ମୁମ୍ୱାଇ: ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ମା’ ମଧୁ ଚୋପ୍ରାଙ୍କୁ ଆସନ୍ତା ଜୁନ୍ ୧ ତାରିଖରେ ଦାଦା ସାହେବ ଫାଲକେ ଏକାଡେମୀ ଆୱାର୍ଡରେ ସମ୍ମାନିତ କରାଯିବ। ସାରା ବିଶ୍ୱରେ ଭାରତର ନାଁ ଉଜ୍ଜଳ କରିବା ସହ ଅନ୍ତର୍ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରିଥିବାରୁ ପ୍ରିୟଙ୍କାକୁ ଏହି ଆୱାର୍ଡ ଦିଆଯିବା ପାଇଁ ଏକାଡେମୀ ଆୱାର୍ଡ ଟିମ୍ ନିଷ୍ପତ୍ତି ନେଇଛି । ଏହାସହିତ ତାଙ୍କ ମା’ ମଧୁ ଚୋପ୍ରାଙ୍କୁ ମରାଠୀ ଫିଲ୍ମ ‘ଭେଣ୍ଟିଲେଟର’ ପାଇଁ ସମ୍ମାନିତ କରାଯିବ।
ଚଳିତ ବର୍ଷ ଅନ୍ତର୍ଜାତୀୟ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବା ଅଭିନେତା କିମ୍ୱା ଅଭିନେତ୍ରୀଙ୍କୁ ଏହି ଆୱାର୍ଡ ଦିଆଯିବା ପାଇଁ ଏକ ନୂଆ ତାଲିକା ପ୍ରସ୍ତୁତ କରାଯାଇଛି। ‘ଭେଣ୍ଟିଲେଟର୍’ ଫିଲ୍ମ ନ୍ୟାସନାଲ୍ ଆୱାର୍ଡରେ ସମ୍ମାନିତ ହୋଇ ସାରିଛି। ମଧୁ ଚୋପ୍ରା ଏହି ଫିଲ୍ମର ନିର୍ମାତା।
ସୂଚନାଯୋଗ୍ୟ, ଦାଦା ସାହେବ ଫାଲକେ ଏକାଡେମୀ ଆୱାର୍ଡ ହେଉଛି ମୁମ୍ୱାଇର ଏକ ଲୋକାଲ ଆୱାର୍ଡ।
ସୌଜନ୍ୟ- ଆଜ୍ତକ୍
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ହାସ୍ୟ ଅଭିନେତା ଟିକୁଙ୍କୁ ହୃଦ୍ଘାତ! ହସ୍ପିଟାଲରେ ଭର୍ତ୍ତି
ତାଙ୍କୁ ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
Bollywood
ଆଉ ନାହାନ୍ତି ଫିଲ୍ମ ନିର୍ମାତା ପ୍ରୀତିଶ ନନ୍ଦୀ
୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବାସଭବନରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
Bollywood
‘ଏମର୍ଜେନ୍ସି’ ଦେଖିବାକୁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ କଲେ କଙ୍ଗନା, ଜବାବ କ’ଣ ଥିଲା ଜାଣନ୍ତୁ
ଏମର୍ଜେନ୍ସି ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ରହିଛନ୍ତି। ଏହା ଜାନୁଆରୀ ୧୭ରେ ରିଲିଜ ହେବାକୁ ଯାଉଛି।
Bollywood
ଅଭିନେତ୍ରୀ ପୁନମ ଢିଲୋଙ୍କ ଘରୁ ଚୋରି, ଯୁବକ ଗିରଫ
ଘର ରଙ୍ଗ ଦେବା ବାହାନାରେ ଆସି ଚୋରି କରିନେଲା ମୂଲ୍ୟବାନ ସାମଗ୍ରୀ।
Entertainment
ବର୍ଷିଲେ ଅନୁଭବ, କହିଲେ- ତୁମେ ମଞ୍ଚ ବାଛ, ବିତର୍କ ପାଇଁ ମୁଁ ପ୍ରସ୍ତୁତ
ବିବାହ ତଥା ଦାମ୍ପତ୍ୟ ଜୀବନ ପରି ସମ୍ପର୍କକୁ ଅତି ମିଛ ତଥା ମନଗଢ଼ା ଭାବେ ପରଦାରେ ଦେଖାଉଥିବା ଅଭିଯୋଗ ଆଣି ବର୍ଷାଙ୍କ ଉପରେ ବର୍ଷିଛନ୍ତି ଅନୁଭବ। ଏପରିକି ବର୍ଷାଙ୍କ ସହ ଖୋଲାଖୋଲି ବିତର୍କ କରିବାକୁ ପ୍ରସ୍ତୁତ ବୋଲି ବି କହିଛନ୍ତି।