ରିଲିଜ୍‌ ହେଲା ରୋମାଣ୍ଟିକ୍‌ ଟ୍ରାକ୍‌ ‘ସୁନ୍‌ ସାହେବା ସୁନ୍‌ରେ ସୁନ୍‌...’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ଧୀରେ ଧୀରେ ସାଜିଲୁ ତୁ ମୋ ଛାତିର ଧଡ଼କନ୍‌, ଧୀରେ ଧୀରେ ସାଜିଲୁ ତୁ ମୋ ପ୍ରଥମ ମେହମାନ୍‌। ଧୀରେ ଧୀରେ ଦେଲୁ ମତେ ମୋ ପ୍ରେମର ମଞ୍ଜୁରି, ଧୀରେ ଧୀରେ ବୁଝିଲୁ ତୁ ମୁଁ ତୋ ପାଇଁ ଜରୁରୀ, ଆରେ ଓ… ସାଥୀରେ, ଏମିତି ଲାଗେରେ, ପବନଟା ଗାଏ ଆଜି ନୂଆ ଗୋଟେ ଧୁନ୍‌, ସୁନ୍‌ ସାହେବା ସୁନ୍‌ରେ ସୁନ୍‌…” ଏମିତି କିଛି ସୁନ୍ଦର ମୁଖଡ଼ାରୁ ଆରମ୍ଭ ହୋଇଛି ଗୀତ ‘ସୁନ୍‌ […]

chal

Biswobandita Swain
  • Published: Wednesday, 09 January 2019
  • , Updated: 09 January 2019, 07:12 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ଧୀରେ ଧୀରେ ସାଜିଲୁ ତୁ ମୋ ଛାତିର ଧଡ଼କନ୍‌, ଧୀରେ ଧୀରେ ସାଜିଲୁ ତୁ ମୋ ପ୍ରଥମ ମେହମାନ୍‌। ଧୀରେ ଧୀରେ ଦେଲୁ ମତେ ମୋ ପ୍ରେମର ମଞ୍ଜୁରି, ଧୀରେ ଧୀରେ ବୁଝିଲୁ ତୁ ମୁଁ ତୋ ପାଇଁ ଜରୁରୀ, ଆରେ ଓ... ସାଥୀରେ, ଏମିତି ଲାଗେରେ, ପବନଟା ଗାଏ ଆଜି ନୂଆ ଗୋଟେ ଧୁନ୍‌, ସୁନ୍‌ ସାହେବା ସୁନ୍‌ରେ ସୁନ୍‌...”

ଏମିତି କିଛି ସୁନ୍ଦର ମୁଖଡ଼ାରୁ ଆରମ୍ଭ ହୋଇଛି ଗୀତ ‘ସୁନ୍‌ ସାହେବା ସୁନ୍‌’। ଗୀତଟି ଲେଖିଛନ୍ତି ବିଶିଷ୍ଟ ଗୀତିକାର ପଞ୍ଚାନନ ନାୟକ। ବିଗତ ଦିନରେ ଯିଏ ଅନେକ ଲୋକପ୍ରିୟ ଗୀତ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରୀକୁ ଦେଇଛନ୍ତି।

ତରଙ୍ଗ ସିନେ ପ୍ରଡକ୍ସନ୍‌ର ଆଗମୀ ଫିଲ୍ମ ‘ଚାଲ୍‌ ଟିକେ ଦୁଷ୍ଟ ହେବା’ର ଏହି ରୋମାଣ୍ଟିକ୍‌ ଟ୍ରାକ୍‌ ଏବେ ୟୁଟ୍ୟୁବ୍‌ରେ ଖୁବ୍ ଲୋକପ୍ରିୟ ହୋଇଛି। ରିଲିଜ୍‌ ହେବାର ୨୪ ଘଣ୍ଟା ମଧ୍ୟରେ ଏହି ଗୀତକୁ ୫ ଲକ୍ଷରୁ ଅଧିକ ଦର୍ଶକ ଦେଖି ସାରିଲେଣି। ଗୀତଟିକୁ ଏତେ ମାତ୍ରାରେ ଲୋକଙ୍କ ଭଲପାଇବା ମିଳିବା ପଛର କାରଣ ବହୁବିଧ। ପ୍ରଥମତଃ ଗୀତର ଲାଇନ୍‌ ଗୁଡ଼ିକ ଖୁବ୍ ରୋମାଣ୍ଟିକ୍ ହୋଇଛି। ତା ସହିତ ଏହାର ଶ୍ରୁତିମଧୁର ସ୍ୱର ଏବଂ ସୁନ୍ଦର ଲୋକେସନ୍‌ରେ ଗୀତଟିର ପିକ୍ଟରାଇଜେସନ୍। ସେହିପରି ହିରୋ ହିରୋଇନ୍‌ଙ୍କ ରୋମାଣ୍ଟିକ୍‌ ଅନ୍ଦାଜ୍‌ ମଧ୍ୟ ଭିଡିଓଟିକୁ ଯୁବକ ଯୁବତୀଙ୍କ ଭିତରେ ଅଧିକ ଲୋକପ୍ରିୟ କରିପାରିଛି।

ଗୀତଟିକୁ ଗାଇଛନ୍ତି ହ୍ୟୁମାନ୍‌ ସାଗର ଏହଂ ଦୀପ୍ତିରେଖା। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି  ବିଭୂତି ଭୂଷଣ ଗଡ଼ନାୟକ। ଫିଲ୍ମଟି ଚଳିତ ମାସରେ ରିଲିଜ୍‌ ହେବାକୁ ଯାଉଛି। ‘ଚାଲ୍‌ ଟିକେ ଦୁଷ୍ଟ ହେବା’ ତରଙ୍ଗ ସିନେ ପ୍ରଡକ୍ସନ୍‌ସର ୧୮ତମ ଚଳଚ୍ଚିତ୍ର। ଯାହାର ନିର୍ଦ୍ଦେଶନା ଦେଇଛନ୍ତି ତାପସ ସରଘରିଆ।

https://www.youtube.com/watch?v=j8IwNAcz-ww

Related story