ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତାପସ ସରଘରିଆ ଓଲିଉଡ୍ର ଜଣେ ସଫଳ ନିର୍ଦ୍ଦେଶକ ଭାବେ ବେଶ୍ ଜଣାଶୁଣା। ତରଙ୍ଗ ସିନେ ପ୍ରଡକ୍ସନ୍ସର ବହୁ ସୁପର୍ହିଟ୍ ଫିଲ୍ମର ସେ ନିର୍ଦ୍ଦେଶନା ଦେଇଛନ୍ତି। ୨୦୧୮ରେ ସୁପର୍ହିଟ୍ ହୋଇଥିବା ସରଘରିଆଙ୍କ ନିର୍ଦ୍ଦେଶିତ କିଛି ଫିଲ୍ମ ସମ୍ପର୍କରେ ଆଜି ଆଲୋଚନା କରିବା।
ଚଳିତ ବର୍ଷ ତାପସ ଓଲିଉଡ୍କୁ ୨ଟି ସୁପରହିଟ୍ ଫିଲ୍ମ ଦେଇଛନ୍ତି। ତରଙ୍ଗ ସିନେ ପ୍ରଡକ୍ସନ୍ ବ୍ୟାନର୍ରେ ନିର୍ମିତ ଏହି ଦୁଇଟି ଫିଲ୍ମ୍ରୁ ଗୋଟିଏ ହେଉଛି ‘ହିରୋ ନଂ ୧’ଏବଂ ଅନ୍ୟଟି ‘ପ୍ରେମ୍ କୁମାର୍’।
ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ବାବୁଶାନ୍ ଏବଂ ଭୂମିକାଙ୍କୁ ଦେଖିବାକୁ ମିଳିଥିଲା। ପ୍ରଥମ ଥର ପାଇଁ ବାବୁଶାନ୍ଙ୍କ ଅନ୍ସ୍କ୍ରିନ୍ ଲେଡି ଲଭ୍ ସାଜିଥିଲେ ଭୂମିକା। ଫିଲ୍ମରେ ଦର୍ଶକ ବାବୁଶାନଙ୍କୁ ଓକିଲ ଏବଂ ଚୁଲ୍ବୁଲି ନାୟିକା ଭୂମିକାଙ୍କୁ ଟିଭି ରିପୋର୍ଟର ଭୂମିକାରେ ଦେଖିବାକୁ ପାଇଥିଲେ। ସେହିଭଳି କୁନା ତ୍ରିପାଠୀ, ପୁଷ୍ପା ପଣ୍ଡା ଓ ପିଣ୍ଟୁ ନନ୍ଦଙ୍କ ଭଳି ପ୍ରମୁଖ କଳାକାରଙ୍କ ଅଭିନୟ ବି ଏହି ଫିଲ୍ମରେ ଦମ୍ଦାର୍ ହୋଇଥିଲା। ଅଭିଜିତ ମଜୁମଦାରଙ୍କ ସଙ୍ଗୀତ ନିର୍ଦ୍ଦେଶନା ଫିଲ୍ମର ଗୀତଗୁଡ଼ିକୁ ବେଶ୍ ମନଛୁଆଁ ବି କରିଥିଲା। ଫିଲ୍ମଟି ସେପ୍ଟେମ୍ବର ୨୪ତାରିଖରେ ରିଲିଜ୍ ହୋଇଥିଲା।
ପ୍ରେମ୍ କୁମାର୍
ଏହି ଫିଲ୍ମ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରି ଦେଇଥିଲା ଯେ ବାସ୍ତବରେ ପ୍ରେମ୍ କାହାର। ସରୋଜ୍ର ନାଁ ସିମ୍ରନ୍ର। ଫସି ଯାଇଥିଲେ ଅନୁଭବ। କାରଣ ପ୍ରେମ୍ ଭୂମିକାରେ ଅଭିନୟ କରୁଥିଲେ ସେ। ଆଉ ଦୁଇ ସୁନ୍ଦରୀ ଅଭିନେତ୍ରୀ ତମନ୍ନା ଓ ଶିବାନୀ ଯଥାକ୍ରମେ ସରୋଜ ଏବଂ ସିନମ୍ରନ୍ ଭୂମିକାରେ ଥିଲେ। ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ଫିଲ୍ମଟି ଗତିଶୀଳ ହୋଇଥିଲା। ଫିଲ୍ମରେ ୫ଟି ସୁନ୍ଦର ଗୀତ ବି ଥିଲା। ଏହି ଫିଲ୍ମର ଗୀତ ‘ସୁନ୍ଜାରା ସୁନ୍ଜାରା’ ୟୁଟ୍ୟୁବ୍ରେ ନଂ୧ ଟ୍ରେଣ୍ଡିଂରେ ମଧ୍ୟ ରହିଥିଲା। ଏହି ଗୀତ ରିଲିଜ୍ ହେବାର ପ୍ରଥମ ଦିନରେ ଏହାକୁ ଗୋଟେ କୋଟିରୁ ଅଧିକ ଦର୍ଶକ ଦେଖିସାରିଥିଲେ। ଗୀତଟିକୁ ଗାଇଥିଲେ ହ୍ୟୁମାନ୍ ସାଗର୍ ଏବଂ ଅନନ୍ୟା। ଫିଲ୍ମଟି ଅକ୍ଟୋବର ୧୬ରେ ରିଲିଜ୍ ହୋଇଥିଲା।
‘ଚାଲ୍ ଟିକେ ଦୁଷ୍ଟ ହେବା’ ତରଙ୍ଗ ସିନେ ପ୍ରଡକ୍ସନ୍ସର ୧୮ତମ ଚଳଚ୍ଚିତ୍ର।