ଅକ୍ଟୋବରରେ ଜାପାନରେ ରିଲିଜ୍‌ ହେବ ‘ପିକେ’

ମୁମ୍ବାଇ: ମିଷ୍ଟର ପରଫେକ୍ଟନିଷ୍ଟ ଅମୀର ଖାନ୍‌ଙ୍କ ଅଭିନୀତ ୨୦୧୪ ବ୍ଲକ୍‌ବୁଷ୍ଟର ଫିଲ୍ମ ‘ପିକେ’ ଆସନ୍ତା ଅକ୍ଟୋବରରେ ଜାପାନ୍‌ରେ ରିଲିଜ୍‌ ହେବ। ଏନେଇ ଜାପାନିଜ୍‌ ପୋଷ୍ଟର ମଧ୍ୟ ରିଲିଜ୍‌ ହୋଇଛି। ଏଥିରେ ଅମୀର ଖାନ୍‌ ଏକ ରେଲ୍‌ୱେ ଟ୍ରାକ୍‌ରେ ଉଲଗ୍ନ ହୋଇ ରେଡିଓ ଧରି ଛିଡା ହୋଇଥିବା ଦେଖିବାକୁ ମିଳିଛି। ଏନେଇ ଫିଲ୍ମକୁ ବିନୋଦ ଚୋପ୍ରା ଫିଲ୍ମସ, ରାଜକୁମାର ହିରାନୀ ଫିଲ୍ମସ ଓ ୟୁଟିଭି ମୋସନ ଫିକ୍ଚରର ମିଳିତ ସହଯୋଗରେ ଜାପାନିଜ୍‌ ଏଣ୍ଟରଟେନ୍‌ମେଣ୍ଟ କମ୍ପାନୀ ନିକ୍କାଶିତୁ କୋର୍ପୋରେସନ ସହଯୋଗରେ […]

pk relesed-in-japan-in-october

Rakesh Mallick
  • Published: Saturday, 11 June 2016
  • , Updated: 11 June 2016, 06:41 PM IST

[embed]https://www.youtube.com/watch?v=0cziEi0rWmc[/embed]

ମୁମ୍ବାଇ: ମିଷ୍ଟର ପରଫେକ୍ଟନିଷ୍ଟ ଅମୀର ଖାନ୍‌ଙ୍କ ଅଭିନୀତ ୨୦୧୪ ବ୍ଲକ୍‌ବୁଷ୍ଟର ଫିଲ୍ମ ‘ପିକେ’ ଆସନ୍ତା ଅକ୍ଟୋବରରେ ଜାପାନ୍‌ରେ ରିଲିଜ୍‌ ହେବ। ଏନେଇ ଜାପାନିଜ୍‌ ପୋଷ୍ଟର ମଧ୍ୟ ରିଲିଜ୍‌ ହୋଇଛି। ଏଥିରେ ଅମୀର ଖାନ୍‌ ଏକ ରେଲ୍‌ୱେ ଟ୍ରାକ୍‌ରେ ଉଲଗ୍ନ ହୋଇ ରେଡିଓ ଧରି ଛିଡା ହୋଇଥିବା ଦେଖିବାକୁ ମିଳିଛି।

ଏନେଇ ଫିଲ୍ମକୁ ବିନୋଦ ଚୋପ୍ରା ଫିଲ୍ମସ, ରାଜକୁମାର ହିରାନୀ ଫିଲ୍ମସ ଓ ୟୁଟିଭି ମୋସନ ଫିକ୍ଚରର ମିଳିତ ସହଯୋଗରେ ଜାପାନିଜ୍‌ ଏଣ୍ଟରଟେନ୍‌ମେଣ୍ଟ କମ୍ପାନୀ ନିକ୍କାଶିତୁ କୋର୍ପୋରେସନ ସହଯୋଗରେ ରିଲିଜ୍‌ ହେବ।

ରାଜକୁମାର ହୀରାନିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ବିଶ୍ୱବ୍ୟାପୀ ୭୦ତମ ହାଏଷ୍ଟ ଗ୍ରସିଂ ଫିଲ୍ମ ଭାବେ ମାନ୍ୟତା ପାଇସାରିଛି। ଏଥିରେ ବିଭିନ୍ନ ଭୂମିକାରେ ଅନୁଷ୍ମା ଶର୍ମା, ବମନ୍‌ ଇରାଣୀ ଓ ସୁଶାନ୍ତ ସିଂହ ରାଜପୂତ ରହିଛନ୍ତି।

ଏହି ଫିଲ୍ମ ୨୦୧୪ ଡିସେମ୍ବର ୧୯ରେ ଭାରତରେ ମୁକ୍ତିଲାଭ କରିଥିଲା।

ଏହି ଫିଲ୍ମଟି ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଚୀନ୍‌ରେ ରିଲିଜ୍‌ ହୋଇ ବ୍ୟବସାୟିକ ସଫଳତା ପାଇ ସାରିଛି।

Related story