ମିସେସ୍‌ ନିକ୍‌ ଜୋନ୍ସ ଡାକିବାରୁ ରାଗିଗଲେ ଦେଶୀ ଗର୍ଲ

ମୁମ୍ବାଇ: ପୂର୍ବତନ ମିସ୍‌ ୱାଲର୍ଡ, ବଲିଉଡର ଦେଶୀ ଗର୍ଲ, ଗ୍ଲୋବାଲ ଆଇକନ୍‌ । ଏତେ ସବୁ ଟାଇଟଲ୍‌ର ଅଧିକାରିଣୀ ହେଉଛନ୍ତି ପ୍ରିୟଙ୍କା ଚୋପ୍ରା। ଏହା ସତ୍ତ୍ୱେ ଖଚାଖଚ ସଭାରେ ତାଙ୍କୁ  ମିସେସ୍‌ ନିକ୍‌ ଜୋନ୍ସ ବୋଲି ସମ୍ବୋଧନ କରାଗଲା। ଏହାକୁ ସହଜେ ହଜମ କରିପାରିଲେନି ପ୍ରିୟଙ୍କା । ଏପରିକି ରାଗି ପାଚି ଲାଲ ହୋଇଯିବା ସହ ଶୁଣାଇଦେଲେ ସିଧା ସିଧା କଥା। ପ୍ରିୟଙ୍କା ଏବେ ନିଜର ଏକ ହଲିଉଡ ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ […]

priyanka chopra

Niharika Rout
  • Published: Friday, 17 December 2021
  • , Updated: 17 December 2021, 02:30 PM IST

ମୁମ୍ବାଇ: ପୂର୍ବତନ ମିସ୍‌ ୱାଲର୍ଡ, ବଲିଉଡର ଦେଶୀ ଗର୍ଲ, ଗ୍ଲୋବାଲ ଆଇକନ୍‌ । ଏତେ ସବୁ ଟାଇଟଲ୍‌ର ଅଧିକାରିଣୀ ହେଉଛନ୍ତି ପ୍ରିୟଙ୍କା ଚୋପ୍ରା। ଏହା ସତ୍ତ୍ୱେ ଖଚାଖଚ ସଭାରେ ତାଙ୍କୁ  ମିସେସ୍‌ ନିକ୍‌ ଜୋନ୍ସ ବୋଲି ସମ୍ବୋଧନ କରାଗଲା। ଏହାକୁ ସହଜେ ହଜମ କରିପାରିଲେନି ପ୍ରିୟଙ୍କା । ଏପରିକି ରାଗି ପାଚି ଲାଲ ହୋଇଯିବା ସହ ଶୁଣାଇଦେଲେ ସିଧା ସିଧା କଥା।

ପ୍ରିୟଙ୍କା ଏବେ ନିଜର ଏକ ହଲିଉଡ ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ସେ ଏକ ପ୍ରୋଗ୍ରାମରେ ଯୋଗ ଦେବାକୁ ଯାଇଥିବା ବେଳେ ତାଙ୍କୁ ମିସେସ ନିକ୍‌ ଜୋନସ ବୋଲି ସମ୍ବୋଧନ କରାଗଲା। ପ୍ରିୟଙ୍କା ନିଜ ଇନଷ୍ଟାରେ ଏହାକୁ ପୋଷ୍ଟ କରି ଆୟୋଜକଙ୍କ କ୍ଲାସ୍‌ ନେଇଛନ୍ତି।

[caption id="attachment_699758" align="aligncenter" width="650"] ସ୍ୱାମୀଙ୍କ ସହ ପ୍ରିୟଙ୍କା।[/caption]

ଏନେଇ ସେ କହିଛନ୍ତି, ନିକ୍‌ ଜୋନସ୍‌ଙ୍କ ପତ୍ନୀଙ୍କ ମୁତାବକ, ଦୁନିଆରେ ଜଣାଶୁଣା ଚେହେରାଙ୍କ ପାଇଁ ଏପରି ଶବ୍ଦ ସମ୍ପୂର୍ଣ୍ଣ ଭାବେ ଅନୁପଯୁକ୍ତ ଅଟେ। ଏଥିସହ ସେ କହିଛନ୍ତି, ଏହା ଖୁବ୍‌ ମଜାଦାର ଘଟଣା। ମୁଁ ଏକ ଆଇକନିକ ଫିଲ୍ମର ପ୍ରମୋଟ କରୁଛି। ଏହାସତ୍ତ୍ୱେ ମୋତେ ନିକ୍‌ ଜୋନସ୍‌ଙ୍କ ପତ୍ନୀ ହିସାବରେ ସମ୍ବୋଧିତ କରାଯାଉଛି। ଏହା କ’ଣ ଏବେ ବି ମହିଳାଙ୍କ କ୍ଷେତ୍ରରେ ଘଟୁଛି ବୋଲି ପଚାରିଛନ୍ତି ଦେଶୀ ଗର୍ଲ। ତା’ ହେଲେ ମୋତେ କ’ଣ ନିଜ ବାୟୋ ଡାଟା ସହ ଆଇଏମ୍‌ଡିବିକୁ ସଂଯୋଗ କରିବାକୁ ପଡ଼ିବ ବୋଲି କି କହିଛନ୍ତି । ପ୍ରିୟଙ୍କା ନିଜ ସ୍ୱାମୀ ନିକ୍‌ଙ୍କୁ ବି ଏଥିରେ ସଂଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା କିଛି ଦିନ ପୂର୍ବେ ଇନଷ୍ଟାରେ ନିକ୍‌ଙ୍କ ସରନେମ ଜୋନସ୍‌ ହଟାଇ ଦେଇଥିବାରୁ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ଜୋର ଧରିଥିଲା।  ହଠାତ୍‌ ପ୍ରିୟଙ୍କା ଏପରି ସରନେମ୍‌ ହଟାଇବା ପଛର କାରଣ ବୁଝି ପାରି ନ ଥିଲେ ଫ୍ୟାନ୍ସ । ପ୍ରିୟଙ୍କାଙ୍କ ମା’  ଏସବୁ କଥାକୁ ଫାଲତୁ ବୋଲି କହିବା ସହ ଉଭୟ ନିଜ ସଂସାରରେ ଖୁବ୍‌ ଖୁସି ଥିବା କହିଥିଲେ।

Related story