ଟିଭି ଶୋ’ରେ ନଜର ଆସିବେ ପ୍ରିୟଙ୍କା ଏବଂ ନିକ୍‌ !

ମୁମ୍ବାଇ: ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଥିବା କପଲ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନସ୍‌ଙ୍କୁ ଖୁବ୍‌ ଶୀଘ୍ର ଆପଣ ଟିଭି ଶୋ’ରେ ଦେଖିବାକୁ ପାଇବେ। ଷ୍ଟାର ପ୍ଲସ ରେ ପ୍ରସାରିତ ହେଉଥିବା ଡ୍ୟାନ୍ସ ଶୋ ‘ଡ୍ୟାନ୍ସ ପ୍ଲସ୍‌-୪’ରେ ଏହି ଦୁଇ ଜଣଙ୍କୁ ଦେଖିବାକୁ ମିଳିବ ବୋଲି ଶୁଣିବାକୁ ମିଳୁଛି। ନିର୍ବନ୍ଧ ପରେ ପ୍ରିୟଙ୍କା ଏବଂ ନିକ୍‌ଙ୍କୁ ବିଭିନ୍ନ ପ୍ରୋଗ୍ରାମ୍‌ ଏବଂ ଶୋ’ରେ ଏକାଠି ଦେଖିବାକୁ ମିଳୁଛି। କିନ୍ତୁ କୌଣସି ହିନ୍ଦୀ ଟିଭି ଶୋ’ରେ ଏହି […]

nick-jonas-priyanka-chopra

Biswobandita Swain
  • Published: Sunday, 28 October 2018
  • , Updated: 28 October 2018, 11:35 AM IST

ମୁମ୍ବାଇ: ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଥିବା କପଲ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନସ୍‌ଙ୍କୁ ଖୁବ୍‌ ଶୀଘ୍ର ଆପଣ ଟିଭି ଶୋ’ରେ ଦେଖିବାକୁ ପାଇବେ। ଷ୍ଟାର ପ୍ଲସ ରେ ପ୍ରସାରିତ ହେଉଥିବା ଡ୍ୟାନ୍ସ ଶୋ ‘ଡ୍ୟାନ୍ସ ପ୍ଲସ୍‌-୪’ରେ ଏହି ଦୁଇ ଜଣଙ୍କୁ ଦେଖିବାକୁ ମିଳିବ ବୋଲି ଶୁଣିବାକୁ ମିଳୁଛି।

ନିର୍ବନ୍ଧ ପରେ ପ୍ରିୟଙ୍କା ଏବଂ ନିକ୍‌ଙ୍କୁ ବିଭିନ୍ନ ପ୍ରୋଗ୍ରାମ୍‌ ଏବଂ ଶୋ’ରେ ଏକାଠି ଦେଖିବାକୁ ମିଳୁଛି। କିନ୍ତୁ କୌଣସି ହିନ୍ଦୀ ଟିଭି ଶୋ’ରେ ଏହି ଯୋଡ଼ି ଯୋଗ ଦେଇନଥିଲେ। ପ୍ରିୟଙ୍କାଙ୍କ କହିବା ଅନୁଯାୟୀ ‘ଗତ କିଛି ଦନ ହେବ ନିକ୍‌ ମୁମ୍ବାଇକୁ ବହୁତ ଭଲ ଭାବରେ ଜାଣି ଗଲେଣି’।  ସେ ଏବଂ ଶୋ’ର ଜଜ୍ ତଥା କୋରିଓଗ୍ରାଫର୍‌ ରେମୋ ଡି'ସୋଜାଙ୍କ ସହ ମିଶି ଡାନ୍ସ ଶୋ’ ଜଜ୍ କରିବେ।

ଏଥିସହ ନିକ୍‌ ତାଙ୍କ ଆଗାମୀ ମ୍ୟୁଜିକ୍‌ର ପ୍ରମୋସନ୍‌ ମଧ୍ୟ କରିବେ।

ଶୁଣିବାକୁ ମିଳୁଛି ପ୍ରିୟଙ୍କା ଚାହୁଁଛନ୍ତି ଯେ, ନିକ୍‌ଙ୍କର କିଛି ଭାରତୀୟ ପ୍ରଶଂସକ ରୁହନ୍ତୁ ଏବଂ ଭାରତରେ ତାଙ୍କ ଗୀତର ଚାହିଦା ବଢୁ।

ଯଦି ଯୋଜନା ଅନୁସାରେ ଏହି ଶୋ'ର  ଶୁଟିଂ ହୁଏ ତେବେ ବଡ଼ଦିନରେ ଏହି ଏପିସୋଡର ପ୍ରସାରଣ କରାଯିବ।

Related story