ଚର୍ଚ୍ଚାରେ ଅନୁଭବଙ୍କ ଫଟୋ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚର୍ଚ୍ଚାରେ ଏକ ଫଟୋ।  ଫଟୋରେ ଅଛନ୍ତି ଅଭିନେତାରୁ ରାଜନେତା ହୋଇଥିବା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ସାଙ୍ଗରେ ଅଛନ୍ତି ତାଙ୍କ ବାନ୍ଧବୀ ଜାଗୃତି ଶୁକ୍ଳା। ଉଭୟ ଗୋଟିଏ ଟେବୁଲ୍‌ରେ ବସି ଖାଉଛନ୍ତି। ଅନୁଭବ ନୀଳ ରଙ୍ଗର ଟି-ଶାର୍ଟ ପିନ୍ଧିଥିବା ବେଳେ ଜାଗୃତି ନାଲି ରଙ୍ଗର ଡ୍ରେସ୍‌ ପିନ୍ଧିଛନ୍ତି। ଚର୍ଚ୍ଚାରେ ଥିବା ଏହି ଫଟୋକୁ ଅନୁଭବ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଛାଡ଼ିଛନ୍ତି। ଏଥିରେ ଅନୁଭବ ଇଂରାଜୀରେ ଲେଖିଛନ୍ତି- It’s always lovely meeting a self-made, empowered lady like you my dearest friend @jagratishukla29।

ଡାଇନିଂ ଟେବୁଲରେ ଖାଉଥିବା ବେଳେ ଅନୁଭବ ବେଶ୍‌ ଖୁସି ଥିଲା ପରି ଲାଗୁଛନ୍ତି। ଆଉ ବାନ୍ଧବୀ ଜାଗୃତି ମଧ୍ୟ ହସୁଥିବାର ଦେଖିବାକୁ ମିଳୁଛି। ଅନୁଭବଙ୍କ ଏହି ଫଟୋ ଏବେ ସୋଶାଲ୍‌ ମିଡିଆରେ ନିଆଁ ଲଗାଇଛି। ବହୁ ଫଲୋୟର ଏଥିରେ ଖୁଲମଖୋଲା କମେଣ୍ଟ ଦେଇଛନ୍ତି।

ସୂଚନାଯୋଗ୍ୟ, ପାରିବାରିକ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି ଅନୁଭବ। ସେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କଠାରୁ ଛାଡ଼ପତ୍ର ଚାହୁଁଛନ୍ତି। ଏହି ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।