ଏବେ ଏମିତି ଦେଖା ଗଲେଣି କପିଲ: ଚିହ୍ନିବା ମୁସ୍କିଲ୍!

ମୁମ୍ବାଇ: କିଛି ଦିନ ହେବ ଛୋଟ ପରଦାରୁ ଗାଏବ୍‌ ହୋଇ ଯାଇଛନ୍ତି କପିଲ ଶର୍ମା। ସୋନି ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା ତାଙ୍କ କମେଡି ଶୋ’ ‘ଫ୍ୟାମିଲି ଟାଇମ୍ ଉଇଥ୍ କପିଲ’ ବନ୍ଦ ହୋଇଯିବା ପରେ ସେ ଏକ ପ୍ରକାର ଡିପ୍ରେସନ୍‌କୁ ଚାଲି ଯାଇଥିଲେ। ନିକଟରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଖବର ମଧ୍ୟ ଆସିଥିଲା। ଏହା ଶୁଣି କପିଲଙ୍କ ଫ୍ୟାନମାନେ ବ୍ୟସ୍ତ ହୋଇ ପଡ଼ିଥିଲେ। ତେବେ ନିକଟରେ କପିଲଙ୍କୁ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଆଶ୍ଚର୍ଯ୍ୟ କଥା […]

Kapil-Sharma-hd-wallpapers

Kapil-Sharma-hd-wallpapers

Rakesh Mallick
  • Published: Thursday, 21 June 2018
  • Updated: 21 June 2018, 02:50 PM IST

Sports

Latest News

ମୁମ୍ବାଇ: କିଛି ଦିନ ହେବ ଛୋଟ ପରଦାରୁ ଗାଏବ୍‌ ହୋଇ ଯାଇଛନ୍ତି କପିଲ ଶର୍ମା। ସୋନି ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା ତାଙ୍କ କମେଡି ଶୋ’ ‘ଫ୍ୟାମିଲି ଟାଇମ୍ ଉଇଥ୍ କପିଲ’ ବନ୍ଦ ହୋଇଯିବା ପରେ ସେ ଏକ ପ୍ରକାର ଡିପ୍ରେସନ୍‌କୁ ଚାଲି ଯାଇଥିଲେ। ନିକଟରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଖବର ମଧ୍ୟ ଆସିଥିଲା। ଏହା ଶୁଣି କପିଲଙ୍କ ଫ୍ୟାନମାନେ ବ୍ୟସ୍ତ ହୋଇ ପଡ଼ିଥିଲେ।

ତେବେ ନିକଟରେ କପିଲଙ୍କୁ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଆଶ୍ଚର୍ଯ୍ୟ କଥା ହେଉଛି, ସେଠାରେ ତାଙ୍କୁ ଦେଖି ହଠାତ୍‌ କେହି ଚିହ୍ନି ପାରି ନ ଥିଲେ। ତାଙ୍କ ଆଖି ତଳେ କଳା ଦାଗ ହୋଇ ଯାଇଥିଲା। ଚେହେରା ଥକ୍କା ଥକ୍କା ଦେଖା ଯାଉଥିଲା। ସେ ମୋଟା ମଧ୍ୟ ଦେଖା ଯାଉଥିଲେ। ଏହା ଦେଖି ଲୋକମାନଙ୍କୁ କପିଲଙ୍କୁ ଚିହ୍ନିବାରେ ସାମାନ୍ୟ କଷ୍ଟ ହୋଇଥିଲା। ସେ ଏକା ନଥିଲେ, ତାଙ୍କ ସହ ବିମାନବନ୍ଦରରେ ତାଙ୍କ କୁକୁର ଚିକୁ ମଧ୍ୟ ଥିଲା।

ଶେଷ ଥର ପାଇଁ କପିଲ ଶର୍ମାଙ୍କୁ ‘ଫ୍ୟାମିଲି ଟାଇମ୍ ଉଇଥ୍ କପିଲ’ ଶୋ’ରେ ଦେଖିବାକୁ ମିଳିଥିଲା। ଏହି ଶୋ’ର ମାତ୍ର ୩ଟି ଏପିସୋଡ୍‌ ପ୍ରସାରିତ ହୋଇଥିଲା। ପରେ କିଛି ସମସ୍ୟା ପାଇଁ ଏହି ଶୋ’କୁ ବନ୍ଦ କରି ଦିଆଯାଇଥିଲା।

ଏହାପରେ କପିଲଙ୍କୁ ନେଇ ଅନେକ ଖବର ଆସିଲା। କପିଲଙ୍କୁ ରିହାବିଲିଟେସନ୍ ସେଣ୍ଟର ପଠାଯାଇଥିବା ଶୁଣିବାକୁ ମିଳିଥିଲା। ସୂଚନା ଅନୁଯାୟୀ, ଶୋ’ ବନ୍ଦ ହେବା ପରେ କପିଲ ନିଜ ଘରକୁ ଚାଲିଯାଇଥିଲେ। ଗତ କିଛି ଦିନ ହେବ ସେ ପଞ୍ଜାବରେ ରହୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos