ଲାଲ ମହଲରେ ଡ୍ୟାନ୍ସ କରି ଫସିଲେ ଅଭିନେତ୍ରୀ

ମୁମ୍ବାଇ: ଡ୍ୟାନ୍ସ କରି ଫସିଲେ ଅଭିନେତ୍ରୀ। ତାଙ୍କୁ ନାଚିବା ମହଙ୍ଗା ପଡିଛି। ତାଙ୍କ ନାଁରେ ପୁଲିସ ରୁଜୁ କରିଛି ଏଫ୍‌ଆଇଆର୍‌। ଛତ୍ରପତି ଶିବାଜୀ ମହାରାଜଙ୍କ ସହ ସମ୍ପର୍କ ଥିବା ଲାଲ ମହଲରେ ଭାରତୀୟ ଲୋକ ନୃତ୍ୟ ଲାୱନିର ସୁଟିଂ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ପୁଲିସ ଜଣେ ମରାଠୀ ଅଭିନେତ୍ରୀ ଓ ୩ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ସୂଚନା ମୁତାବକ, ଶିବାଜୀ ମହାରାଜ ତାଙ୍କ ଜୀବନର ଅନେକ ପ୍ରାରମ୍ଭିକ ବର୍ଷ ଏହି ସ୍ଥାନରେ […]

lavani at lal mahal

Madhupriya Mistry
  • Published: Saturday, 21 May 2022
  • , Updated: 21 May 2022, 08:12 PM IST

ମୁମ୍ବାଇ: ଡ୍ୟାନ୍ସ କରି ଫସିଲେ ଅଭିନେତ୍ରୀ। ତାଙ୍କୁ ନାଚିବା ମହଙ୍ଗା ପଡିଛି। ତାଙ୍କ ନାଁରେ ପୁଲିସ ରୁଜୁ କରିଛି ଏଫ୍‌ଆଇଆର୍‌। ଛତ୍ରପତି ଶିବାଜୀ ମହାରାଜଙ୍କ ସହ ସମ୍ପର୍କ ଥିବା ଲାଲ ମହଲରେ ଭାରତୀୟ ଲୋକ ନୃତ୍ୟ ଲାୱନିର ସୁଟିଂ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ପୁଲିସ ଜଣେ ମରାଠୀ ଅଭିନେତ୍ରୀ ଓ ୩ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି।

ସୂଚନା ମୁତାବକ, ଶିବାଜୀ ମହାରାଜ ତାଙ୍କ ଜୀବନର ଅନେକ ପ୍ରାରମ୍ଭିକ ବର୍ଷ ଏହି ସ୍ଥାନରେ ଅତିବାହିତ କରିଥିଲେ। ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ସମେତ କେତେକ ରାଜନୈତିକ ସଂଗଠନ ଏହି ଡ୍ୟାନ୍ସ ଭିଡିଓକୁ ନିନ୍ଦା କରିଛନ୍ତି। ଏହାପରେ ଅଭିନେତ୍ରୀ ତଥା ଡ୍ୟାନ୍ସର ବୈଷ୍ଣବୀ ପାଟିଲ କ୍ଷମା ମାଗିବାକୁ ବାଧ୍ୟ ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକ, ବୈଷ୍ଣବୀ ଓ ଅନ୍ୟ ତିନି ଜଣଙ୍କ ବିରୋଧରେ ଲାଲ ମହଲର ଚୌକିଦାରଙ୍କ ଅଭିଯୋଗ ପରେ ଶୁକ୍ରବାର ରାତିରେ ଫରାଶଖାନା ଥାନାରେ ମାମଲା ରୁଜୁ କରାଯାଇଥିଲା। ରାଜ ପ୍ରାସାଦଟି ପୁଣେ ସହରର ମଧ୍ୟଭାଗରେ ଅବସ୍ଥିତ ଏକ ଲାଲ ରଙ୍ଗର କୋଠା, ଯେଉଁଠାରେ ମରାଠା ଯୋଦ୍ଧା ଶିବାଜୀ ମହାରାଜ ତାଙ୍କ ପିଲାଦିନର ଅନେକ ବର୍ଷ ବିତାଇଥିଲେ।

ପୁଲିସ ଅଧିକାରୀ କହିଛନ୍ତି, 'ବୈଷ୍ଣବୀ ପାଟିଲ ସୋମବାର ଲାଲ ମହଲରେ ଲାୱନି ନୃତ୍ୟ ପରିବେଷଣ କରିଥିଲେ ଏବଂ ତାଙ୍କ ସହିତ ଉପସ୍ଥିତ ଲୋକମାନେ ଏହାର ଏକ ଭିଡିଓ ପ୍ରସ୍ତୁତ କରିଥିଲେ, ଯାହା ପରେ ସେ ସୋଶାଲ ମିଡିଆରେ ଏହାକୁ ଅପ୍‌ଲୋଡ କରାଯାଇଥିଲା।'

ସେହି ସମୟରେ ଲାଲ ମହଲରେ ଡ୍ୟୁଟି କରୁଥିବା ଚୌକିଦାରଙ୍କ ଅଭିଯୋଗ ମୁତାବକ, 'ସେ ଅଭିନେତ୍ରୀ ଓ ତାଙ୍କ ସହ ଥିବା ଲୋକଙ୍କୁ ସ୍ମାରକ ପରିସରରେ ନୃତ୍ୟ କରିବା ଓ ଭିଡିଓ ତିଆରି କରିବା ପାଇଁ ମନା କରିଥିଲେ। କିନ୍ତୁ ତଥାପି ସେମାନେ ଶୁଣି ନଥିଲେ।' ଲାୱନି ମହାରାଷ୍ଟ୍ରର ଏକ ଲୋକପ୍ରିୟ ଲୋକ ନୃତ୍ୟ, ଯେଉଁଥିରେ ଅନେକ ସମ୍ବେଦନଶୀଳ ଅଭିବ୍ୟକ୍ତି ଅଛି।

ଏହି ଘଟଣା ସାମ୍ନାକୁ ଆସିବା ପରେ ମହାରାଷ୍ଟ୍ର ମନ୍ତ୍ରୀ ତଥା ରାକାମ୍ପା ନେତା ଜିତେନ୍ଦ୍ର ଅହ୍ୱାଦ ଜୋରଦାର ନିନ୍ଦା କରିଛନ୍ତି। ସେ ଟ୍ୱିଟ୍‌ କରି କହିଛନ୍ତି, 'ଶିବାଜୀ ମହାରାଜଙ୍କ ଲାଲ ମହଲ ଡ୍ୟାନ୍ସ ଭିଡିଓ ଶୁଟ୍‌ କରିବା ପାଇଁ ତିଆରି ହୋଇନାହିଁ। ଯେପରି ଏହି ଘଟଣାର ପୁନାରାବୃତ୍ତି ନହୁଏ। ଯଦି କେହି ଏହା କରିଛନ୍ତି (ଡ୍ୟାନ୍ସ ଭିଡିଓ ତିଆରି କରିଛନ୍ତି), ତେବେ ଏହାକୁ ସୋଶାଲ ମିଡିଆରେ ଅପଲୋଡ୍ କରନ୍ତୁ ନାହିଁ।'

 

View this post on Instagram

 

A post shared by Vaishnavi Patil (@vaishnavi_official_)

Related story