‘ମେରି ପ୍ୟାରୀ ବିନ୍ଦୁ’ ସୁଟିଂ ସାରିଲେ ପରିଣୀତି

ମୁମ୍ବାଇ: ପରିଣୀତି ଚୋପ୍ରା ଓ ଆୟୁଷ୍ମାନ ଖୁରାନାଙ୍କ ଅପ୍‌ କମିଂ ଫିଲ୍ମ ‘ମେରି ପ୍ୟାରୀ ବିନ୍ଦୁ’ର ସୁଟିଂ ଶେଷ ହୋଇଛି। ପରିଣୀତି ଚୋପ୍ରା ନିଜେ ଟ୍ୱିଟ୍‌ କରି ଏ କଥା ଜଣାଇଛନ୍ତି। ୟଶରାଜ ବ୍ୟାନର ଏବଂ ମନୀଷ ଶର୍ମା ପ୍ରଯୋଜିତ ଏହି ରୋମାଣ୍ଟିକ ଡ୍ରାମା ଫିଲ୍ମର ସୁଟିଂ କଲିକତା ଏବଂ ମୁମ୍ବାଇରେ କରାଯାଇଛି। ପରିଣୀତି ଟ୍ୱଟର ମାଧ୍ୟମରେ ଫିଲ୍ମ ସୁଟିଂ ସରିଥିବା ଲେଖିବା ସହ ପୁରା ଟିମ୍ର ଫଟୋ ପୋଷ୍ଟ କରିଛନ୍ତି। ନିର୍ଦ୍ଦେଶକ ଅକ୍ଷୟ ରାଓ ଏହି […]

meri-pyari-bindu

Rakesh Mallick
  • Published: Friday, 14 October 2016
  • , Updated: 14 October 2016, 03:06 PM IST

ମୁମ୍ବାଇ: ପରିଣୀତି ଚୋପ୍ରା ଓ ଆୟୁଷ୍ମାନ ଖୁରାନାଙ୍କ ଅପ୍‌ କମିଂ ଫିଲ୍ମ ‘ମେରି ପ୍ୟାରୀ ବିନ୍ଦୁ’ର ସୁଟିଂ ଶେଷ ହୋଇଛି। ପରିଣୀତି ଚୋପ୍ରା ନିଜେ ଟ୍ୱିଟ୍‌ କରି ଏ କଥା ଜଣାଇଛନ୍ତି। ୟଶରାଜ ବ୍ୟାନର ଏବଂ ମନୀଷ ଶର୍ମା ପ୍ରଯୋଜିତ ଏହି ରୋମାଣ୍ଟିକ ଡ୍ରାମା ଫିଲ୍ମର ସୁଟିଂ କଲିକତା ଏବଂ ମୁମ୍ବାଇରେ କରାଯାଇଛି।

ପରିଣୀତି ଟ୍ୱଟର ମାଧ୍ୟମରେ ଫିଲ୍ମ ସୁଟିଂ ସରିଥିବା ଲେଖିବା ସହ ପୁରା ଟିମ୍ର ଫଟୋ ପୋଷ୍ଟ କରିଛନ୍ତି। ନିର୍ଦ୍ଦେଶକ ଅକ୍ଷୟ ରାଓ ଏହି ଫିଲ୍ମ ଜରିଆରେ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଥାପିଛନ୍ତି। ଫିଲ୍ମରେ ଆୟୁଷ୍ମାନ ଉପନ୍ୟାସକାର ଭୂମିକା ଓ ପରିଣୀତି ଜଣେ ଗାୟିକା ଭୂମିକାରେ ନଜର ଆସିବେ। ପ୍ରଥମ ଥର ପାଇଁ ପରିଣୀତି ଏହି ଫିଲ୍ମରେ ଗୀତ ମଧ୍ୟ ବୋଲିଛନ୍ତି।

Related story