ହସ୍ପିଟାଲରୁ ଫେରି ଲେଖିଲେ ଏମିତି କବିତା

‘‘ଜି ହାଁ ଜନାୱ ମେଁ ଅସ୍ପତାଲ ଜାତା ହୁଁ, ବଚପନ୍ ସେ ହି ଇସ ପ୍ରକ୍ରିୟା କୋ ଜିବୀତ୍ ରଖତା ହୁଁ, ୱହିଁ ତୋ ହୁଇଥି ମେରି ପ୍ରଥମ ପୈଦାଇସି ଚିତ୍କାର, ୱହିଁ ତୋ ହୁଆ ଥା ଅବିରଲ ଜୀବନ କା ମେରା ଶ୍ୱୀକାର…” ବାସ୍‌ ଏମିତି କିଛି କବିତା ପଢିବା ପରେ ଆପଣଙ୍କ ଆଖି ବି ଛଳଛଳ ହୋଇଯିବ। ଲୁହ ଜକେଇ ଆସିବ। କାରଣ ଏଥିରେ ଥିବା ପଦଗୁଡିକ କବିଙ୍କ ଆନ୍ତରିକ କଥାଗୁଡିକୁ ପ୍ରାଞ୍ଜଳ ଭାବେ […]

amitav.

amitav.

Rakesh Mallick
  • Published: Saturday, 10 February 2018
  • Updated: 10 February 2018, 06:10 PM IST

Sports

Latest News

‘‘ଜି ହାଁ ଜନାୱ ମେଁ ଅସ୍ପତାଲ ଜାତା ହୁଁ, ବଚପନ୍ ସେ ହି ଇସ ପ୍ରକ୍ରିୟା କୋ ଜିବୀତ୍ ରଖତା ହୁଁ, ୱହିଁ ତୋ ହୁଇଥି ମେରି ପ୍ରଥମ ପୈଦାଇସି ଚିତ୍କାର, ୱହିଁ ତୋ ହୁଆ ଥା ଅବିରଲ ଜୀବନ କା ମେରା ଶ୍ୱୀକାର...”

ବାସ୍‌ ଏମିତି କିଛି କବିତା ପଢିବା ପରେ ଆପଣଙ୍କ ଆଖି ବି ଛଳଛଳ ହୋଇଯିବ। ଲୁହ ଜକେଇ ଆସିବ। କାରଣ ଏଥିରେ ଥିବା ପଦଗୁଡିକ କବିଙ୍କ ଆନ୍ତରିକ କଥାଗୁଡିକୁ ପ୍ରାଞ୍ଜଳ ଭାବେ ଆପଣଙ୍କ ସାମ୍ନାକୁ ଆସିଯିବ। ଯେଉଁଥିରେ ଆପଣ ହୁଏତ ଆପଣଙ୍କ ଅତୀତକୁ ମଧ୍ୟ ଦେଖିପାରିବେ।

ଜାଣିଛନ୍ତି ଏ କିବିତା କିଏ ଲେଖିଛନ୍ତି। ପ୍ରକ୍ଷାତ କିମ୍ବଦନ୍ତୀ ଅଭିନେତା ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ ରଚିତ ଏହି କିବିତା ଏବେ ଟୁଇଟରରେ ଭାଇରାଲ ହେବାରେ ଲାଗିଛି।  ଲିଲାବତୀ ହସ୍ପିଟାଲକୁ ନେଇ ସେ ଏହି କବିତାଟି ରଚନା କରିଛନ୍ତି। ଯାହାକୁ ପଢି ଆପଣ ନିଶ୍ଚିତ ଭାବବିହ୍ୱଳ ହେଉଥିବେ।

ଜାଣିଛନ୍ତି ଏଭଳି କବିତା ଲଖିବାର କାରଣ କ’ଣ। ତା ହେଲେ ପଢନ୍ତୁ। ଏହି କବିତା ପଛର ଅମିତାଭଙ୍କ ଲିଲାବତୀ ହସ୍ପିଟାଲ ପ୍ରତି ଥିବା ଶ୍ରଦ୍ଧା ହିଁ ରହିଛି । ତାଙ୍କ ଜନ୍ମ ଏହି ହସ୍ପିଟାଲରେ ହୋଇଥିବା ବେଳେ ଏବେ ପରିଣତ ବୟସରେ ସେ ଚିକିତ୍ସା ପାଇଁ ତା କୋଳକୁ ଯାଉଛନ୍ତି। ଯାହାଲାଗି ସେ ନିଜ ମନର ଭାବକୁ କବିତାର ରୂପ ଦେଇଛନ୍ତି।

କିଛିଦିନ ହେବ ସେ ଗଳା ରୋଗରେ ପିଡୀତ ଥିବାରୁ ଶେଷରେ ଯନ୍ତ୍ରଣା ସହି ନ ପାରି ଶୁକ୍ରବାର ଏହି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏ ଖବରଟି ମିଳିବା ପରେ ଟ୍ୱିଟରରେ ତାଙ୍କୁ ‘ଗେଟ୍‌ ୱେଲ ସୁନ୍‌’ର ବାର୍ତ୍ତା ଛୁଟିଲା। ସମସ୍ତଙ୍କ ପ୍ରାର୍ଥନା ଶେଷରେ କାମରେ ଆସିଲା ଓ ବିଗ୍‌ ବି ସୁସ୍ଥ ହୋଇ ଘରକୁ ଫେରିଲେ। ଆଉ ଘରକୁ ଫେରିବା ପରେ ସେ ତାଙ୍କ ପ୍ରଶସଂକମାନଙ୍କ ଟ୍ୱିଟ୍‌ ଦେଖି ଭାବୁକ ହୋଇପଡିଥିଲେ। ନିଜର ଭାବନାକୁ ପ୍ରକାଶ କରିବା ପାଇଁ ସେ ଏହି କବିତାଟି ଲେଖିଛନ୍ତି। ଏଥିର ସେ ଲିଲାବତୀ ହସ୍ପିଟାଲର ପ୍ରଶଂସା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos