କେନିକୋ ଫିଲ୍ମ ଫେଷ୍ଟିଭାଲ୍‌ରେ ଜୁରୀ ହେଲେ ଜିତେନ୍ଦ୍ର ମିଶ୍ର

ଟିଟିଲାଗଡ(ମାନସ ରଞ୍ଜନ ମହାନ୍ତି): ଚଳଚ୍ଚିତ୍ର ସହ ନିର୍ଦ୍ଦେଶକ ଓ ପ୍ରମୋଟର ଜିତେନ୍ଦ୍ର ମିଶ୍ରଙ୍କୁ ମିଳିଛି ଆଉ ଏକ ସଫଳତା। ଜାପାନରେ ଚାଲିଥିବା ବିଶ୍ୱ ପ୍ରସିଦ୍ଧ କେନିକୋ-୨୨ ଫିଲ୍ମ ଫେଷ୍ଟିଭାଲ୍‌ରେ ସେ ଜୁରୀ ଭାବରେ ଚୟନ ହୋଇଛନ୍ତି। ଅତୀତରେ ଶିଶୁ ଚଳଚ୍ଚିତ୍ର ଓ ସମାଜ ସଂସ୍କାରଧର୍ମୀ ଚଳଚ୍ଚିତ୍ର ଏବଂ ବ୍ୟବସାୟିକ ଚଳଚ୍ଚିତ୍ର ନିର୍ମାଣ କରି ନିଜର ଦକ୍ଷତା ପ୍ରମାଣ କରିସାରିଛନ୍ତି ଜିତେନ୍ଦ୍ର ମିଶ୍ର। ଜିତେନ୍ଦ୍ର ମିଶ୍ର  I M KALAM, ହ୍ୟୁମାନ ଓକ, ଦି ଲାଷ୍ଟ କଲର ଭଳି […]

Jitendra Mishra

Manoranjan Sial
  • Published: Monday, 21 March 2022
  • , Updated: 21 March 2022, 08:01 PM IST

ଟିଟିଲାଗଡ(ମାନସ ରଞ୍ଜନ ମହାନ୍ତି): ଚଳଚ୍ଚିତ୍ର ସହ ନିର୍ଦ୍ଦେଶକ ଓ ପ୍ରମୋଟର ଜିତେନ୍ଦ୍ର ମିଶ୍ରଙ୍କୁ ମିଳିଛି ଆଉ ଏକ ସଫଳତା। ଜାପାନରେ ଚାଲିଥିବା ବିଶ୍ୱ ପ୍ରସିଦ୍ଧ କେନିକୋ-୨୨ ଫିଲ୍ମ ଫେଷ୍ଟିଭାଲ୍‌ରେ ସେ ଜୁରୀ ଭାବରେ ଚୟନ ହୋଇଛନ୍ତି। ଅତୀତରେ ଶିଶୁ ଚଳଚ୍ଚିତ୍ର ଓ ସମାଜ ସଂସ୍କାରଧର୍ମୀ ଚଳଚ୍ଚିତ୍ର ଏବଂ ବ୍ୟବସାୟିକ ଚଳଚ୍ଚିତ୍ର ନିର୍ମାଣ କରି ନିଜର ଦକ୍ଷତା ପ୍ରମାଣ କରିସାରିଛନ୍ତି ଜିତେନ୍ଦ୍ର ମିଶ୍ର।

ଜିତେନ୍ଦ୍ର ମିଶ୍ର  I M KALAM, ହ୍ୟୁମାନ ଓକ, ଦି ଲାଷ୍ଟ କଲର ଭଳି ଅନେକ ଚଳଚ୍ଚିତ୍ରରେ ସହ ନିର୍ଦ୍ଦେଶକ ଭାବେ କାମ କରିଛନ୍ତି। ଏହି ଫିଲ୍ମ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଥିଲେ। ଜାପାନ ଯିବା ପୂର୍ବରୁ ସେ ଟିଟିଲାଗଡ଼ ଆସିଥିଲେ।

ଜିତେନ୍ଦ୍ର ମିଶ୍ର କହିଛନ୍ତି, ଏସିଆ ମହାଦେଶରେ ହେଉଥିବା ଫିଲ୍ମ ଫେଷ୍ଟିଭାଲ୍‌ରେ ଯୋଗଦେବାକୁ ଯାଉଥିବାରୁ ବହୁ ଏକ୍ସାଇଡେଡ୍‌ ଅଛି। କାରଣ ଜାପନ ହେଉଛି ଏକ ଶକ୍ତରଶାଳୀ ଦେଶ। ତାଙ୍କର ନିୟମ କାନୁନ ବହୁତ ଷ୍ଟ୍ରଙ୍ଗ। ଏହାଛଡ଼ା ତାଙ୍କ ଫିଲ୍ମ ମଧ୍ୟ ଅଲଗା। ଜୁରୀ ହିସାବରେ ତାଙ୍କ ଦେଶରେ ତାଙ୍କ ଫିଲ୍ମକୁ ଜଜ କରିବାକୁ ମିଳୁଥିବାରୁ ବହୁତ ଖୁସି ଲାଗୁଛି। ସେଥିରୁ ବହୁତ କିଛି ଶିଖିବାକୁ ମିଳିବ। ଫିଲ୍ମ ଫେଷ୍ଟିଭାଲ୍‌ ୧୮ ତାରିଖରୁ ଆରମ୍ଭ ହୋଇଗଲାଣି। ଚଳିତ ମାସ ଶେଷ ସୁଦ୍ଧା ମୁଁ ସେଠାକୁ ଯିବି। ବର୍ତ୍ତମାନ ମୁଁ ଅନ୍‌ଲାଇନ୍‌ରେ ଫିଲ୍ମ ଦେଖି ଜଜ କରୁଛି ବୋଲି ଜିତେନ୍ଦ୍ର ମିଶ୍ର କହିଛନ୍ତି।

Related story