‘ମୋ ସ୍ତ୍ରୀ ବହୁତ ଭଲ, ହେଲେ ସେ ବେବଫା’

ମୁମ୍ବାଇ: “ମୋ ସ୍ତ୍ରୀ ବହୁତ ଭଲ। ଦୀର୍ଘ ଦିନର ପ୍ରେମ ସମ୍ପର୍କ ପରେ ଆମେ ପରସ୍ପରର ହାତ ଧରିଥିଲୁ। ଅଗ୍ନିକୁ ସାକ୍ଷୀ ରଖି ସାତଫେରା ନେଇଥିଲୁ। ହେଲେ ସେ ତାହାର ତାତ୍ପର୍ଯ୍ୟ ତଥା ଗମ୍ଭୀରତାକୁ ବୁଝିପାରିଲେ ନାହିଁ। ତାଙ୍କ ଭିତରେ ବହୁତ ଭଲ ଗୁଣ ଅଛି ହେଲେ ସେ ବିଶ୍ୱସ୍ତ ନୁହନ୍ତି। ସେ ଜଣେ ଧୋକେବାଜ । ”  ନିଜ ପତ୍ନୀଙ୍କ ସମ୍ପର୍କରେ ବିଷେଦାଗାର କରି ଏପରି କ୍ଷୋଭ ପ୍ରକାଶ କରିଛନ୍ତି ପ୍ରଡ୍ୟୁସର ସାମ୍ ଅହମଦ୍ ବମ୍ୱେ […]

poonam--with-hubby

Niharika Rout
  • Published: Saturday, 05 March 2022
  • , Updated: 05 March 2022, 09:42 AM IST

ମୁମ୍ବାଇ: “ମୋ ସ୍ତ୍ରୀ ବହୁତ ଭଲ। ଦୀର୍ଘ ଦିନର ପ୍ରେମ ସମ୍ପର୍କ ପରେ ଆମେ ପରସ୍ପରର ହାତ ଧରିଥିଲୁ। ଅଗ୍ନିକୁ ସାକ୍ଷୀ ରଖି ସାତଫେରା ନେଇଥିଲୁ। ହେଲେ ସେ ତାହାର ତାତ୍ପର୍ଯ୍ୟ ତଥା ଗମ୍ଭୀରତାକୁ ବୁଝିପାରିଲେ ନାହିଁ। ତାଙ୍କ ଭିତରେ ବହୁତ ଭଲ ଗୁଣ ଅଛି ହେଲେ ସେ ବିଶ୍ୱସ୍ତ ନୁହନ୍ତି। ସେ ଜଣେ ଧୋକେବାଜ । ”  ନିଜ ପତ୍ନୀଙ୍କ ସମ୍ପର୍କରେ ବିଷେଦାଗାର କରି ଏପରି କ୍ଷୋଭ ପ୍ରକାଶ କରିଛନ୍ତି ପ୍ରଡ୍ୟୁସର ସାମ୍ ଅହମଦ୍ ବମ୍ୱେ । ପତ୍ନୀ ପୁନମ ପାଣ୍ଡେ ତାଙ୍କ ଉପରେ ବାରମ୍ବାର ଲଗାଉଥିବା ନିର୍ଯାତନା ଅଭିଯୋଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ମିଥ୍ୟା ବୋଲି କହିଛନ୍ତି ସାମ୍‌।

ଦୀର୍ଘ ଦିନ ରିଲେସନ୍‌ରେ ରହିବା ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ପୁନମ୍‌ ଓ ସାମ୍‌ଙ୍କ ସମ୍ପର୍କ ବେଶି ଦିନ ତିଷ୍ଠି ପାରିଲାନି। ଏପରିକି ପୁନମଙ୍କ ଅଭିଯୋଗକ୍ରମେ ସାମ୍‌ଙ୍କୁ ପୁଲିସ୍‌ ବାନ୍ଧିଥିବା ବେଳେ ଏବେ ଦୁହେଁ ନିଜ ରାସ୍ତା ଅଲଗା କରି ଦେଇଛନ୍ତି। ହେଲେ ପୁନମ୍‌ ସବୁଠି ନିଜ ସ୍ୱାମୀଙ୍କ ସମ୍ପର୍କରେ କହିବାକୁ ପଛାଉ ନାହାନ୍ତି, ଯାହାକୁ କି ସହଜେ ହଜମ କରିପାରୁ ନାହାନ୍ତି ସାମ୍‌।

ପୁନମ ଏବେ ଓଟିଟିରେ ଆସୁଥିବା ରିୟାଲିଟି ଶୋ’ ‘ଲକଅପ୍‌’ର ଜଣେ ପ୍ରତିଯୋଗୀ। ଏହି ସମୟରେ  ଅନ୍ୟ ପ୍ରତିଯୋଗୀଙ୍କ ସମ୍ମୁଖରେ  ସ୍ୱାମୀ ଦେଉଥିବା ନିର୍ଯାତନାର କାହାଣୀ କହି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ପୁନମ ।  ଏପରିକି ସ୍ୱାମୀଙ୍କ ନିର୍ଯାତନା ଯୋଗୁ ତାଙ୍କ ବ୍ରେନ ହାମରେଜ ହୋଇଥିବା ମଧ୍ୟ ଅଭିଯୋଗ କରିଛନ୍ତି। ହେଲେ ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ଶସ୍ତା ପବ୍ଲିସିଟି ଷ୍ଟଣ୍ଡ  ବୋଲି କହିଛନ୍ତି   ସାମ୍ ଅହମଦ୍ ବମ୍ୱେ ।

[caption id="attachment_718266" align="aligncenter" width="650"] ସ୍ୱାମୀଙ୍କ ସହ ପୁନମ ।[/caption]

ପୁନମ ସବୁବେଳେ ଘରୋଇ ହିଂସାର ଶିକାର ହୋଇଥିବା ଅଭିଯୋଗ ଆଣୁଛନ୍ତି। ଏପରିକି ଘରେ, ବାହାରେ  ମୋ’ ନାଁରେ ଅପପ୍ରଚାର ଚଳାଇଛନ୍ତି।  ହେଲେ ତାଙ୍କୁ ଜଣାନାହିଁ ଘରୋଇ ହିଂସା କ’ଣ । ଏପରିକି ଆମ ହନିମୁନ ସମୟରେ ତାଙ୍କ ଗୋଟିଏ କଲ୍‌ରେ ପୁଲିସ୍‌ ଆସି ମୋତେ ବାନ୍ଧିଥିଲା। ହେଲେ ଜଣ ପୁରୁଷ ନିର୍ଯାତନାର ଶିକାର ହେଲେ ୨୦ ଥର ଫୋନ୍‌ କଲେବି ପୁଲିସ୍‌ ତାଙ୍କ କଥାକୁ ଗୁରୁତ୍ୱର ସହ ନେଇ ନ ଥାଏ। ଯାହାକି ମୋ ସହ ଘଟୁଛି ବୋଲି କହିଛନ୍ତି ସାମ୍‌ ।

ନିଜ ବୈବାହିକ ଜୀବନରେ ଦେଖାଦେଇଥିବା ଝଡ଼ ସମ୍ପର୍କରେ ସାମ୍‌ କହିଛନ୍ତି,  ଆମ ସମ୍ପର୍କରେ ଦେଖାଦେଇଥିବା ଫାଟର ମୁଖ୍ୟ କାରଣ ହେଉଛି ଇଗୋ । ଆମ ୨ ଜଣ ପତିପତ୍ନୀ ଭାବେ ପ୍ରଥମେ କିଛି ଦିନ ଚଳିଥିଲେ ମଧ୍ୟ ଆମ ଉଭୟଙ୍କ ମଧ୍ୟରେ ସବୁବେଳେ ଇଗୋ ଦେଖାଦେଲା।    ତାଙ୍କ ଭିତରେ ବହୁତ ଭଲ ଗୁଣ ଅଛି ହେଲେ ସେ ବିଶ୍ୱସ୍ତ ନୁହନ୍ତି। ସେ ଜଣେ ଧୋକେବାଜ ।

ପୁନମ୍‌ ସବୁବେଳେ ଚର୍ଚ୍ଚାରେ ରହିବାକୁ ଭଲ ପାଇଥାନ୍ତି। ଏଥିପାଇଁ ସେ ନିର୍ଯାତନା ଅଭିଯୋଗ ଆଣୁଥିବା ବେଳେ ତାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି ସାମ୍‌।  ମୁଁ ତାଙ୍କୁ ଛାଡ଼ିନି, ଆମ ଭିତରେ ଯାହା ସବୁ ଘଟିଲା ତାହା ପାଇଁ ମୁଁ କ୍ଷମା ପ୍ରାର୍ଥନା ବି କରିଛି। ହେଲେ ଏହାସତ୍ତ୍ୱେ ଆମ ସମ୍ପର୍କ ତିଷ୍ଠି ପାରିଲା ନାହିଁ ବୋଲି ବି କହିଛନ୍ତି।

ପୁନମ ୨୦୨୦ ସେପ୍ଟେମ୍ବରରେ ନିଜ ଲଙ୍ଗ ଟାଇମ୍‌ ବୟଫ୍ରେଣ୍ଡ ତଥା ପ୍ରଡ୍ୟୁସର ସାମ୍‌ ବମ୍ବେଙ୍କୁ  ବିବାହ କରିଥିଲେ।  ହେଲେ ବିବାହ ପରେ ପରେ ସାମ୍‌ଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣି ଥାନା ଦ୍ୱାରସ୍ଥ ହୋଇଥିଲେ ପୁନମ । ଏପରିକି ୨୦୨୧ ନଭେମ୍ବରରେ ପୁନମ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ନିର୍ଯାତନା  ଅଭିଯୋଗରେ ତାଙ୍କ ସ୍ୱାମୀ ସାମ୍‌ଙ୍କୁ ବାନ୍ଧିଥିଲା ପୁଲିସ୍‌।

Related story