ରିଲିଜ୍ ହେଲା “ମୋହେଞ୍ଜୋଦାରୋ”ରେ ପୂଜା ହେଗଡ଼େଙ୍କ ଲୁକ୍

ମୁମ୍ବାଇ: ଫିଲ୍ମ “ମୋହେଞ୍ଜୋଦାରୋ” ମୋସନ୍ ପୋଷ୍ଟର ନିକଟରେ ରିଲିଜ୍ କରାଯାଇଛି। ଏହି ଫିଲ୍ମରେ ଋତିକ ରୋଶନଙ୍କ ସହିତ ପୂଜା ହେଗଡ଼େ ମଧ୍ୟ ଅଛନ୍ତି। ଫିଲ୍ମରେ ପୂଜାଙ୍କ ପ୍ରଥମ ଲୁକ୍ ରିଲିଜ୍ ହୋଇଛି। ଋତିକ ଟ୍ୱିଟ୍ କରି ପୂଜାଙ୍କ ଲୁକ୍‌କୁ ସେୟାର କରିଛନ୍ତି। ଫିଲ୍ମର ପ୍ରଥମ ଲୁକ୍ ଧମାକାଦାର ହୋଇଛି। ଆଶୁତୋଷ ଗୌୱାରିକରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ୧୨ ଅଗଷ୍ଟରେ ରିଲିଜ୍ ହେବ। ଋତିକ ଓ ପୂଜା ହେଗଡ଼େ ଅଭିନୀତ ଏହି ଫିଲ୍ମଟି ଏକ ପିରିୟଡ଼ ଡ୍ରାମା […]

pooja

Rakesh Mallick
  • Published: Thursday, 16 June 2016
  • , Updated: 16 June 2016, 05:57 PM IST

ମୁମ୍ବାଇ: ଫିଲ୍ମ “ମୋହେଞ୍ଜୋଦାରୋ” ମୋସନ୍ ପୋଷ୍ଟର ନିକଟରେ ରିଲିଜ୍ କରାଯାଇଛି। ଏହି ଫିଲ୍ମରେ ଋତିକ ରୋଶନଙ୍କ ସହିତ ପୂଜା ହେଗଡ଼େ ମଧ୍ୟ ଅଛନ୍ତି। ଫିଲ୍ମରେ ପୂଜାଙ୍କ ପ୍ରଥମ ଲୁକ୍ ରିଲିଜ୍ ହୋଇଛି। ଋତିକ ଟ୍ୱିଟ୍ କରି ପୂଜାଙ୍କ ଲୁକ୍‌କୁ ସେୟାର କରିଛନ୍ତି। ଫିଲ୍ମର ପ୍ରଥମ ଲୁକ୍ ଧମାକାଦାର ହୋଇଛି। ଆଶୁତୋଷ ଗୌୱାରିକରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ୧୨ ଅଗଷ୍ଟରେ ରିଲିଜ୍ ହେବ। ଋତିକ ଓ ପୂଜା ହେଗଡ଼େ ଅଭିନୀତ ଏହି ଫିଲ୍ମଟି ଏକ ପିରିୟଡ଼ ଡ୍ରାମା ଓ ପ୍ରେମ କାହାଣୀ। ଏହି ଫିଲ୍ମର ନିର୍ମାତା ହେଉଛନ୍ତି ସିଦ୍ଧାର୍ଥ ରାୟ କପୁର ଓ ଆଶୁତୋଷ ଗୌୱାରିକରଙ୍କ ପତ୍ନୀ ସୁନୀତା। ଏ.ଆର. ରହମାନ ଏ ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶକ।

ଫିଲ୍ମଟି ସିନ୍ଧୁ ଘାଟି ସଭ୍ୟତା ଉପରେ ଆଧାରିତ। ପୂଜା ହେଗଡ଼େ ଅଭିନୟ କରିବା ଆଗରୁ ମଡେଲ ଥିଲେ। ସେ ମଧ୍ୟ ମିସ୍ ୟୁନିଭର୍ସ ଇଣ୍ଡିଆର ଦ୍ୱିତୀୟ ରନର୍‌ଅପ୍ ହୋଇଥିଲେ। ପୂଜା ଅନେକ ତାମିଲ ଫିଲ୍ମରେ ମଧ୍ୟ କାମ କରିଛନ୍ତି।

Related story