ଦୟାକରି ମୋ ନାଁରେ ଜନତାଙ୍କୁ ବୋକା ବନାନ୍ତୁ ନାହିଁ, ଏମିତି କାହିଁକି ଅପିଲ କଲେ ସବ୍ୟସାଚୀ
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୋ ଫଟୋ ଥାଇ ନକଲି ବିଜ୍ଞାପନ ମାଧ୍ୟମରେ ଚାକିରି ପାଇଁ ଦିଆଯାଉ ଥିବା ନକଲି ବିଜ୍ଞାପନକୁ ବିଶ୍ୱାଷ କରନ୍ତୁ ନାହିଁ। ସେମିତି ଦୟାକରି ମୋ ଫଟୋକୁ ଜନତାଙ୍କୁ ବୋକା ବନେଇବାକୁ ବ୍ୟବହାର କରନ୍ତୁନାହିଁ। ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ର ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏମିତି ଏକ ପୋଷ୍ଟ କରି ସାଧାରଣ ଲୋକଙ୍କୁ ସତର୍କ କରାଇଦେଇଛନ୍ତି। ଏଥିସହ ତାଙ୍କ ନାମ ଓ ଫଟୋ ବ୍ୟବହାର କରି କାହାକୁ ଭୁଆଁ ନବୁଲାଇବା ପାଇଁ ନକଲି ବିଜ୍ଞାପନ ଦାତାଙ୍କୁ ମଧ୍ୟ ଚେତାବନୀ ଦେଇଛନ୍ତି। ସବ୍ୟସାଚୀ ତାଙ୍କ ଫଟୋ ଥାଇ କେତୋଟି ବିଜ୍ଞାପନ ପୋଷ୍ଟ କରିଛନ୍ତି। ଯେଉଁ ସବୁ ବିଜ୍ଞାପନରେ ଚାକିରି ପାଇଁ ଆବେଦନ ପାଇଁ ଉଲ୍ଲେଖ ରହିଛି। ସେଥିପାଇଁ ଉଇଥ୍ଡ୍ରଲ ଫର୍ମ ବାବଦକୁ ସର୍ବନିମ୍ନ ୧୦୦୦ ଟଙ୍କା ଦେବାକୁ କୁହାଯାଇଛି।
FAKE ALERT! ଦୟାକରି ମୋ ଫଟୋକୁ ଜନତାଙ୍କୁ ବୋକା ବନେଇବାକୁ ବ୍ୟବହାର କରନ୍ତୁନାହିଁ ।Many Such Fake advertisements r getting posted using my photograph without my knowledge.I request public not to believe such posts who use Govt Logo and My photos without any permission. I don't endorse (1/2) pic.twitter.com/szkMhSWCtU
— SABYASACHI MISHRA 🇮🇳 (@sabyaactor) February 1, 2021
ଉକ୍ତ ବିଜ୍ଞାପନରେ ରାଜ୍ୟ ସରକାରଙ୍କ ଲୋଗୁ ମଧ୍ୟ ରହିଛି। ତେଣୁ ସବ୍ୟସାଚୀ ଲେଖିଛନ୍ତି ଯେ, କିଛି ନକଲି ବିଜ୍ଞାପନଦାତା ତାଙ୍କ ବିନା ଅନୁମତିରେ ତାଙ୍କ ଫଟୋ ଛାପି ଏମିତି ଲୋକଙ୍କୁ ଭୁଆଁ ବୁଲାଉଉଛନ୍ତି। ତେଣୁ ସେଥିରେ ବିଶ୍ୱାସ ନକରିବାକୁ ସବ୍ୟସାଚୀ ଅପିଲ କରିଛନ୍ତି।
ଏଠାରେ ସୂଚନାଯୋଗ୍ୟ ଯେ, ଲକ୍ଡାଉନ୍ ସମୟରେ ଅସହାୟ ଲୋକଙ୍କୁ ସାହାଯ୍ୟ କରି ବଲିଉଡ୍ର ସୋନୁ ସୁଦ୍ ଏବଂ ଓଲିଉଡ୍ର ସବ୍ୟସାଚୀ ମିଶ୍ର ସମସ୍ତଙ୍କର ପ୍ରୟ ହୋଇସାରିଥିବା ବେଳେ ଉଭୟଙ୍କର ଖ୍ୟାତି ମଧ୍ୟ ବଢ଼ିଯାଇଛି। ଏବେ ସୋନୁ ସୁଦ୍ ବେକାରୀ ମାନଙ୍କୁ ଚାକିରି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ତେଣୁ ଯେହେତୁ ଉଭୟେ ସୋନୁ ଏବଂ ସବ୍ୟ ବିଶ୍ୱସ୍ଥ ତେଣୁ ସବ୍ୟଙ୍କ ନାମ ବ୍ୟବହାର କରି ଏମିତି ନକଲି ବିଜ୍ଞପ୍ତି ଦିଆଯାଇଥାଇପାରେ ବୋଲି ଆଶଙ୍କା କରାଯାଉଛି। ହେଲେ ସେଇ ନକଲି ବିଜ୍ଞାପନକାରୀଙ୍କୁ ସବ୍ୟସାଚୀ ସତର୍କ କରାଇ ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।