବହାରକାରୀଙ୍କୁ ଟାର୍ଗେଟ୍‌ କରି କରାଯାଇଛି। ଏହାର କାରଣ ସ୍ୱରୂପ […]

netflix

Subrat Kumar Nayak
  • Published: Wednesday, 24 July 2019
  • , Updated: 24 July 2019, 06:58 PM IST

ନୂଆଦିଲ୍ଲୀ: ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ନେଟ୍‌ଫ୍ଲିକ୍ସ ଶେଷରେ ଭାରତରେ କେବଳ ମୋବାଇଲ ବ୍ୟବହାରକାରୀଙ୍କ ପାଇଁ ଶସ୍ତା ପ୍ଲାନ୍‌ ନେଇଆସିଛି। କିନ୍ତୁ ପୂର୍ବର ଗୁଜବ ଅନୁଯାୟୀ ଏହାର ମାସିକ ଦେୟ ୨୫୦ ଟଙ୍କା ନୁହେଁ, ୧୯୯ ଟଙ୍କାର ହେବ ବୋଲି ସ୍ଥିର କରାଯାଇଛି। ଅନ୍ୟପକ୍ଷରେ ଭାରତ ବ୍ୟତୀତ ଅନ୍ୟ କିଛି ଦେଶରେ ମଧ୍ୟ ଏହା ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯାଉଛି।

୧୯୯ ଟଙ୍କିଆ ପ୍ୟାକ୍‌ ସ୍ମାର୍ଟଫୋନ୍‌ ବ୍ୟବହାରକାରୀଙ୍କୁ ଟାର୍ଗେଟ୍‌ କରି କରାଯାଇଛି। ଏହାର କାରଣ ସ୍ୱରୂପ ଏହି କମ୍ପାନୀ ପକ୍ଷରୁ କୁହାଯାଇଛି, ଭାରତରେ ସ୍ମାର୍ଟଫୋନ୍‌ ବ୍ୟବହାରକାରୀଙ୍କର ସଂଖ୍ୟା ବହୁତ ଅଧିକ ରହିଛି। ଏହି ସେବା ଟିଏର-୨ ଏବଂ ଟିଏର-୩ ସହର ଗୁଡ଼ିକୁ ଟାର୍ଗେଟ୍‌ କରି କରାଯାଇଛି। ଏହା ଗୋଟିଏ ସ୍କ୍ରିନ୍‌ରେ ହିଁ ସୀମିତ ରହିବ। ଅର୍ଥାତ ଏକାଧିକ ଡିଭାଇସ୍‌ରେ ଏହାକୁ ବ୍ୟବହାର କରାଯାଇ ପାରିବନାହିଁ।

କମ୍‌ ଖର୍ଚ୍ଚରେ ଏହି ସେବା ମିଳୁଥିବାରୁ ଏହା ଆମାଜନ୍‌ ପ୍ରାଇମ୍‌, ହଟ୍‌ଷ୍ଟାର୍‌, ଅଲ୍ଟ ବାଲାଜୀ ଏବଂ ଜୀ୫ ଆଦି ସହ ପ୍ରତିଯୋଗିତାରେ ଓହ୍ଲାଇବା ସହଜ ହେବ। ବର୍ତ୍ତମାନ ନେଟ୍‌ଫ୍ଲିକ୍ସର ପ୍ୟାକ୍‌ ସର୍ବନିମ୍ନ ୫୦୦ ଏବଂ ସର୍ବାଧିକ ୮୦୦ ରହିଛି।

Related story