ନୀଲ ତିନିନ ମୁକେଶଙ୍କ ବିବାହ ସମ୍ପନ୍ନ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ନୀଲ ତିନିନ ମୁକେଶଙ୍କ ବିବାହ ସମ୍ପନ୍ନ ହୋଇଛି। ସେ ରୁକ୍ମଣୀ ସହାୟଙ୍କୁ ବିବାହ କରିଛନ୍ତି। ନୀଲଙ୍କ ପରିବାର ଲୋକ ଓ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଉଦୟପୁରରେ ଧୂମ୍‌ଧାମରେ ଏହି ବାହାଘର ହୋଇଛି।

ଗତକାଲି ହୋଇଥିବା ମେହେନ୍ଦି ଉତ୍ସବରେ ବଲିଉଡ୍‌ ଅଭିନେତା ଋଷି କପୁର ଯୋଗଦେଇଥିଲେ। ମହେନ୍ଦି ଉତ୍ସବରେ ନୀଲ ଗୋଲ୍ଡେନ୍‌ ରଙ୍ଗର ସେରୱାନି ପରିଧାନ କରିଥିବା ବେଳେ ରୁକ୍ମଣୀ ଗ୍ରୀନ୍‌ ରଙ୍ଗର ଲହେଙ୍ଗା ପିନ୍ଧିଥିଲେ।