‘ଜୋତା ଚୋରି’ ଉତ୍ସବ ପାଇଁ ଭାବି ଭିଣୋଇଙ୍କୁ ୩୭ କୋଟି ମାଗିଲେ ପରିଣିତି ଚୋପ୍ରା

ମୁମ୍ବାଇ: ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନସ୍‌ଙ୍କ ବିବାହକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମିଳିଥିବା ତାଜା ସୂଚନା ଅନୁଯାୟୀ ଉଭୟଙ୍କ ବିବାହ ତାରିଖ ମଧ୍ୟ ଧାର୍ଯ୍ୟ ହୋଇସାରିଛି। ତେବେ ପ୍ରିୟଙ୍କା ଚୋପ୍ରାଙ୍କ ସମ୍ପର୍କୀୟ ଭଉଣୀ ତଥା ଅଭିନେତ୍ରୀ ପରିଣିତି ଚୋପ୍ରା ବିବାହକୁ ନେଇ ମଧ୍ୟ ଖୁବ୍‌ ଉତ୍ସାହିତ ଅଛନ୍ତି। ପରିଣିତି ବିବାହ ଉତ୍ସବ ଅବସରରେ ହେବାକୁ ଥିବା ‘ଜୋତା ଚୋରି’ ଉତ୍ସବ ପାଇଁ ତାଙ୍କର ଭାବି ଭିଣୋଇ ନିକ୍‌ ଜୋନସ୍‌ଙ୍କୁ ଏକ ମୋଟା ଅଙ୍କର ଅର୍ଥ […]

fff

fff

Tapas Behera
  • Published: Wednesday, 17 October 2018
  • Updated: 17 October 2018, 09:01 PM IST

Sports

Latest News

ମୁମ୍ବାଇ: ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନସ୍‌ଙ୍କ ବିବାହକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମିଳିଥିବା ତାଜା ସୂଚନା ଅନୁଯାୟୀ ଉଭୟଙ୍କ ବିବାହ ତାରିଖ ମଧ୍ୟ ଧାର୍ଯ୍ୟ ହୋଇସାରିଛି। ତେବେ ପ୍ରିୟଙ୍କା ଚୋପ୍ରାଙ୍କ ସମ୍ପର୍କୀୟ ଭଉଣୀ ତଥା ଅଭିନେତ୍ରୀ ପରିଣିତି ଚୋପ୍ରା ବିବାହକୁ ନେଇ ମଧ୍ୟ ଖୁବ୍‌ ଉତ୍ସାହିତ ଅଛନ୍ତି।

ପରିଣିତି ବିବାହ ଉତ୍ସବ ଅବସରରେ ହେବାକୁ ଥିବା ‘ଜୋତା ଚୋରି’ ଉତ୍ସବ ପାଇଁ ତାଙ୍କର ଭାବି ଭିଣୋଇ ନିକ୍‌ ଜୋନସ୍‌ଙ୍କୁ ଏକ ମୋଟା ଅଙ୍କର ଅର୍ଥ ମାଗିଛନ୍ତି। ଯାହା ଶୁଣିଲେ ଆପଣ ବି ଚମକି ପଡ଼ିବେ। କୁହାଯାଉଛି ପରିଣିତି ଏହି ଉତ୍ସବ ପାଇଁ ୫ ମିଲିୟନ୍‌ ଡଲାର ତଥା ୩୭ କୋଟି ଟଙ୍କା ମାଗିଛନ୍ତି।

ଏକ ଇଣ୍ଟର୍ଭ୍ୟୁରେ ପରିଣତି କହିଛନ୍ତି ଯେ, ଦୁଇ ଦିନ ପୂର୍ବେ ନିକ୍‌ ଏବଂ ମୁଁ ବସି  ବାହାଘର ବିଷୟର ଆଲୋଚନା କରୁଥିଲୁ। ଆଉ ମଜାରେ ମଜାରେ ତାଙ୍କ ପାଖରେ ମୋର ଡିମାଣ୍ଡ ରଖିଥିଲି। ‘ଜୋତା ଚୋରି’ ଉତ୍ସବ ପାଇଁ ମୁଁ ୫ ମିଲିୟନ୍‌ ଡଲାର କହିବାରୁ ନିକ୍‌ ଟିକେ ଚମକି ପଡ଼ିଲେ। ସେ ବି ମଜାଛଳରେ କହିଲେ ୫ ମିଲିୟନ୍‌ ଡଲାର ନୁହେଁ ୧୦ ଡଲାର। ପରିଣତି କହିଛନ୍ତି ଯେ ମୁଁ ନିକ୍‌ଙ୍କର ଭଲ ଶାଳି ହେବାକୁ ଚାହେଁ।

ତେଣୁ ବିବାହ ଉତ୍ସବରେ ମୋ ହକ୍‌ ପାଇଁ ମୁଁ ନିକ୍‌ଙ୍କୁ ଅଧିକ ଅର୍ଥ ମାଗିବି ବୋଲି କହିଛନ୍ତି।  ତେବେ ସୂଚନା ଅନୁଯାୟୀ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନସ୍‌ଙ୍କ ବିବାହ ତାରିଖ ଏବଂ ସ୍ଥାନ ଠିକ୍‌ ହୋଇସାରିଛି।

ଟାଇମ୍ସ ଅଫ୍‌ ଇଣ୍ଡିଆର ରିପୋର୍ଟ ମୁତାବକ ଦୁହିଁଙ୍କ ବିବାହ ଆସନ୍ତା ଡିସେମ୍ବର ୨ତାରିଖରେ ଅନୁଷ୍ଠିତ ହେବ।  ଦୁହେଁ ରାଜସ୍ତାନର ଯୋଧପୁରର ବିଳାସମୟ ଉମ୍ମେଦ ପ୍ୟାଲେସ୍‌ରେ ବିବାହ କରିବେ। ଭାରତୀୟ ପରମ୍ପରା ଅନୁସାରେ  ପ୍ରିୟଙ୍କା ଓ ନିକ୍‌ଙ୍କ ମଧ୍ୟରେ ଗତ ଅଗଷ୍ଟ ୧୮ତାରିଖରେ ନିର୍ବନ୍ଧ ସମ୍ପନ୍ନ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos