‘ଜିସ୍ମ’ ପାଇଁ କଳାକାର ଖୋଜୁଛନ୍ତି ପୂଜା ଭଟ୍ଟ

ମୁମ୍ବାଇ: ନିର୍ଦ୍ଦେଶକ ପୂଜା ଭଟ୍ଟ ବଲିଉଡ୍‌ ଫିଲ୍ମ ‘ଜିସ୍ମ’ ସିରିଜ୍‌ର ତୃତୀୟ ଫିଲ୍ମ ପାଇଁ କଳାକାର ଖୋଜିବା ଆରମ୍ଭ କରି ଦେଇଛନ୍ତି। ‘ଜିସ୍ମ’ ରିଲିଜ୍ ହେବାର ଗତକାଲି ଚାରି ବର୍ଷ ପୂରି ଯାଇଛି। ‘ଜିସ୍ମ-୨’ରୁ ଭାରତ ଜନ୍ମିତ କାନାଡିଆନ୍ ଅଭିନେତ୍ରୀ ସନ୍ନୀ ଲିଓନ ବଲିଉଡ୍‌ରେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏଥରେ ରନଦୀପ ହୁଦା ଓ ଅରୁଣୋଦୟ ସିଂହ ମଧ୍ୟ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ। ପୂଜା ଟ୍ୱିଟ୍ କରି କହିଛନ୍ତି,‘ ଫିଲ୍ମ ‘ଜିସ୍ମ-୨’ର ଚାରି […]

jism

Rakesh Mallick
  • Published: Thursday, 04 August 2016
  • , Updated: 04 August 2016, 09:24 PM IST

[caption id="attachment_95109" align="alignleft" width="150"] ପୂଜା ଭଟ୍ଟ[/caption]

ମୁମ୍ବାଇ: ନିର୍ଦ୍ଦେଶକ ପୂଜା ଭଟ୍ଟ ବଲିଉଡ୍‌ ଫିଲ୍ମ ‘ଜିସ୍ମ’ ସିରିଜ୍‌ର ତୃତୀୟ ଫିଲ୍ମ ପାଇଁ କଳାକାର ଖୋଜିବା ଆରମ୍ଭ କରି ଦେଇଛନ୍ତି। ‘ଜିସ୍ମ’ ରିଲିଜ୍ ହେବାର ଗତକାଲି ଚାରି ବର୍ଷ ପୂରି ଯାଇଛି।

‘ଜିସ୍ମ-୨’ରୁ ଭାରତ ଜନ୍ମିତ କାନାଡିଆନ୍ ଅଭିନେତ୍ରୀ ସନ୍ନୀ ଲିଓନ ବଲିଉଡ୍‌ରେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏଥରେ ରନଦୀପ ହୁଦା ଓ ଅରୁଣୋଦୟ ସିଂହ ମଧ୍ୟ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ।

ପୂଜା ଟ୍ୱିଟ୍ କରି କହିଛନ୍ତି,‘ ଫିଲ୍ମ ‘ଜିସ୍ମ-୨’ର ଚାରି ବର୍ଷ ପୂରଣ ଏବଂ ‘ଜିସ୍ମ-୩’ର କାଷ୍ଟିଂ ଆରମ୍ଭ। ନୂଆ ଫାଣ୍ଟାସ କିଏ? ଏହା ଜାଣିବା ପାଇଁ ଆଉ ଏକ ଦିନକୁ ଅପେକ୍ଷା କରି ହେବ ନାହିଁ। ଏହା ଗୋଟେ କଷ୍ଟ କାମ।’

Related story