ହଜାରେ କୋଟିର ବାହୁବଳୀ ବନାମ ଶହେ କୋଟିର ବିବର୍‌: ମୁମ୍ବାଇକୁ ଧରିଛି ଜଷ୍ଟିନ୍‌ ଜର

ବାହୁବଳୀକୁ ମାତ ଦେଲେ ପପ୍ ଗାୟକ ଜଷ୍ଟିନ ବିବର। ଗତ କିଛି ଦିନ ହେବ ବାହୁବଳୀର ଫିଭର ଦେଖିବାକୁ ମିଳିଥିଲା ଭାରତରେ। ତେବେ ଗୋଟିଏ ସପ୍ତାହ ପରେ ବାହୁବଳୀର କ୍ରେଜ୍‌ ଠାରୁ ଅଧିକ କ୍ରେଜ୍‌ ସାଉଁଟି ପାରିଛନ୍ତି ପପ୍ ଗାୟକ ଜଷ୍ଟିନ ବିବର। ସେ ପୁଣି ଭାରତରେ। ପୂରା ଘଟଣା ଶୁଣିଲେ ଆପଣ ତାଜୁବ ହୋଇଯିବେ। ଆଜି ଭାରତରେ ହେବ ଜଷ୍ଟିନ ଝଡ଼। ବିଶ୍ୱ ପ୍ରସିଦ୍ଧ ପପ୍‌ ଗାୟକ ଜଷ୍ଟିନ ବିବର ମୁମ୍ବାଇରେ ଆୟୋଜିତ ଲାଇଭ ମ୍ୟୁଜିକାଲ […]

biber vs bahubali

biber vs bahubali

Rakesh Mallick
  • Published: Wednesday, 10 May 2017
  • Updated: 10 May 2017, 07:22 PM IST

Sports

Latest News

ବାହୁବଳୀକୁ ମାତ ଦେଲେ ପପ୍ ଗାୟକ ଜଷ୍ଟିନ ବିବର। ଗତ କିଛି ଦିନ ହେବ ବାହୁବଳୀର ଫିଭର ଦେଖିବାକୁ ମିଳିଥିଲା ଭାରତରେ। ତେବେ ଗୋଟିଏ ସପ୍ତାହ ପରେ ବାହୁବଳୀର କ୍ରେଜ୍‌ ଠାରୁ ଅଧିକ କ୍ରେଜ୍‌ ସାଉଁଟି ପାରିଛନ୍ତି ପପ୍ ଗାୟକ ଜଷ୍ଟିନ ବିବର। ସେ ପୁଣି ଭାରତରେ। ପୂରା ଘଟଣା ଶୁଣିଲେ ଆପଣ ତାଜୁବ ହୋଇଯିବେ।

ଆଜି ଭାରତରେ ହେବ ଜଷ୍ଟିନ ଝଡ଼। ବିଶ୍ୱ ପ୍ରସିଦ୍ଧ ପପ୍‌ ଗାୟକ ଜଷ୍ଟିନ ବିବର ମୁମ୍ବାଇରେ ଆୟୋଜିତ ଲାଇଭ ମ୍ୟୁଜିକାଲ କର୍ନ୍ସଟରେ ନିଜର ଜଲୱା ଦେଖାଇବେ। ପ୍ରାୟ ୯୦ ମିନିଟ୍‌ର ଏହି ମ୍ୟୁଜିକାଲ କନସର୍ଟରେ ବିବରଙ୍କ ଗୀତରେ ଝୁମିବେ ପ୍ରାୟ ୪୫,୦୦୦ ଦର୍ଶକ। ବିବରଙ୍କ ଏହି ଭାରତ ଗ୍ରସ୍ତର ସମୁଦାୟ ଖର୍ଚ୍ଚ ବାହୁବଳୀକୁ ମଧ୍ୟ ପଛରେ ପକାଇଛି।

ବିବରଙ୍କ ଭାରତ ଗ୍ରସ୍ତର ପୂରା ଝଲକ:

ପପ୍‌ ଷ୍ଟାର ବିବର ୪ଟା ୪୫ରେ ମୁମ୍ବାଇରେ ପହଞ୍ଚିବା ପରେ ଡି.ୱାଇ. ପାଟିଲ ଷ୍ଟାଡିୟମକୁ ଯିବେ । ସୋ ଆୟୋଜନ କରୁଥିବା ଇଭେଣ୍ଟ ମ୍ୟାନେଜେମଣ୍ଟ ସଂସ୍ଥା ଅନୁଯାୟୀ ବିବରଙ୍କ ଏହି ସୋ’ରେ ପାଖାପାଖି ୯୦କୋଟିରୁ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ବିବରଙ୍କ ପାଇଁ ହେଇଥିବା ଷ୍ଟେଜରେ ଖର୍ଚ୍ଚ ହୋଇଛି ପାଖାପାଖି ୨୬ କୋଟି ଟଙ୍କା । ତେବେ ବାହୁବଲୀ ପାଇଁ ୫ ବର୍ଷରେ ପ୍ରଭାସ ନେଇଥିଲେ ୨୫ କୋଟି ଟଙ୍କା, ଯାହାକି ବିବରଙ୍କ ଷ୍ଟେଜ ଖର୍ଚ୍ଚ ଠାରୁ ମଧ୍ୟ କମ୍। ଯାତାୟତ, ୫ ଷ୍ଟାର ହୋଟେଲରେ ରହଣି ଓ ସୋ ପାଇଁ ବିବରଙ୍କ ପାରିଶ୍ରମିକ ବାବଦକୁ ପ୍ରାୟ ୨୫ ରୁ ୩୦ କୋଟି ଟଙ୍କା ବଜେଟ ରହିଛି। ତେବେ ମାର୍କେଟିଂ, ପ୍ରମୋସନ, ସିକ୍ୟୁରିଟି ଓ ସରକାରୀ ଅନୁମତି ବାବଦ ସମସ୍ତ ଖର୍ଚ୍ଚକୁ ମିଶାଇଲେ ପ୍ରାୟ ୯୦ ରୁ ୧୦୦ କୋଟି ଟଙ୍କା ସୋ ବଜେଟ ରହିଛି।

୨୩ ବର୍ଷିୟ ଜଷ୍ଟିନ ୨୦୧୬ରେ ଫୋର୍ବସ ପତ୍ରିକାରେ ସ୍ଥାନ ପାଇଛନ୍ତି। ଫୋର୍ବସ ମାଗାଜିନ ଅନୁଯାୟୀ ବିବରଙ୍କ ବାର୍ଷିକ ଆୟ ପାଖାପାଖି ୩୬୨ କୋଟି ଟଙ୍କା। ଏଥିସହ ଫୋର୍ବସର ୩୦ ବର୍ଷ ବୟସରୁ କମ୍‌ ଶ୍ରେଷ୍ଠ ୩୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିଲେ ଏହି ପପ୍‌ ଗାୟକ। ୨୦୧୬ରେ ଫୋର୍ବସ ପତ୍ରିକାରେ ଶ୍ରେଷ୍ଠ ୧୦୦ ସେଲିବ୍ରିଟିଙ୍କ ମଧରେ ୨୬ତମ ସ୍ଥାନରେ ରହି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଜଷ୍ଟିନ।

ଜଷ୍ଟିନ ଭାରତରେ ରହିବା ବେଳେ ସମ୍ପୂର୍ଣ୍ଣ ଭାବେ ଜେଡ଼ ପ୍ଲସ୍‌ ସୁରକ୍ଷା ବଳୟ ମଧ୍ୟରେ ରହିବେ। ତା ସହିତ ମୁମ୍ବାଇ ପୋଲିସର ନଜରରେ ରହିବ ପୂରା ସୋ। ଡାଇନିଂ ଟେବୁଲରେ ଜଷ୍ଟିନ ଓ ତାଙ୍କ ଗ୍ରୁପର ନାମ ଖୋଦେଇ ହୋଇଥିବା ସୁନା ଓ ରୂପା ପ୍ଳେଟରେ ପରଶା ଯିବ ଖାଦ୍ୟ। ଏକାଥରକେ ଦେଶର ୨୯ ରାଜ୍ୟର ଖାଦ୍ୟର ମଜା ଉଠାଇବେ ବିବର। ରାତ୍ରିଭୋଜକୁ ଆକର୍ଷଣୀୟ କରିବା ପାଇଁ ପାରମ୍ପରିକ ସଙ୍ଗୀତର ଧୂନ ମଧ୍ୟ ବାଜିବ ଡାଇନିଙ୍ଗ ହଲ୍‌ରେ।

Courtesy: Aaj tak

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos