ମୁମ୍ବାଇ ଫିଲ୍ମ ମହୋତ୍ସବରେ ପୁରସ୍କୃତ ହେଲା 'ପାଇକ ବିଦ୍ରୋହ'

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଆ କ୍ଷୁଦ୍ର ଫିଲ୍ମ ‘ପାଇକ ବିଦ୍ରୋହ’କୁ ମିଳିଛି ବଡ଼ ସଫଳତା। ଅକ୍ଷୟ କୁମାର ପରିଜାଙ୍କ ପ୍ରଯୋଜନାରେ ନିର୍ମିତ ଏହି ଫିଲ୍ମ ଚଳିତ ବର୍ଷ ନବମ ମୁମ୍ବାଇ ଅନ୍ତର୍ଜାତୀୟ କ୍ଷୁଦ୍ର ଫିଲ୍ମ ମହୋତ୍ସବରେ ସ୍ପେଶାଲ ଜୁରୀ ପୁରସ୍କାର ହାସଲ କରିଛି। ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଲାଭ କରିଥିବା ୧୮୧୭ର ପାଇକ ବିଦ୍ରୋହ ଉପରେ ଏହି ଫିଲ୍ମ ଆଧାରିତ। ପୂର୍ବରୁ ଏହି ଫିଲ୍ମ ୪ଟି ରାଜ୍ୟ ପୁରସ୍କାର ଯଥା ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ […]

paika-bidhroha

paika-bidhroha

Ranjit Kumar Jena
  • Published: Wednesday, 09 December 2020
  • Updated: 09 December 2020, 01:52 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଆ କ୍ଷୁଦ୍ର ଫିଲ୍ମ 'ପାଇକ ବିଦ୍ରୋହ'କୁ ମିଳିଛି ବଡ଼ ସଫଳତା। ଅକ୍ଷୟ କୁମାର ପରିଜାଙ୍କ ପ୍ରଯୋଜନାରେ ନିର୍ମିତ ଏହି ଫିଲ୍ମ ଚଳିତ ବର୍ଷ ନବମ ମୁମ୍ବାଇ ଅନ୍ତର୍ଜାତୀୟ କ୍ଷୁଦ୍ର ଫିଲ୍ମ ମହୋତ୍ସବରେ ସ୍ପେଶାଲ ଜୁରୀ ପୁରସ୍କାର ହାସଲ କରିଛି।

ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଲାଭ କରିଥିବା ୧୮୧୭ର ପାଇକ ବିଦ୍ରୋହ ଉପରେ ଏହି ଫିଲ୍ମ ଆଧାରିତ। ପୂର୍ବରୁ ଏହି ଫିଲ୍ମ ୪ଟି ରାଜ୍ୟ ପୁରସ୍କାର ଯଥା ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ସିନେମାଟୋଗ୍ରାଫୀ, ଶ୍ରେଷ୍ଠ ଏଡିଟିଂ ଓ ଶ୍ରେଷ୍ଠ ଫିଲ୍ମ ପୁରସ୍କାର ହାସଲ କରିଥିଲା।

'ପାଇକ ବିଦ୍ରୋହ' ଫିଲ୍ମରେ ଜୟୀ ରାଜଗୁରୁ ଭୂମିକାରେ ମନୋଜ ମିଶ୍ର, ବକ୍ସି ଜଗବନ୍ଧୁ ଭୂମିକାରେ ସମରେଶ ରାଉତରାୟ ଅଭିନୟ କରିଛନ୍ତି। ନିଶ୍ଚୟ ରାଉତ ଓ ଅନୁଜ ତ୍ୟାଗି ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ସେହିପରି ଫିଲ୍ମର କଷ୍ଟ୍ୟୁମ୍ ଡିଜାଇନ୍ କରିଥିଲେ ସହପ୍ରଯୋଜକ ବର୍ଣ୍ଣାଳି ରଥ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos