ପୁଣି ଏକ ଜବରଦସ୍ତ ଗୀତ ନେଇ ଆସୁଛନ୍ତି ସୁବ୍ରତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୀତିକାର ସୁବ୍ରତ ସ୍ୱାଇଁ। ଓଡ଼ିଆ ଫିଲ୍ମରେ ନୂଆ ଟ୍ରେଣ୍ଡ୍‌ର ଗୀତ ଲେଖି ସେ ଖୁବ୍ ଚର୍ଚ୍ଚିତ ହୋଇଛନ୍ତି। ଏବେକାର ଯୁବକ ଯୁବତୀଙ୍କୁ ଭଲ ଲାଗିଲା ପରି ଏଲିମେଣ୍ଟ ତାଙ୍କ ଗୀତରେ ସବୁବେଳେ ଦେଖିବାକୁ ମିଳେ। ସେଥିପାଇଁ ସେ ଓଡ଼ିଆ ଫିଲ୍ମର ନିର୍ଦ୍ଦେଶକ ଓ ସଙ୍ଗୀତ ନିର୍ଦ୍ଦେଶକମାନଙ୍କ ପାଖରେ ଖୁବ୍ ଲୋକପ୍ରିୟ। ସେ ଲେଖିଥିବା ଆଉଏକ ଗୀତ ଏବେ ଦର୍ଶକ ଓ ଶ୍ରୋତାଙ୍କୁ ଯାଦୁ କରିବାକୁ ଯାଉଛି। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଦ୍ୱାରା ନିର୍ମିତ […]

subrata-swain

Biswobandita Swain
  • Published: Sunday, 20 January 2019
  • , Updated: 21 January 2019, 05:40 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୀତିକାର ସୁବ୍ରତ ସ୍ୱାଇଁ। ଓଡ଼ିଆ ଫିଲ୍ମରେ ନୂଆ ଟ୍ରେଣ୍ଡ୍‌ର ଗୀତ ଲେଖି ସେ ଖୁବ୍ ଚର୍ଚ୍ଚିତ ହୋଇଛନ୍ତି। ଏବେକାର ଯୁବକ ଯୁବତୀଙ୍କୁ ଭଲ ଲାଗିଲା ପରି ଏଲିମେଣ୍ଟ ତାଙ୍କ ଗୀତରେ ସବୁବେଳେ ଦେଖିବାକୁ ମିଳେ। ସେଥିପାଇଁ ସେ ଓଡ଼ିଆ ଫିଲ୍ମର ନିର୍ଦ୍ଦେଶକ ଓ ସଙ୍ଗୀତ ନିର୍ଦ୍ଦେଶକମାନଙ୍କ ପାଖରେ ଖୁବ୍ ଲୋକପ୍ରିୟ। ସେ ଲେଖିଥିବା ଆଉଏକ ଗୀତ ଏବେ ଦର୍ଶକ ଓ ଶ୍ରୋତାଙ୍କୁ ଯାଦୁ କରିବାକୁ ଯାଉଛି।

[caption id="attachment_328366" align="aligncenter" width="1055"] ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ଓ ଅଭିନେତା ଅନୁଭବ ମହାନ୍ତିଙ୍କ ସହ ସୁବ୍ରତ[/caption]

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଦ୍ୱାରା ନିର୍ମିତ ଓ ଅଭିନୀତ, ରିଲିଜ୍‌ ଅପେକ୍ଷାରେ ଥିବା ଫିଲ୍ମ ‘ନିମ୍‌କି’ରେ ସୁବ୍ରତ ଏକ ସୁନ୍ଦର ଗୀତ ଲେଖିଛନ୍ତି। ଗୀତଟିର ଆରମ୍ଭ ହେଉଛି ଏମିତି- “ଏଠି ସପନର ଭିଡ଼, ଏଠି ପବନର ମୋଡ଼, ଏଠି ମାଟିରୁ ଆକାଶ ଲାଗେ ସବୁବେଳେ ଭିଡ଼, ଏଠି ହଜାର ମନ୍ଦିର, ସଂସ୍କୃତିର ସହର, ଏ ଭୁବନେଶ୍ୱର...”

[caption id="attachment_328367" align="aligncenter" width="1045"] ଶ୍ରେଷ୍ଠ ଗୀତିକାର ପାଇଁ ପୁରସ୍କୃତ ହେବା ଅବସରରେ ସୁବ୍ରତ[/caption]

ଏମିତି କିଛି ସୁନ୍ଦର ମୁଖଡ଼ାରୁ ଆରମ୍ଭ ହୋଇଛି ଗୀତ ଭୁବନେଶ୍ୱର। ‘ନିମ୍‌କି’ ଫିଲ୍ମର ଏହି ଗୀତଟି ଲୋକାଦ୍ରୁତ ହେବ ବୋଲି ଆଶା। କେବଳ ନିମ୍‌କି ନୁହେଁ,  ଫିଲ୍ମ ‘ହାପି ଲକି’ରେ ‘ପ୍ରେମ ତୋର ବଦମାସ୍‌ ଭାରି ବଜାରି’, ‘ଓଲେ ଓଲେ ଦିଲ୍ଲ ବୋଲେ’ରେ ‘ନ ଥିଲା ତତେ ଜଣା’, ‘ଫୋର୍‌ ଇଟିୟଟ୍‌’ ରେ ‘ଆଜିଠାରୁ ପାଦ ମୋର ତୋର’, ‘ଲଭ୍‌ ପ୍ରୋମିଜ୍‌’ରେ ଟାଇଟଲ୍‌ ଟ୍ରାକ୍ ସହ ‘ସେୟାଁରେ ସେୟାଁରେ’ ଗୀତ, ‘ପ୍ରେମ କୁମାର’ ଚଳଚ୍ଚିତ୍ରରେ ‘ତୋ ସାଥୀରେ ଯେବେ ଦେଖାହୁଏ’ ଗୀତ, ‘ସାଥୀ ତୁ ଫେରି ଆ’ ଚଳଚ୍ଚିତ୍ରରେ ‘ପ୍ରେମର ଅଙ୍ଗନବାଡ଼ି’ ପ୍ରଭୃତି ଗୀତ ଲେଖି ଖୁବ୍‌ ଚର୍ଚ୍ଚାକୁ ଆସିଛନ୍ତି ସୁବ୍ରତ।

[caption id="attachment_328368" align="alignnone" width="1023"] ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ଓ ଅନ୍ୟ ଯୁବ ଗାୟକଙ୍କ ସହ ସୁବ୍ରତ[/caption]

Related story