ମୁମ୍ୱାଇ: ଆଜି ପରଦାକୁ ଆସିଛି 'ବାହୁବଳୀ' ପ୍ରଭାସଙ୍କ ପ୍ରଥମ ବଲିଉଡ୍ ଫିଲ୍ମ ‘ସାହୋ’। ବଲିଉଡ୍ ଡିଭା ଶ୍ରଦ୍ଧା କପୁରଙ୍କ ସହିତ ପ୍ରଭାସ ଏହି ଫିଲ୍ମରେ ସ୍କ୍ରିନ୍ ଶେଆର୍ କରିଛନ୍ତି। ପୂର୍ବରୁ ଏହି ଆକ୍ସନ୍ ଥ୍ରୀଲର୍ ଫିଲ୍ମର ଟିଜର୍, ଟ୍ରେଲର୍ ଓ ଗୀତ ସାଇକୋ ସେୟାଁ ବେଶ୍ ପ୍ରଶଂସା ସାଉଁଟି ସାରିଛି। ତେଣୁ ବକ୍ସ ଅଫିସରେ ଫିଲ୍ମଟି ରେକର୍ଡ କଲେକ୍ସନ୍ କରିବ ବୋଲି ସିନେ ସମୀକ୍ଷକମାନେ ଆଶା ରଖିଛନ୍ତି।
ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁଜିତ ରେଡ୍ଡି। ରିପୋର୍ଟ ଅନୁସାରେ ଭାରତରେ ଆଜି ୧୦ ହଜାର ସ୍କ୍ରିନ୍ରେ ‘ସାହୋ’ ରିଲିଜ୍ ହେଉଥିବାରୁ ପ୍ରଥମ ଦିନରେ ଫିଲ୍ମଟି ୭୫ କୋଟି ଟଙ୍କାର ବମ୍ପର୍ ଆୟ କରିବ ବୋଲି ଆଶା କରାଯାଉଛି। ଏହି କ୍ଷେତ୍ରରେ ‘ବାହୁବଳୀ ୨’ ଓ ରଜନୀକାନ୍ତଙ୍କ ସାଇନ୍ସ ଫିକ୍ସନ୍ ଫିଲ୍ମ ‘୨.୦’ର ମଧ୍ୟ ରେକର୍ଡ ଭାଙ୍ଗିଛି ‘ସାହୋ’। ‘୨.୦’ ଓ ‘ବାହୁବଳୀ ୨’ ଫିଲ୍ମ ସାରା ବିଶ୍ୱରେ ଯଥାକ୍ରମେ ୧୦ ହଜାର ଓ ୯୦୦୦ ସ୍କ୍ରିନ୍ରେ ରିଲିଜ୍ ହୋଇଥିଲା। ଦକ୍ଷିଣ ଭାରତ ସହିତ ଉତ୍ତର ଭାରତରେ ମଧ୍ୟ ପ୍ରଭାସଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଏଥିପାଇଁ ପ୍ରଭାସଙ୍କ ଫିଲ୍ମକୁ ଉତ୍ତର ଭାରତରେ ୪୫୦୦ଟି ହଲ୍ରେ ରିଲିଜ୍ କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଗାୟକ ଦିଲଜିତ ଦୋସାଞ୍ଜଙ୍କୁ ତେଲାଙ୍ଗାନା ସରକାରଙ୍କ ନୋଟିସ୍
ଆଜି ହାଇଦ୍ରାବାଦରେ ଗାୟକ ଦିଲଜିତ ଦୋସାଞ୍ଜଙ୍କ ମ୍ୟୁଜିକ୍ କନ୍ସର୍ଟର କାର୍ଯ୍ୟକ୍ରମ ରହିଛି।
Crime
ଯୌନ ନିର୍ଯାତନା ଅଭିଯୋଗରେ କଣ୍ଠଶିଳ୍ପୀ ସଞ୍ଜୟ ଚକ୍ରବର୍ତ୍ତୀ ଗିରଫ
କୋଲକାତାରେ ନିଜ ସଙ୍ଗୀତ ଶିକ୍ଷାକେନ୍ଦ୍ରର ନାବାଳିକା ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ। ଗିରଫ ଭୟରେ ମୁମ୍ବାଇରେ ଲୁଚିଥିଲେ କଣ୍ଠଶିଳ୍ପୀ ସଞ୍ଜୟ ଚକ୍ରବର୍ତ୍ତୀ। ସାଙ୍ଗ ଘରୁ ବାନ୍ଧିଲା କୋଲକାତା ପୁଲିସ।
Entertainment
ଘୋଷଣା ହେଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର; କିଏ କେଉଁ ପୁରସ୍କାର ପାଇଲେ ପଢ଼ନ୍ତୁ
୨୦୨୨ ମସିହା ପାଇଁ ବିଶିଷ୍ଟ ହାସ୍ୟ ଅଭିନେତା ଜୟରାମ ସାମଲଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ‘ମୋହନ ସ୍ୱାମୀ ଗୋସ୍ୱାମୀ ପୁରସ୍କାର ପ୍ରଦାନ କରାଯିବ।
National
ଆଇସିଏଫଟି-ୟୁନେସ୍କୋ ଗାନ୍ଧୀ ପଦକ - ଶାନ୍ତି ଓ ମାନବିକତାକୁ ସିନେମା ଜରିଆରେ ଶ୍ରଦ୍ଧାଞ୍ଜଳି
ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ)ର ୫୫ତମ ସଂସ୍କରଣରେ ସମ୍ମାନଜନକ ଆଇସିଏଫଟି-ୟୁନେସ୍କୋ ଗାନ୍ଧୀ ପଦକ ପାଇଁ ଆନୁଷ୍ଠାନିକ ଭାବେ ମନୋନୀତ ଚଳଚିତ୍ର ଗୁଡ଼ିକୁ ଉନ୍ମୋଚନ କରାଯାଇଛି, ଯାହା (ଇଣ୍ଟରନ୍ୟାସନାଲ୍ କାଉନ୍ସିଲ୍ ଫର୍ ଫିଲ୍ମ, ଟେଲିଭିଜନ ଆଣ୍ଡ ଅଡିଓଭିଜୁଆଲ୍ କମ୍ୟୁନିକେସନ୍ (ଆଇସିଏଫଟି) ପ୍ୟାରିସ୍ ଏବଂ ମିଳିତ ଜାତିସଂଘ ଶିକ୍ଷା, ବୈଜ୍ଞାନିକ ଓ ସାଂସ୍କୃତିକ ସଂଗଠନ (ୟୁନେସ୍କୋ)ର ମିଳିତ ସହଯୋଗରେ ପ୍ରସ୍ତୁତ କରାଯାଇଛି।
Entertainment
ବଢ଼ିଲା ଓଲିଉଡ୍ କଳି: ମନୋଜଙ୍କ ଆରୋପର ଜବାବ ଦେଲେ ସବ୍ୟସାଚୀ ଓ ତାପସ
ଫିଲ୍ମ ‘ଭୂଖା’କୁ ନେଇ ମନୋଜ ମିଶ୍ରଙ୍କ ମନ୍ତବ୍ୟରେ ସେ କହିଛନ୍ତି, ଭୂଖା ଫିଲ୍ମ ସେତେବେଳେ ଚହଳ ପକାଇଥିଲା। ବର୍ତ୍ତମାନ ସମୟ ପରି ସେତେବେଳେ ବେଶୀ ଫିଲ୍ମ ଫେଷ୍ଟିଭାଲ୍ ହେଉନଥିଲା। ତଥାପି ସ୍ପେନ୍ ଓ ଫ୍ରାନ୍ସରେ ପୁରସ୍କୃତ ହୋଇଥିଲା।