ବିଦିଶାଙ୍କ ପରେ ଜୀବନ ହାରିଲେ ମଞ୍ଜୁଷା, ରହିଛି କି କନେକ୍ସନ?

କୋଲକତା: ବଙ୍ଗଳା ଫିଲ୍ମ ଇଣ୍ଟଷ୍ଟ୍ରୀକୁ ପୁଣି ଏକ ଝଟକା। ୧୫ ଦିନ ମଧ୍ୟରେ ଜୀବନ ହାରିଲେଣି ୩ ଅଭିନେତ୍ରୀ । ପୂର୍ବରୁ ପଲ୍ଲବୀ ଦେ’ ଓ ବିଦିଶା ମଜୁମଦାର ନାମ୍ନୀ ୨ ଅଭିନେତ୍ରୀ ଜୀବନ ହାରିଥିବା ବେଳେ ଏବେ ସମାନ ବାଟ ଆପଣାଇଛନ୍ତି ଅଭିନେତ୍ରୀ ମଞ୍ଜୁଷା ନିୟୋଗୀ । ମଞ୍ଜୁଷାଙ୍କ ମୃତଦେହ ଆଜୁ ଝୁଲନ୍ତା ଅବସ୍ଥାରେ ତାଙ୍କ ଘରୁ ଉଦ୍ଧାର ହୋଇଛି।  ବିଦିଶା ଓ ମଞ୍ଜୁସା ଉଭୟ ବେଶ୍‌ ଘନିଷ୍ଠ ବାନ୍ଧବୀ ଥିବା ବେଳେ ଜଣକ ପରେ […]

bidita-&-manjusa

Niharika Rout
  • Published: Friday, 27 May 2022
  • , Updated: 27 May 2022, 02:59 PM IST

କୋଲକତା: ବଙ୍ଗଳା ଫିଲ୍ମ ଇଣ୍ଟଷ୍ଟ୍ରୀକୁ ପୁଣି ଏକ ଝଟକା। ୧୫ ଦିନ ମଧ୍ୟରେ ଜୀବନ ହାରିଲେଣି ୩ ଅଭିନେତ୍ରୀ । ପୂର୍ବରୁ ପଲ୍ଲବୀ ଦେ’ ଓ ବିଦିଶା ମଜୁମଦାର ନାମ୍ନୀ ୨ ଅଭିନେତ୍ରୀ ଜୀବନ ହାରିଥିବା ବେଳେ ଏବେ ସମାନ ବାଟ ଆପଣାଇଛନ୍ତି ଅଭିନେତ୍ରୀ ମଞ୍ଜୁଷା ନିୟୋଗୀ । ମଞ୍ଜୁଷାଙ୍କ ମୃତଦେହ ଆଜୁ ଝୁଲନ୍ତା ଅବସ୍ଥାରେ ତାଙ୍କ ଘରୁ ଉଦ୍ଧାର ହୋଇଛି।  ବିଦିଶା ଓ ମଞ୍ଜୁସା ଉଭୟ ବେଶ୍‌ ଘନିଷ୍ଠ ବାନ୍ଧବୀ ଥିବା ବେଳେ ଜଣକ ପରେ ଜଣେ ଜୀବନ ହାରିବା ଘଟଣାକୁ ରହସ୍ୟାବୃତ୍ତ କରୁଛି।

ମଞ୍ଜୁଷା  ନିଜ ପରିବାର ସହ କୋଲକତାର ପଟୋଳି ଅଞ୍ଚଳରେ ରହୁଥିବା ବେଳେ ଆଜି ସକାଳୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ପୁଲିସ୍‌ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇ  ଘଟଣାର ତଦନ୍ତ ଆରମ୍ଭ କରିଛି ।

ମଞ୍ଜୁଷାଙ୍କ ମୃତ୍ୟୁ ନେଇ ତାଙ୍କ ମା’ ଦେଇଥିବା ବୟାନ ସମ୍ପୂର୍ଣ୍ଣ ଘଟଣାକୁ ରହସ୍ୟ ଘେରକୁ ଠେଲି ଦେଉଛି। ତାଙ୍କ କହିବାନୁଯାୟୀ, ତାଙ୍କ ଝିଅ ଓ  ବିଦିଶା ଉଭୟ ପରସ୍ପରର ଘନିଷ୍ଠ ଥିଲେ। ଏପରିକି ବିଦିଶାଙ୍କ ସହ ରହିବାକୁ ଚାହୁଁଥିବା ଘରେ କହିଥିଲେ ମଞ୍ଜୁଷା ।  ଉଭୟ ବହୁ ସମୟ କଥା ହେଉଥିଲେ।  ବିଦିଶା ଆତ୍ମହତ୍ୟା କରିବା ପରେ ସମ୍ପୂର୍ଣ୍ଣ ଚୁପଚାପ ହୋଇ ଯାଇଥିଲେ ମଞ୍ଜୁଷା । ଖୁବ୍‌ ଶୀଘ୍ର ମିଡିଆ ଆମ ଘର ଉପରେ ବି ଫୋକସ୍‌ କରିବ ବୋଲି କହିଥିଲେ।  ଏହାକୁ ପରିବାର ଲୋକେ ଗୁରୁତର ସହ ନେଇ ନ ଥିବା ବେଳେ ଏପରି ଚରମ ନିଷ୍ପତ୍ତି ନେଇଗଲେ ମଞ୍ଜୁଷା।

ଉଭୟ ମଞ୍ଜୁଷା ଓ ବିଦିଶା ଖୁବ୍‌ ଅଳ୍ପ ଦିନ ହେବ ଟଲିଉଡ଼ରେ ଏଣ୍ଟ୍ରି କରିଥିବା ବେଳେ ମଡେଲିଂ ବି କରୁଥିଲେ। ବିଦିଶାଙ୍କର ପୂର୍ବରୁ ବୟଫ୍ରେଣ୍ଡ ଥିବା ବେଳେ ମଞ୍ଜୁଷାଙ୍କ ସହ ତାଙ୍କର କ’ଣ ସମ୍ପର୍କ ଥିଲା, କ’ଣ ପାଇଁ ଜଣକ ପରେ ଜଣେ ଉଭୟ ଏପରି ଚରମ ନିଷ୍ପତ୍ତି ନେଲେ ତାହା ଏବେବି ସସ୍‌ପେନ୍ସ ଭିତରେ ରହିଛି।

ମଡେଲ ତଥା ଅଭିନେତ୍ରୀ ବିଦିଶା ମଜମୁଦାରଙ୍କ ମୃତଦେହ ୨ ଦିନ ପୂର୍ବେ ଉତ୍ତର କୋଲକତାସ୍ଥିତି ନିଜ ଫ୍ଲାଟରେ ଝୁଲନ୍ତା ଅବସ୍ଥାରେ ମିଳିଥିଲେ। ବିଦିଶାଙ୍କ ମୃତଦେହ ନିକଟରୁ ଏକ ସୁଇସାଇଡାଲ ନୋଟ ମିଳିଥିବା ବେଳେ ତାଙ୍କ ମୃତ୍ୟୁ ପାଇଁ କାହାକୁ  ଦାୟୀ ନ କରିବାକୁ ସେ ଉଲ୍ଲେଖ କରିଥିଲେ। ଅନ୍ୟ ଯୁବତୀଙ୍କ ସହ ବୟଫ୍ରେଣ୍ଡଙ୍କ ରିଲେସନ ଯୋଗୁ ବିଦିଶା ଡିପ୍ରେସନ ରହୁଥିଲେ, ତେଣୁ ଏପରି ପଦକ୍ଷେପ ଉଠାଇଥିବା କଥା ତାଙ୍କ ଘନିଷ୍ଠ ବନ୍ଧୁ କହିଥିଲେ। ବିଦିଶା ସୁଇସାଇଡାଲ ନୋଟରେ ତାଙ୍କୁ କ୍ୟାନସର ହୋଇଥିବା କଥା ଉଲ୍ଲେଖ କରିଥିଲେ। କିନ୍ତୁ ସେ ସେପରି କୌଣସି ରୋଗରେ ପୀଡ଼ିତ ଥିବା ଜଣାପଡ଼ିନି। ପୁଲିସ୍‌ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ଖୋଳତାଡ଼ କରୁଛି।

ଏହାପୂର୍ବରୁ ମେ’ ୧୫ ତାରିଖରେ କୋଲକତାର ଛୋଟ ପରଦାର ପ୍ରସିଦ୍ଧ ଅଭିନେତ୍ରୀ ପଳ୍ଲବୀ ଦେ ଆତ୍ମହତ୍ୟା କରିଥିଲେ। ପଲ୍ଲବୀ ଲିଭ- ଇନ୍‌ରେ ରହୁଥିବା ବେଳେ ତାଙ୍କ ମୃତ୍ୟୁ ନିମନ୍ତେ  ପରିବାର ଲୋକେ ତାଙ୍କ ବୟଫ୍ରେଣ୍ଡଙ୍କୁ ଦାୟୀ କରିଥିଲେ। ପରେ ପୁଲିସ୍‌ ତାଙ୍କ ବୟଫ୍ରେଣ୍ଡଙ୍କୁ ଗିରଫ କରିଛି।

Related story