ଚମ୍ପିଆନ୍‌ ଅର୍ଚ୍ଚିତା, ଛୋଟିଆ ପଲ୍ଲୀରୁ କେମିତି ହେଲେ ବକ୍ସର?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାରୀ ପ୍ରେମ ହୋଇପାରେ। ପୁଣି ନାରୀ ହିଁ ଧର୍ଯ୍ୟ ହୋଇପାରରେ। ନାରୀ ସହନଶୀଳ ହୋଇପାରେ ଦରକାର ପଡ଼ିଲେ ଶକ୍ତିଶାଳୀ ହୋଇପାରେ।  ଆଜିର ଯୁଗରେ ନାରୀର ସ୍ଥାନ ଗୋଟିଏ ଘର କୋଣ ହୋଇ ନପାରେ। ପୁରଷ ଭଳି ତା’ମଧ୍ୟରେ ବି ଅନେକ ସ୍ୱପ୍ନ ଅଛି। କିଛି କରିବାର ଲକ୍ଷ୍ୟ ଅଛି। ହେଲେ ସାମାଜିକ କଟକଣା ଓ ପରିସ୍ଥିତି ଚାପରେ  ବେଳେ ବେଳେ ସେ ସବୁ ସ୍ୱପ୍ନ ମରିଯାଏ। କିନ୍ତୁ ଯଦି ତାହା ବଞ୍ଚିରହିଲା ତାହା ଧୀରେ […]

archita-1

archita-1

Rakesh Mallick
  • Published: Sunday, 20 May 2018
  • Updated: 20 May 2018, 10:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାରୀ ପ୍ରେମ ହୋଇପାରେ। ପୁଣି ନାରୀ ହିଁ ଧର୍ଯ୍ୟ ହୋଇପାରରେ। ନାରୀ ସହନଶୀଳ ହୋଇପାରେ ଦରକାର ପଡ଼ିଲେ ଶକ୍ତିଶାଳୀ ହୋଇପାରେ।  ଆଜିର ଯୁଗରେ ନାରୀର ସ୍ଥାନ ଗୋଟିଏ ଘର କୋଣ ହୋଇ ନପାରେ। ପୁରଷ ଭଳି ତା’ମଧ୍ୟରେ ବି ଅନେକ ସ୍ୱପ୍ନ ଅଛି। କିଛି କରିବାର ଲକ୍ଷ୍ୟ ଅଛି। ହେଲେ ସାମାଜିକ କଟକଣା ଓ ପରିସ୍ଥିତି ଚାପରେ  ବେଳେ ବେଳେ ସେ ସବୁ ସ୍ୱପ୍ନ ମରିଯାଏ।

କିନ୍ତୁ ଯଦି ତାହା ବଞ୍ଚିରହିଲା ତାହା ଧୀରେ ଧୀରେ କୁହୁଳି ବିସ୍ଫୋରଣ ରୂପ ନେଇପାରେ।  ଆଉ ସେତେବେଳେ ତା’ବାଟକୁ କେହି ଉଗାଳି ପାରନ୍ତି ନାହିଁ।  ଏମିତି ନାରୀ ଶକ୍ତିକୁ ନେଇ ପରଦାରେ ଅନେକ ସିନେମା ନିର୍ମାଣ ହୋଇଛି।  ବିଶ୍ୱପ୍ରସିଦ୍ଧ ବକ୍ସିଂ ମହିଳା ଚାମ୍ପିଅନ୍ ମେରିକମଙ୍କ ଜୀବନୀକୁ ନେଇ ଯେମିତି ମେରିକମ୍‌ ସିନେମା ନିର୍ମାଣ ହୋଇଥିଲା ଠିକ୍‌ ସେମିତି ଓଡ଼ିଆରେ ମଧ୍ୟ ଏକ ଚଳଚ୍ଚିତ୍ର  ଦେଖିବାକୁ ମିଳିବ। ଚଳଚ୍ଚିତ୍ରଟି ହେଉଛି ଚମ୍ପିଆନ। ଏଥିରେ ମୁଖ୍ୟଭୂମିକାରେ ଅଛନ୍ତି ଓଲିଉଡ୍‌ର ଚୁଲବୁଲି ନାୟିକା ଅର୍ଚ୍ଚିତା ସାହୁ। ଏଥିରେ ସେ ସମ୍ପୂର୍ଣ୍ଣ ଆକ୍ସନମୁଡ୍‌ରେ ଆସୁଛନ୍ତି। ଚମ୍ପିଆନ୍‌ର ବିଷୟବସ୍ତୁ ଏମିତି। କାହାଣୀର ନାୟିକା  ଜଣେ ଚାଷୀ ଘରର ଝିଅ। ଗାଁକୁ ଖୁବ୍‌ ଭଲ ପାଉଥିବା ଏହି ଝିଅଟି ସମୟକ୍ରମେ ସହରକୁ ଚାଲିଆସେ। ସେଠାରେ ତାଙ୍କୁ ଗୋଟିଏ ମଞ୍ଚରେ ଲାଲପାନବିବି ଭୂମିକାରେ ଦେଖିବାକୁ ମିଳେ।

ହେଲେ ଲକ୍ଷ୍ୟ କିନ୍ତୁ କିଛି ଅଲଗା ଥାଏ। ତାହା ହେଉଛି ବକ୍ସର।  ଆଉ ମନ ଭିତରେ ଥିବା ପ୍ରବଳ ଆଗ୍ରହ ଓ ଅଦମ୍ୟ ଇଚ୍ଛା ତାଙ୍କ ରାସ୍ତାପଥ ବଦଳାଇ ଦିଏ।  ତେବେ ସେ ଲାଲପାନବିବିରୁ କେମିତି ହେଉଛନ୍ତି ବକ୍ସର ଏବଂ ଗୋଟେ ଛୋଟିଆ ଗାଁରେ ଜନ୍ମ ନେଇଥିବା ଝିଅ କେମିତି ଜୀବନର ସବୁ ସ୍ତରରେ ଲଢ଼ି କିପରି ଆଗକୁ ବଢୁଛି  ଓ ସ୍ପୋର୍ଟସ୍‌ ଗାର୍ଲ ହୋଇ ଦେଖାଉଛି  ତାହା ଆପଣ ପୂରା ଫିଲ୍ମ ଦେଖିଲେ ହିଁ ଜାଣିପାରିବେ। ଡୋଙ୍ଗୟୁ ଏଣ୍ଟରଟେନ୍‌ମେଣ୍ଟ ବ୍ୟାନରରେ ନିର୍ମିତ ହେଉଥିବା ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଉଛନ୍ତି କେ ମୂରଲି କ୍ରିଷ୍ଣା। ଫିଲ୍ମଟିକୁ  ପ୍ରଯୋଜନା କରିଛନ୍ତି ଏନ୍‌.ଗଙ୍ଗାଧର ଏବଂ ପି.ଦିପ୍ତୀରାଣୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos