ଏହି ନାଁ'ରେ ଚୀନ୍‌ରେ ରିଲିଜ୍‌ ହେବ ଫିଲ୍ମ 'ଅନ୍ଧାଧୁନ୍'

ମୁମ୍ବାଇ: ଭାରତ ପରେ ଏବେ ଚୀନରେ କମାଲ ଦେଖାଇବ ବଲିଉଡ ମୁଭି ‘ଅନ୍ଧାଧୁନ’। ଆୟୁଷ୍ମାନ ଖୁରାନା ଓ ତବୁ ଷ୍ଟାରର ଏହି ଫିଲ୍ମ ଚୀନରେ ଆସନ୍ତା ମାସ ୩ ତାରିଖରେ ରିଲିଜ ହେବ। ଏନେଇ ଫିଲ୍ମ ନିର୍ମାତା ପୋଷ୍ଟର ରିଲିଜ କରିଛନ୍ତି। ପୋଷ୍ଟରରେ ଚାଇନିଜ୍ ଭାଷାରେ ଫିଲ୍ମର ନାଁ ଲେଖାଯାଇଥିବା ବେଳେ ଆୟୁଷ୍ମାନ ଖୁରାନାଙ୍କୁ ଦେଖିବାକୁ ମିଳିଛି। #Xclusiv: #AndhaDhun gets a release date in #China: 3 April 2019… Titled #PianoPlayer for […]

the-piano-player

the-piano-player

Chinmayee Roy
  • Published: Wednesday, 20 March 2019
  • Updated: 20 March 2019, 03:39 PM IST

Sports

Latest News

ମୁମ୍ବାଇ: ଭାରତ ପରେ ଏବେ ଚୀନରେ କମାଲ ଦେଖାଇବ ବଲିଉଡ ମୁଭି ‘ଅନ୍ଧାଧୁନ’। ଆୟୁଷ୍ମାନ ଖୁରାନା ଓ ତବୁ ଷ୍ଟାରର ଏହି ଫିଲ୍ମ ଚୀନରେ ଆସନ୍ତା ମାସ ୩ ତାରିଖରେ ରିଲିଜ ହେବ। ଏନେଇ ଫିଲ୍ମ ନିର୍ମାତା ପୋଷ୍ଟର ରିଲିଜ କରିଛନ୍ତି। ପୋଷ୍ଟରରେ ଚାଇନିଜ୍ ଭାଷାରେ ଫିଲ୍ମର ନାଁ ଲେଖାଯାଇଥିବା ବେଳେ ଆୟୁଷ୍ମାନ ଖୁରାନାଙ୍କୁ ଦେଖିବାକୁ ମିଳିଛି।

https://twitter.com/taran_adarsh/status/1107965461088493568

‘ଅନ୍ଧାଧୁନ୍‌’ ଚୀନରେ ସ୍ଥାନୀୟ ଭାଷାରେ ରିଲିଜ କରାଯିବ ବୋଲି ସୂଚନା ଦିଆଯାଇଛି। ତେବେ ଫିଲ୍ମର ନାଁକୁ ‘ଅନ୍ଧାଧୁନ୍‌’ରୁ ପରିବର୍ତ୍ତନ କରି ‘ପିଆନୋ ପ୍ଲେୟାର’ ରଖାଯାଇଛି। ଚୀନ୍‌ର ୫ ହଜାର ହଲ୍‌ରେ ଫିଲ୍ମର ସ୍କ୍ରିନିଂ କରାଯିବ। ଫିଲ୍ମର ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଆୟୁଷ୍ମାନ ଖୁରାନା, ତବୁ ଏବଂ ରାଧିକା ଆପତେ। ଫିଲ୍ମର ନିର୍ଦ୍ଦେଶନା ଶ୍ରୀରାମ୍‌ ରାଘବନ୍‌ ଦେଇଥିବାବେଳେ ଫିଲ୍ମର କାହାଣୀକୁ ଶ୍ରୀରାମ୍‌ ରାଘବନ୍‌, ଅରିଜିତ୍‌ ବିଶ୍ୱାସ, ପୂଜା ଲଧା ସୁର୍ତ୍ତି, ଯୋଗେସ୍ ଚାନ୍ଦେକର ଓ ହେମନ୍ତ ରାଓ ମିଳିତ ଭାବେ ଲେଖିଛନ୍ତି। ‘ଅନ୍ଧାଧୁନ’ ଭାରତରେ ବେଶ୍ ଭଲ ବ୍ୟବସାୟ କରିଥିଲା।

https://twitter.com/AndhadhunFilm/status/1105037928949006336

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos