ପ୍ରିୟା ପ୍ରକାଶଙ୍କର ଆଉ ଏକ ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ମାଲାୟଲମ ଅଭିନେତ୍ରୀ ପ୍ରିୟାପ୍ରକାଶଙ୍କ ‘ଆଖି’ର ଯାଦୁ ଏବେ ବି ଲୋକଙ୍କ ମନରେ ରହିଛି। ମାତ୍ର ୨୬ ସେକେଣ୍ଡର ଭିଡିଓରେ ସେ ଇଣ୍ଟରନେଟର ସେନ୍‌ସେସନ ପାଲଟି ଯାଇଥିଲେ। ତାଙ୍କ ଫିଲ୍ମ ‘ଓରୁ ଅଦାର ଲଭ’ର ଆଉ ଏକ ଗୀତ ରିଲିଜ ହୋଇଛି। ଗୀତଟି ରିଲିଜ ହେବା ମାତ୍ରେ ହିଁ ଭାଇରାଲ ହୋଇଯାଇଛି। ଏଥର ପ୍ରିୟା ସ୍କୁଲର ଲାବୋରୋଟାରିରେ ନଜର ଆସିଛନ୍ତି।। ସେ ଲ୍ୟାବରେ କିଛି ପରୀକ୍ଷା କରୁଥିବାବେଳେ ତାଙ୍କ କୋ-ଷ୍ଟାର ରୋଶନ ଅବଦୁଲ ଦୂରରୁ ତାଙ୍କୁ ନିରିଖେଇ ଦେଖୁଛନ୍ତି। ଏହି ଭିଡିଓଟି ୟୁଟ୍ୟୁବରେ ଅନେକ ଭାଇରାଲ ହେଉଛି।
ଏହି ଗୀତର ବିଶେଷତ୍ୱ ମଧ୍ୟ ପ୍ରିୟାଙ୍କର ଏକ୍ସପ୍ରେସନ୍ ହିଁ ରହିଛି। ଏଥିରେ ମଧ୍ୟ ପ୍ରିୟାଙ୍କର ପୁରୁଣା ଏକ୍ସପ୍ରେସନ୍‌ର ଝଲକ୍‌ ରହିଛି। ତାଙ୍କର ଚାହାଁଣୀ ଗୀତଟିକୁ ଆହୁରି ଖାସ୍‌ ବନାଇଦେଇଛି। ଗୀତରେ ରୋଶନ, ପ୍ରିୟାଙ୍କ ଷ୍ଟାଇଲରେ ପୂରା ଦିୱାନା ହୋଇଯାଇଥିବା ନଜର ଆସିଛି। ଗୀତଟି ବହୁତ ସୁନ୍ଦର ହୋଇଛି। ପ୍ରିୟାଙ୍କର ଏକ୍ସପ୍ରେସନ ଗୀତଟିକୁ ସ୍ପେଶାଲ ବନାଇଦେଇଛି। ବିଶେଷ କରି ତାଙ୍କ ସ୍ମାଇଲ ହେଉଛି ତାଙ୍କ ୟୁଏସ୍‌ପି।

‘ଓରୁ ଅଦାର ଲଭ୍’ର ନିର୍ଦ୍ଦେଶନା ଦେଇଛନ୍ତି ଉମର ଲୁଲୁ। ଆଉ ଗୀତଟିକୁ ମ୍ୟୁଜିକ ଦେଇଛନ୍ତି ଶାନ ରହମାନ। ଫିଲ୍ମଟି ସେପ୍ଟେମ୍ବର ମାସରେ ରିଲିଜ ହେବ। ପ୍ରିୟାଙ୍କ ଲୋକପ୍ରିୟତା ତାଙ୍କ ଇନ୍‌ଷ୍ଟାଗ୍ରାମ ଫଲୋରଙ୍କ ସଂଖ୍ୟା ଦେଖି ଜଣାପଡ଼ିଯାଉଛି। ଯାହା କି ୬୦ ଲକ୍ଷରୁ ଅଧିକ। ଏପରିକି ଶୁଣିବାକୁ ମିଳୁଛି ଯେ ସେ ପ୍ରମୋସନାଲ ପୋଷ୍ଟ ପାଇଁ ସେ ୮ ଲକ୍ଷ ଟଙ୍କା ଚାର୍ଜ କରୁଛନ୍ତି।
ପ୍ରିୟା ପ୍ରକାଶଙ୍କର ଜନ୍ମ କେରଳର ତ୍ରିଶୁର୍‌ଠାରେ ହୋଇଥିଲା। ତ୍ରିଶୁର୍‌ର ବିମଲା କଲେଜରେ ସେ ବିକମ୍‌ ପ୍ରଥମ ବର୍ଷର ଛାତ୍ରୀ। ଫିଲ୍ମ ‘ଓରୁ ଅଦାର ଲଭ୍’ରେ ପ୍ରିୟା ଜଣେ ସ୍କୁଲ ଛାତ୍ରୀ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମର ଗୀତ ‘ମନିକ୍ୟ ମାଲାରାୟା ପୁଭି’ର ଭିଡିଓରେ ତାଙ୍କ ଆଖିର ଅଦା ବା ଆଖିମରା ଚାହାଣି ତାଙ୍କୁ ଲୋକପ୍ରୟ ବନାଇଦେଇଥିଲା। ତା’ପରଠାରୁ ସେ ଉଭୟ ମିଡିଆ ଓ ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି।

ଅଧିକ ପଢ଼ନ୍ତୁ-ଭିଡିଓ ଭାଇରାଲ ହେବାପରେ ଘରୁ ବିଦାହେଲେ ପ୍ରିୟା

ଅଧିକ ପଢ଼ନ୍ତୁ ପ୍ରିୟା ପ୍ରକାଶଙ୍କୁ ବାଛିବେ ରଣବୀର ?

ଅଧିକ ପଢ଼ନ୍ତୁ-ପ୍ରିୟା ପ୍ରକାଶଙ୍କ କପି କଲେ ଧୋନୀ, ମାରିଲେ ଆଖି

ଅଧିକ ପଢ଼ନ୍ତୁ-ପ୍ରିୟା ପ୍ରକାଶଙ୍କ ମାୟାରେ ବାୟା ବୃଦ୍ଧା: ବୁଲେଟ୍କିସ୍ କପି କଲେ, ଦେଖନ୍ତୁ ଭିଡିଓ

ଅଧିକ ପଢ଼ନ୍ତୁ-ରାଗିଗଲେ ପ୍ରିୟା: କହିଲେଫିଙ୍ଗାଯାଇଥିବା ଜିନିଷ ଉଠାଏନି

ଅଧିକ ପଢ଼ନ୍ତୁ-ବଲିଉଡ୍ରେ ଏଣ୍ଟ୍ରି କରିବେ ପ୍ରିୟା, ହାତରେ ଗଦା ଗଦା ଅଫର!

ଅଧିକ ପଢ଼ନ୍ତୁ- ପୁଣି ନୂଆ ଏକ୍ସପ୍ରେସନ୍ ନେଇ ଆସିଲେ ପ୍ରିୟା ପ୍ରକାଶ, ଦେଖନ୍ତୁ ଭିଡିଓ