ରିଲିଜ୍‌ ହେବା ମାତ୍ରେ ୟୁଟ୍ୟୁବ୍‌ରେ ଧମାକା କଲା ‘ଲଭରାତ୍ରୀ’ର ଏହି ଗୀତ

ମୁମ୍ବାଇ: ବଲିଉଡ୍‌ ‘ଦବଙ୍ଗ’ ଖାନ୍‌ ସଲମାନ୍‌ଙ୍କ ପ୍ରଯୋଜିତ ଫିଲ୍ମ୍‌ ‘ଲଭ୍‌ରାତ୍ରୀ’ର ଆଉ ଏକ ଗୀତ ‘ଢୋଲିଡ଼ା’ ୟୁଟ୍ୟୁବ୍‌ରେ ରିଲିଜ୍‌ ହୋଇଛି। ରିଲିଜ୍‌ ହେବାର ୨୪ ଘଣ୍ଟା ମଧ୍ୟରେ ୟୁଟ୍ୟୁବ୍‌ରେ ଏହି ଗୀତକୁ ୬ଲକ୍ଷ ୯୬ ହଜାର୨୨୪ ଥର ଦେଖା ସରିଲାଣି।

‘ଢୋଲିଡ଼ା’ ଗୀତଟିକୁ ସବୀର ଅହମ୍ମଦ ଲେଖିଥିବାବେଳେ ଏହାକୁ ସଙ୍ଗୀତରେ ସଜାଇଛନ୍ତି ତାନିଶ୍କ ବାଗ୍‌ଚୀ। ବଲିଉଡ୍‌ର ମେଲୋଡିୟସ୍ ଗାୟକ ଉଦିତ୍‌ ନାରାୟଣଙ୍କ ସହ ସେନ୍‌ସେସନାଲ୍‌ ସିଙ୍ଗର୍‌ ନେହା କାକ୍କର, ପଲକ୍‌ ମୁଚ୍ଛଲ ଓ ରାଜା ହାସନ୍‌ ଏଥିରେ କଣ୍ଠଦାନ କରିଛନ୍ତି। ଏହି ଗୀତରେ ଫିଲ୍ମର ନାୟକ ଓ ନାୟିକାଙ୍କୁ ଗୁଜରାଟର ପାରମ୍ପରିକ ‘ଗରବା’ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି।

ସଲ୍‌ମାନ୍‌ ଖାନ୍‌ ଫିଲ୍ମସ୍‌ ବ୍ୟାନର୍‌ରେ ନିର୍ମିତ ଏହି ଫିଲ୍ମ୍‌ ‘ଲଭ୍‌ରାତ୍ରୀ’ରେ ସଲ୍‌ମାନ୍‌ଙ୍କ ଭିଣୋଇ(ଅର୍ପିତାଙ୍କ ସ୍ୱାମୀ)ଆୟୁଷ ଶର୍ମାଙ୍କ ସହ ନବାଗତ ଅଭିନେତ୍ରୀ ୱାରିନା ହୁସେନ୍‌ ବଲିଉଡ୍‌ରେ ଡେବ୍ୟୁ କରିବେ।

ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଭିରାଜ୍‌ ମିନୱାଲା। ‘ଲଭରାତ୍ରୀ’ ଆସନ୍ତା ଡିସେମ୍ବର ୬ ତାରିଖରେ ରିଲିଜ୍‌ ହେବାର ସମ୍ଭାବନା ରହିଛି।
ତେବେ ଫିଲ୍ମ୍‌ଟି ରିଲିଜ୍‌ ହେବା ପୂର୍ବରୁ ବିଭିନ୍ନ କାରଣକୁ ନେଇ ବିବାଦୀୟ ହୋଇପଡ଼ିବା ସହ ଚର୍ଚ୍ଚାରେ ରହିଛି।

ଆହୁରି ପଢ଼ନ୍ତୁ

ଜବତ ଗାଡ଼ି ଖତ ହେଉଛି; ଅସନ୍ତୋଷ ବ୍ୟକ୍ତ କଲେ ହାଇକୋର୍ଟ

ଖୋଲିଲା ହୀରାକୁଦ ଡ୍ୟାମ୍‌ ଗେଟ୍

ନୂଆଖାଇ ପାଇଁ ଶଟ୍‌ଡାଉନ୍‌ ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ନରସିଂହପୁର ଟାଉନ ଶଟ୍‌ଡାଉନ୍‌

ପିପିଇ, ମାସ୍କ କିଣା ଦୁର୍ନୀତି: ଲୋକାୟୁକ୍ତଙ୍କ ପାଖରେ ହାଜର ହେଲେନି ହେମନ୍ତ ଶର୍ମା

୫୦ ଫୁଟ୍‌ ଉଚ୍ଚର କେନାଲ ପାଲଟିଛି ଲୋକଙ୍କ ନିତିଦିନିଆ ରାସ୍ତା

ଖୋର୍ଦ୍ଧା ଜିଲ୍ଲାପାଳଙ୍କର ହେଲା କରୋନା ଟେଷ୍ଟ

ଘର ଚଳାଇବା ପାଇଁ ପରିବା ବିକ୍ରି କରୁଛନ୍ତି ଦୁଇ ନାବାଳକ ଭାଇ

ନିର୍ମାଣାଧୀନ ଡ୍ରେନ୍‌ରେ ଖସି ପଡ଼ିଲେ ଯୁବକ; ଛାତିରେ ପଶିଗଲା ଲୁହା ରଡ୍‌

ଛିଡ଼ା ହୋଇଥିଲା ଟ୍ରକ୍,‌ ପଛରେ ପିଟି ହେଲା କାର୍

କନ୍ଧମାଳ ଜିଲ୍ଲାରେ ୧୭ କରୋନା ଯୋଦ୍ଧା ସଂକ୍ରମିତ

ଆସୁଛି ପୁଣି ଏକ ଲଘୁଚାପ; ୯ରୁ ଭିଜିବ ଏହି ସବୁ ଜିଲ୍ଲା